ବିଚାର

କେଉଁ ଜିନିଷ ଚୋରି କଲେ,କେଉଁ ଫଳ ମିଳେ?

୧/ ଯେଉଁ ଲୋକ ଉଷୁନା ଧାନ, ଲୁହା, ସୁନାରୁପା, ରନ୍ଧା ଅନ୍ନ ଚୋରି କରିଥାଏ, ଏହି ଜନ୍ମରେ ତାର ମୃତ୍ୟୁ ସମୟରେ ସେ ବହୁତ କଷ୍ଟ ପାଇଥାଏ।ଏହାସହିତ ପରଜନ୍ମରେ ଯେଉଁ ଜନ୍ମ ନେଇ ଜନ୍ମ ହେବ, ସେ ଅନ୍ୟମାନଙ୍କ ଦ୍ଵାରା ପ୍ରତାରିତ ହେବ।

୨/ ଯେଉଁ ଲୋକ ଶୂଦ୍ର, ବେଶ୍ୟା ଏବଂ ବ୍ରାହ୍ମଣଙ୍କର ଧନ ଚୋରି କରିଥାଏ, ସେ ଆୟୁଷ ଥାଇ ମଧ୍ୟ ମୃତ୍ୟୁବରଣ କରିଥାଏ। ସେ ପରଜନ୍ମରେ ନୀଚ ଯୋନିରେ ଜନ୍ମ ଗ୍ରହଣ କରିଥାଏ।

୩/ ଯେଉଁ ଲୋକ ଅନ୍ୟଲୋକର ବହି ଚୋରି କରିଥାଏ, ତାଙ୍କ ପାଖରେ କେବେବି ବିଦ୍ୟା ରହେ ନାହିଁ। ଯିଏ ପୁସ୍ତକ ଦାନ କରିଥାନ୍ତି, ତାଙ୍କର ପାରିବାରିକ ଜୀବନ ସୁଖମୟ ହୋଇଥାଏ।

୪/ ଯଦି ଆପଣ ପ୍ରତ୍ୟେକଦିନ କ୍ଷୀର, ଚାଉଳ ଓ ଚିନି ଦାନ କରିବେ, ତାହେଲେ ଘରେ ସର୍ବଦା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ଏବଂ ଧନସମ୍ପତ୍ତି ପ୍ରାପ୍ତ ହୋଇଥାଏ।

୫/ ଯଦି ଘରେ ପ୍ରତ୍ୟେକଦିନ କଳି ଝଗଡା ହେଉଥାଏ କିମ୍ବା ଅଭାବ ଅନଟନ ଦେଖାଦିଏ, ତାହେଲେ ଅସହାୟ ଲୋକଙ୍କୁ ଗୁଡ଼ ଦାନ କରନ୍ତୁ। ଏହାଦ୍ବାରା ଘରର ସବୁ ସମସ୍ୟା ଦୂର ହୋଇ ଯାଇଥାଏ।

୬/ ଜୀବନରେ କିଛି ନା କିଛି ଦାନ କରିବା ଏକ ପୁଣ୍ୟ କାର୍ଯ୍ୟ ହୋଇଥାଏ। ଦାନ କରିବା ଦ୍ଵାରା ସବୁ ମନୋଷ୍କାମନା ଓ ଅଭିଳାଷା ପୂରଣ ହୋଇଥାଏ ଏବଂ ଭଗବାନ ଆଶୀର୍ବାଦ ମିଳିଥାଏ।

୭/ ଭଗବାନଙ୍କ ସୃଷ୍ଟିର ମଣିଷ ହେଉଛି ଏକ ଅଂଶ। ଏହି ସଂସାରରେ ଅନେକ ରହସ୍ୟ ଗୁଡ଼ିକ ରହିଛି, ଯାହାକୁ ବିଶ୍ଵାସ ନ କଲେ ମଧ୍ୟ ତାହା ସତ ଅଟେ। ଭଗବାନଙ୍କ ଦ୍ଵାରା ରଚିତ ପ୍ରକୃତି କେବେ ନିର୍ମଳ ହୋଇଥାଏ, ତ ଆଉ କେବେ କଠୋର ହୋଇ ଯାଇଥାଏ।

