ନୀତି

ଏହି ଫଟୋରେ କେତୋଟି ଭୁଲ୍‌ ଅଛି କାଢ଼ିପାରିବେ କି? କହିଲେ ଦେଖି କ’ଣ ଅସୁବିଧା ଅଛି ଏଥି‌ରେ? – Utkal Mail


ଆମେ ପୂର୍ବରୁ ଅନେକ ଅପ୍‌ଟିକାଲ୍‌ ଇଲ୍ୟୁଜନ୍‌ ଖେଳିଛନ୍ତି। ଏକ ଫଟୋ ଭିତରେ କିଛି ଏକ ଜିନିଷକୁ ଖୋଜିପାଇବା ହେଉଛି ଏ ଖେଳର ମୁଖ୍ୟ କଥା। ଏହି ଖେଳ ଖେଳିବାକୁ ଖୁବ୍ ମଜା ଲାଗୁଥିବା ବେଳେ ଏହା ମସ୍ତିଷ୍କକୁ ମଧ୍ୟ ସକ୍ରିୟ କରିଥାଏ। ଏହି ଖେଳ ଖେଳି ଅନ୍ୟମାନଙ୍କ ତୁଳନାରେ ଆପଣ କେତେ ବୁଦ୍ଧିମାନ ତାହା ନିଜେ ପରଖି ପାରିବେ।

ଏହା ଏପରି ଏକ ଖେଳ, ଯାହାକୁ ଆପଣ ଏକାକୀ କିମ୍ବା ଆପଣଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ଖେଳିପାରିବେ । ଏହି ଖେଳ ଖେଳି ଅନ୍ୟମାନଙ୍କ ତୁଳନାରେ ଆପଣ କେତେ ବୁଦ୍ଧିମାନ ଅଟନ୍ତି ତାହା ପରୀକ୍ଷା କରିପାରିବେ।

ଏହା ଯେତିକି ମଜାଳିଆ ଦେଖାଯାଏ, ଏହି ଖେଳ ପ୍ରକୃତରେ ବହୁତ କଷ୍ଟସାଧ୍ୟ। କାରଣ ଏହାକୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମାଧାନ କରିବାକୁ ପଡିଥାଏ। ଯଦି ଆପଣ ପୂର୍ବରୁ ଏହି ଚ୍ୟାଲେଞ୍ଜ ନେଇ ନାହାନ୍ତି, ତେବେ ଆଜି ହେଉଛି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।

ଆମେ ଆପଣଙ୍କ ପାଇଁ ଆଣିଥିବା ଛବିରୁ ଆପଣଙ୍କୁ ଭୁଲ୍‌ ବାଛିବାକୁ ହେବ। ଅର୍ଥାତ ଆଜି ଆପଣଙ୍କ ପାଇଁ କାମ ହେଉଛି ଦୃଶ୍ୟମାନ ହୋଇଥିବା ଫଟୋରେ କ’ଣ ଭୁଲ୍‌ ଅଛି ଆପଣ କାଢ଼ିବେ। ସେହି ଭୁଲ୍‌ ଗୋଟାଏ ହୋଇପାରେ, ଦୁଇଟା ହୋଇପାରେ କିମ୍ବା ତା’ଠାରୁ ଅଧିକ। ତେବେ ଆପଣଙ୍କ ପରୀକ୍ଷା ଆରମ୍ଭ ହେଲା ଏବେ। ଦେଖିବା କେତେ ସମୟ ମଧ୍ୟରେ ଆପଣ ଫଟୋରେ ଥିବା ଭୁଲ୍‌ କାଢ଼ି ପାରୁଛନ୍ତି।

ଯଦି ଜାଣିପାରୁନାହାନ୍ତି ତ ଆମେ ଆପଣଙ୍କୁ ଜଣାଇ ଦେଉଛୁ। ଦେଖନ୍ତୁ ଗ୍ଲାସ୍‌ରେ ଷ୍ଟ୍ର ବଦଳରେ ଏକ ଲିପ୍‌ଷ୍ଟିକ୍‌ ଲଗାଯାଇଛି। ଏହାଛଡ଼ା ଯେଉଁ ବର୍ଗର ଥୁଆ ହୋଇଛି ତାହାର ତଳ ବନ୍‌ ନାହିଁ। ଏହି ଫଟୋରେ ୨ଟି ହିଁ ଭୁଲ୍‌ ଅଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button