ବିଚାର

ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କ’ଣ ସୂଚନା ମିଳେ ? ଥରୁଟିଏ ନିଶ୍ଚୟ ଜାଣି ରଖନ୍ତୁ

ଆମ ଜୀବନରେ ଅନେକ ନୀତି ନିୟମ ମାନି ଚଳିବାକୁ ପଡିଥାଏ ଆଉ ଏହି ନ୍ୟମ ଗୁଡିକ ପାଇଁ ଆମ ଜୀବନ ସୁଚାରୁ ରୂପରେ ପରିଚାଳିତ ହେଇଥାଏ ।ତେବେ ବହୁତ ସମୟରେ ଆମେ ଏମିତି କିଛି ଭୁଲ କାମ କରିଥାଉ ଆଉ ତାହାର ପରିଣାମ ବିଷୟରେ ଆମକୁ ଟିକିଏ ବି ଜଣା ନଥାଏ ।ହେଲେ ଆପଣଂକୁ ଏହି ନିୟମ ଗୁଡିକ ବିଷୟରେ ନିହାତି ଜାଣିବା ଦରକାର ନହେଲେ ଭବିଷ୍ୟତ ଜୀବନରେ ବହୁତ ଅସୁବିଧା ଆସିଥାଏ ।ତେବେ ଆଜି ସେମିତି କିଛି ନିୟମ ବିଷୟରେ ଜାଣିବା ।

୧- ଘରେ ଲଗେଇଥିବା ଗଛ ସବୁଦିନ ସକାଳେ ପାଣି ଦେବା ବହୁତ ଶୁଭ ହୋଇଥାଏ । ଏହା କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ମାନସିକ ସ୍ତରରେ ଶାନ୍ତି ମଧ୍ୟ ମିଳିଥାଏ ।

୨- ଗାଧୋଇବା ବେଳେ କିମ୍ୱା ବାହାରୁ ଘରକୁ ପ୍ରବେଶ କରିବା ସମୟରେ ନିଜର ପାଦକୁ ଭଲ ଭାବରେ ସଫା କରି ଧୋଇନେବା ଉଚିତ୍ । ଏପରି ପ୍ରତିଦିନ କରିବା ଦ୍ୱାରା ମନ ସ୍ଥିର ଓ ଶାନ୍ତ ହୋଇଥାଏ ।

 

୩- ଯେଉଁମାନେ ଗରମ ପାଣିରେ ଗାଧୋଇଥାନ୍ତି , ସେମାନଙ୍କ କେଶ ଝଡିବା ସହ ଆଖିର ଦୃଷ୍ଟିଶକ୍ତି କ୍ଷମତା ହ୍ରାସ ପାଇଥାଏ ।

୪- ଯେଉଁ ମାନଙ୍କର ନାକରେ ଆଙ୍ଗୁଳି ପୂରେଇବା କିମ୍ୱା ଦାନ୍ତ ରୋଗଡିବା ଅଭ୍ୟାସ ରହିଥାଏ , ତାଙ୍କ ପାଖରେ ସର୍ବଦା ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ।

୫- ଘରକୁ ଫେରିବା ସମୟରେ ହାତରେ କିଛି ନା କିଛି ନେଇକି ଆସିବା ଦରକାର , ଏହା ଦ୍ୱାରା ଘରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦା ସର୍ବଦା ରହିଥାଏ ।

 

୬- ଯେଉଁମାନଙ୍କର ବାରମ୍ୱାର ଚୁଟି ଧରିବାର ଅଭ୍ୟାସ ଥାଏ କିମ୍ୱା ଚୁଟି ଛୁଇଁବାର ଅଭ୍ୟାସ ରଖିଥାନ୍ତି ସେମାନଙ୍କ ଠାରେ ସର୍ବଦା ଅମଙ୍ଗଳ ତଥା ଅଭାବ ଦେଖା ଦେଇଥାଏ ।

୭- ଯେଉଁ ବ୍ୟକ୍ତିମାନେ ଖାଇବା ପରେ ଅଇଁଠା ବାସନକୁ ସେହିପରି ଛାଡିକି ଯାଇଥାନ୍ତି , ସେମାନଙ୍କୁ ସଫଳତା ମିଳିବା ସମ୍ଭବ ହୋଇ ନଥାଏ । ଯଦି ସେମାନେ ସଫଳତା ପ୍ରାପ୍ତ କରିଥାନ୍ତି , ତାହା ବହୁତ ଶୀଘ୍ର ନଷ୍ଟ ହୋଇଥାଏ ।

୮- ଯଦି ମୁଣ୍ଡ କୁଣ୍ଡେଇବା ସମୟରେ ଆପଣଙ୍କ ହାତରୁ ପାନିଆ ତଳକୁ ଖସିଯାଏ ତେବେ ଏହା ଶୁଭ ସଙ୍କେତ ହୋଇଥାଏ । କିନ୍ତୁ କାନରେ କେଶ ଉଠିବା ଅଶୁଭ ବୋଲି କୁହାଯାଏ ।


୯- ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କିଛି ଅଶୁଭ ନଥାଏ କି ଶୁଭ ନଥାଏ । କିନ୍ତୁ ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ଭ୍ରମିତ କରିଥାଏ ।

୧୦- ଯେଉଁ ବ୍ୟକ୍ତିମାନେ ସୂର୍ଯ୍ୟଦୟ , ସୂର୍ଯ୍ୟାସ୍ତ କିମ୍ୱା ଦିନ 12 ଘଟିକା ସମୟରେ ଖାଇବା ଅଭ୍ୟାସ ରଖିଥାନ୍ତି କିମ୍ୱା ଲୋକଙ୍କ ସହ ଝଗଡା କରିଥାନ୍ତି , ସେମାନଙ୍କ ଠାରେ ଦାରିଦ୍ରତା ଏବଂ ଅଭାବ ଦେଖାଯାଏ ।

୧୧- ଆପଣ ଭୁଲରେ ବି ଅମାବାସ୍ୟା ଦିନ ନିଶା ତଥା ମଦ୍ୟପାନ କିମ୍ୱା ମାଂସ ସେବନ କରିବା ଦ୍ୱାରା ଆପଣ କୌଣସି ଦୁର୍ଘଟମଣାର ସମ୍ମୁଖୀନ ହୋଇ ପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button