୮/ ଏହି ସଂସାରରେ ପ୍ରତ୍ୟେକ ଲୋକ ନିଜ ପରିବାର ସହିତ ରହିବା ପାଇଁ ଭଲ ପାଇଥାନ୍ତି। କିନ୍ତୁ ଦୁନିଆରେ ଅନେକ ଲୋକ ରହିଛନ୍ତି, ଯେଉଁମାନେ ଏକୁଟିଆ ମଧ୍ୟ ରହିଥାନ୍ତି। ଏକୁଟିଆ ରହୁଥିବା ଲୋକ ତାଙ୍କ ଜୀବନରେ ୪ ବର୍ଷରୁ ଅଧିକ ସମୟ ବଞ୍ଚିଥାନ୍ତି।

୯/ ଆଜିର ସମୟରେ ଜଣେ ଧନୀ ଲୋକ ଅଧିକ ଧନୀ ହେଉଛନ୍ତି ଏବଂ ଜଣେ ଦରିଦ୍ର ଲୋକ ଅଧିକ ଦରିଦ୍ର ହୋଇ ଯାଉଛନ୍ତି। ପ୍ରତ୍ୟେକ ଲୋକଙ୍କୁ ଜୀବନରେ ବଞ୍ଚିବା ପାଇଁ ଟଙ୍କା ଜରୁରୀ ଅଟେ। ପୃଥିବୀର ୧୦୦ରୁ ୮୦ ଭାଗ ଲୋକଙ୍କୁ ବଞ୍ଚିବା ପାଇଁ ଦୈନିକ ଖର୍ଚ୍ଚ ୭୦୦ ଟଙ୍କାରୁ କମ ଆବଶ୍ୟକ ଅଟେ।

୧୦/ ଶରୀରର ସୁସ୍ଥ ଓ ସୁନ୍ଦର ଚର୍ମ ସମସ୍ତଙ୍କୁ ପସନ୍ଦ ହୋଇଥାଏ। ମଣିଷର ଜୀବନକାଳରେ ତାର ଚର୍ମ ୯୦୦ ଥର ବଦଳି ଯାଇଥାଏ। ।

୧୧/ ଆଜିକାଲି ଅନେକ ଲୋକେ ଦାଢି ରଖିବାକୁ ପସନ୍ଦ କରୁଛନ୍ତି।କିନ୍ତୁ ସମସ୍ତେ ନିଜ ଜୀବନରେ କେବଳ ୬ ମାସ ଦାଢି କାଟିବାରେ ବିତାଇ ଦେଇଥାନ୍ତି।

୧୨/ ସମସ୍ତଙ୍କ ମଧ୍ୟରେ ବଞ୍ଚିବାର ଇଛା ରହିଥାଏ। ଯେଉଁମାନେ ରାତିରେ ସଠିକ ୮ ଘଣ୍ଟା ପର୍ଯ୍ୟନ୍ତ ଶୋଉଛନ୍ତି, ସେମାନଙ୍କର ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିବାର କ୍ଷମତା ବଢ଼ି ଯାଇଥାଏ। କିନ୍ତୁ ଯେଉଁମାନେ ୮ ଘଣ୍ଟା ତଳକୁ ବା ଅଳ୍ପ ସମୟ ପର୍ଯ୍ୟନ୍ତ ଶୁଅନ୍ତି, ସେମାନଙ୍କର ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚିବାର ଆଶା କମ୍ ରହିଥାଏ।

୧୩/ ମହିଳା ମାନଙ୍କର ମାସିକ ଧର୍ମ ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ। ଏହାଦ୍ବାରା ଶରୀରରେ ଦୂଷିତ ପଦାର୍ଥ ବାହାରକୁ ବାହାରି ଯାଇଥାଏ ଏବଂ ଅନେକ ଭଲ ହରମୋନର କ୍ଷରଣ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button