ଦେଶ ବିଦେଶ

ନିଜ କ୍ଷୀର ଦାନ କରି ଗିନିଜ୍ ୱାର୍ଲ୍ଡ ରେକର୍ଡ୍ସ ସୃଷ୍ଟି କଲେ ମହିଳା, ଜାଣନ୍ତୁ କେମିତି ଦେଲେ ଏତେ ଲିଟର କ୍ଷୀର

ନିଜ କ୍ଷୀରକୁ ଦାନ କରି ସେବା କରୁଛନ୍ତି । ମାତୃକ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି । ୨୬ ବର୍ଷ ବୟସରୁ କ୍ଷୀର ଦାନ କରିବା ଆରମ୍ଭ କରିଥିଲେ। ଆଉ ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି, ଯାହା ତାଙ୍କୁ ନୂଆ ରେକର୍ଡର ଅଧିକାରିଣୀ କରିଛି।

ଆମେରିକାର ଜଣେ ମହିଳା ବ୍ରେଷ୍ଟ ମିଲ୍କ ଦାନ କରି ରଚିଛନ୍ତି ଗିନିଜ ୱାର୍ଲ୍ଡ ରେକର୍ଡ । ବର୍ତ୍ତମାନ ସୁଦ୍ଧା ଏହି ମହିଳାଜଣକ ଶତାଧିକ ଶିଶୁଙ୍କ ମୁହଁରେ ହସ ଫୁଟାଇଛନ୍ତି । ୟୁ.ଏସ. ଟେକ୍ସାସରେ ରହୁଥିବା ୩୬ ବର୍ଷୀୟା ଏଲିସ ଓଗଲେଟ୍ରି ନିଜର ୨,୬୪୫.୫୮ ଲିଟର କ୍ଷୀର ଦାନ କରିସାରିଲେଣି । ବେଷ୍ଟ ମିଲ୍କ ଦାନକୁ ନେଇ ଏଲିସ ୨୦୧୪ରୁ ଚର୍ଚ୍ଚାରେ ରହିଆସୁଛନ୍ତି ।

Milk

ସେତେବେଳେ ସେ ୧,୫୬୯.୭୯ ଲିଟର ବ୍ରେଷ୍ଟ ମିଲ୍କ ଦାନ କରିଥିଲେ । ଆଉ ଏବେ ୧୦ ବର୍ଷ ପରେ ନିଜେ ହିଁ ନିଜ ରେକର୍ଡ ଭାଙ୍ଗିଛନ୍ତି । ସେ ଦାନ କରୁଥିବା କ୍ଷୀର ନର୍ଥ ଟେକ୍ସାସରେ ଥିବା ମଦର୍ସ ବ୍ୟାଙ୍କରେ ଜମା କରାଯାଏ । ପ୍ରିମାଚୁଅର ବେବି ମାନଙ୍କୁ ଏହାର ଆବଶ୍ୟକତା ଅଧିକ ରହିଛି । ଏବେ ସୁଦ୍ଧା ଏଲିସ ୩,୫୦,୦୦୦ ପିଲାଙ୍କ ସାହାଯ୍ୟ କରିସାରିଲେଣି ।

ବ୍ରେଷ୍ଟ ମିଲ୍କ ଦାନ କରିବାର ନିଆରା ଅଭିଯାନ ଏଲିସ ୨୦୧୦ରୁ ଆରମ୍ଭ କରିଥିଲେ । ନିଜ ସାହାଯ୍ୟ ମନବୃତ୍ତି ପାଇଁ ଏଲିସ କୁହନ୍ତି, ମୋ ପାଖରେ ଟଙ୍କା ନାହିଁ କିନ୍ତୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମୋର ବହୁତ ଆଗ୍ରହ । ସେଥିପାଇଁ ଯେ କୌଣସି ପ୍ରକାରେ ମୁଁ ସେମାନଙ୍କ ସାହାଯ୍ୟ କରିବାକୁ ଚାହେଁ । ଏଲିସଙ୍କର ଗୋଟିଏ ପୁଅ ଅଛି । ଯାହାର ବୟସ ୧୪ ବର୍ଷ । ଲୋକଙ୍କ ହିତରେ ସେ ଆଗକୁ ମଧ୍ୟ ଏହି ସେବା ଜାରି ରଖିବେ ବୋଲି କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button