ଅଜବ୍ ପ୍ରେମ: ୫୨ ବର୍ଷୀୟ ମହିଳାକୁ ଭଲ ପାଇ ବସିଲା ୨୧ ବର୍ଷ ଯୁବକ, ଫେରାର୍ ହୋଇ ହେଲେ ବାହା, ପୂରା ଘଟଣା ଜାଣି ହେବେ ତାଜୁବ୍

ପ୍ରେମ ଅନ୍ଧ ଏହା ଜାତି କିମ୍ବା ବୟସର ବ୍ୟବଧାନ ମଧ୍ୟ ମାନିନଥାଏ ବୋଲି କୁହାଯାଏ। କିନ୍ତୁ, ଏକ ପ୍ରେମୀଯୁଗଳ ଏହି ଉକ୍ତିଟିକୁ ସତ୍ୟ ପ୍ରମାଣିତ କରିଛନ୍ତି। ଫେସବୁକ୍ ଲାଇଭରେ ଉଭୟଙ୍କର ବିବାହ କାର୍ଯ୍ୟକ୍ରମ ଭାଇରାଲ ହୋଇଥିବା ବେଳେ ସେମାନଙ୍କୁ ଖୁବ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।
ମିଳିଥିବା ସୂଚନା ଅନୁଯାଇ ବିବାହ କରିଥିବା ଯୁବକଙ୍କ ବୟସ ମାତ୍ର ୨୧ ବର୍ଷ ହୋଇଥିବା ବେଳେ ମହିଳାଙ୍କ ବୟସ ୫୨ ବର୍ଷ ଅଟେ। ଏପରିକି ସେମାନେ ଗତ ୩ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଥିବା ମଧ୍ୟ ଜାଣିବାକୁ ମିଳିଛି। ପ୍ରେମ ପାଇଁ ବୟସ କୌଣସି ପ୍ରତିବନ୍ଧକ ନୁହେଁ ବରଂ ମନ ଭଲ ହୋଇଥିବା ଦରକାର ବୋଲି ଯୁବକ ଜଣକ ମତ ରଖିଛନ୍ତି।
ସେହିଭଳି ଭାବରେ ମହିଳା ଜଣକ ମଧ୍ୟ ନିଜ ବରକୁ ପ୍ରଶଂସା କରିଛନ୍ତି। ସେ ବହୁତ ଭଲ ମଣିଷ ଏବଂ ଉଭୟେ ଉଭୟଙ୍କ ସହିତ ଖୁବ ଖୁସିରେ ରହିବେ ବୋଲି ସେ ଆଶା ବାନ୍ଧିଛନ୍ତି। ଅନ୍ୟପକ୍ଷରେ ଭିଡ଼ିଓଟିକୁ ପୋଷ୍ଟ କରିଥିବା ଅମିତ ଚତୁର୍ବେଦୀ ଲେଖିଛନ୍ତି ଯେ ଏହି ଦୁଇଜଣଙ୍କର ବିବାହ ପରଠାରୁ ହିଁ କଳିଯୁଗର ଅନ୍ତିମ ଚରଣ ପ୍ରାରମ୍ଭ ହେବ। ଏପରିକି କିଛି ଲୋକେ ଉଭୟଙ୍କୁ ସମର୍ଥନ ମଧ୍ୟ କରିଛନ୍ତି