କ୍ରାଇମ

ଶଶୁର ଘର ଲୋକେ ସ୍ତ୍ରୀ ସହ ଦେଖା କରିବାକୁ ନଦେବାରୁ କାର୍ ଭିତରେ ବସି ନିଜକୁ ନିଆଁ ଲଗାଇଦେଲେ ଯୁବକ – Utkal Mail


ଇଟାୱା: ଶଶୁର ଘର ଲୋକେ ସ୍ତ୍ରୀ ସହ ଦେଖା କରିବାକୁ ନଦେବାରୁ କାର୍ ଭିତରେ ବସି ନିଜକୁ ନିଆଁ ଲଗାଇଦେଲେ ଯୁବକ। ଇଟାୱାରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଝଗଡ଼ା‌ ହେବାରୁ ପତ୍ନୀ କିଛି ମାସ ହେଲା ନିଜ ବାପ ଘରେ ରହୁଥି‌ଲେ। ଘଟଣା ଦିନ ପତ୍ନୀଙ୍କୁ ନେବା ପାଇଁ ଆସିଥିବା ବେଳେ ଶଶୁର ଘର ଲୋକେ କବାଟ ନଖୋଲିବାରୁ ସ୍ବାମୀ ନିଜକୁ କାରରେ ବନ୍ଦ କରି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଯୁବକଜଣକ ୭୦ ପ୍ରତିଶତ ପୋଡି ଯାଇଥିବା ସହ ଲୋକେ ପୀଡିତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନା ପଠାଇଥିଲେ। ପୁଲିସକୁ ଏନେଇ ସୂଚନା ଦିଆଯିବାରୁ ଡାକ୍ତରଖାନାରେ ପହଞ୍ଚି ପୁଲିସ ପୀଡ଼ିତଙ୍କୁ ସୈଫଇ ମେଡିକାଲ କଲେଜକୁ ପଠାଇଥିବା ଜଣାପଡ଼ିଛି। ପୀଡ଼ିତଙ୍କ ନାମ ଶିବମ ବୋଲି ଚିହ୍ନଟ କରାଯାଇଛି।

ଏହି ଘଟଣା ପ‌ରେ ଶିବମଙ୍କ କାର୍ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଶିବମଙ୍କ ଶାଶୁ କହିଛନ୍ତି ଯେ ଜ୍ବାଇଁ ଶିବମ୍ ଆମ ଝିଅକୁ ପିଟୁଥିଲେ। ଜୁନ୍ ମାସରେ ସେ ଝିଅକୁ ନିସ୍ତୁମ ମାଡ଼ ମାରିବାରୁ ଆମେ ଝିଅକୁ ଘରକୁ ନେଇଆସିଥିଲୁ। ଜ୍ବାଇଁ ମଦ୍ୟପାନ କରୁଥିବାରୁ ଝିଅ ସହ କିଛି ଅଘଟଣ ଘଟିବାର ସନ୍ଦେହ ଆମେ ତାକୁ ଘରକୁ ଆଣିଥିଲୁ। ଘଟଣା ଦିନ ସେ ଝିଅକୁ ନେବା ପାଇଁ ଆସି କବାଟ ବାଡ଼ାଇଥିଲେ। ମଦ ପିଇଥିବାରୁ ଆମେ ଭୟରେ କବାଟ ଖୋଲିନଥିଲୁ। ତେଣୁ ସେ କାରରେ ବସି ନିଆଁ ଲଗାଇ ଦେଇଥିଲେ। ଆମକୁ ଭୟଭୀତ କରିବା ପାଇଁ ସେ ଏସବୁ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button