ଦେଶ ବିଦେଶ
ଗୁଜରାଟରେ ଗରବା କାର୍ଯ୍ୟକ୍ରମ: ୨୪ ଘଣ୍ଟାରେ ୧୦ ହୃଦ୍ଘାତ ମୃତ୍ୟୁ – Utkal Mail
ଅହମଦାବାଦ: ନବରାତ୍ରି ଅବସରରେ ଗୁଜରାଟରେ ଗରବା ନୃତ୍ୟ ପରିବେଷଣ କରାଯାଇଥାଏ। ଏଥିରେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ଲୋକମାନେ ଅଂଶଗ୍ରହଣ କରିଥାନ୍ତି। କିନ୍ତୁ ଗରବା କାର୍ଯ୍ୟକ୍ରମ ଆରମ୍ଭ ହେବାର ୨୪ ଘଣ୍ଟା ଭିତରେ ଗୁଜରାଟରେ ୧୦ ଜଣ ଲୋକଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଟିନ୍-ଏଜରଠାରୁ ମଧ୍ୟବୟସ୍କ ପର୍ଯ୍ୟନ୍ତ ଏହାର ଶିକାର ହୋଇଛନ୍ତି। ବଡ଼ୋଦରାର ଦାଭୋଇଠାରେ ଜଣେ ୧୩ ବର୍ଷର ପିଲା ବି ଗରବା ନୃତ୍ୟ ସମୟରେ ହୃଦ୍ଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଶୁକ୍ରବାର ଗରବା ନାଚିବା ବେଳେ ଅହମଦାବାରେ ଜଣେ ୨୪ ବର୍ଷୀୟ ଯୁବକର ମୃତ୍ୟୁ ଘଟିଥିବା ବେଳେ କାପଡ଼ୱଞ୍ଜଠାରେ ଜଣେ ୧୭ ବର୍ଷର ବାଳକ ମୃତ୍ୟୁବରଣ କରିଛି।