ବ୍ୟବସାୟ

ମାନବ ମସ୍ତିଷ୍କରେ ଲାଗିବ ଚିପ୍‌: କାର୍ଯ୍ୟ ଆରମ୍ଭ ପାଇଁ ମସ୍କଙ୍କ କମ୍ପାନିକୁ ଅନୁମତି – Utkal Mail


ନୂଆଦିଲ୍ଲୀ: ଆମେରିକାର ବିଶିଷ୍ଟ ଉଦ୍ୟୋଗୀ ଏଲନ ମସ୍କଙ୍କ ନ୍ୟୁରାଲିଙ୍କ୍‌ କମ୍ପାନି ଶୀଘ୍ର ମାନବ ମସ୍ତିଷ୍କରେ ଚିପ୍‌ ପ୍ରତିରୋପଣ କରିବ। ପକ୍ଷାଘାତ ରୋଗୀର ମସ୍ତିଷ୍କରେ ଏହି ପ୍ରତିରୋପଣ ପାଇଁ ନ୍ୟୁରାଲିଙ୍କଙ୍କୁ ଆମେରିକାର ଏକ ସ୍ବାଧୀନ ସମୀକ୍ଷା ବୋର୍ଡ ଅନୁମତି ଦେଇଛି। ମସ୍କ ନିଜେ ଏ ସଂପର୍କରେ ସୂଚନା ଦେଇଛନ୍ତି। ଫଳରେ ‌ପକ୍ଷାଘାତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ନିଜ ସାମାଜିକ ଗଣମାଧ୍ୟମ କମ୍ପାନି ଏକ୍ସରେ ମସ୍କ ପୋଷ୍ଟ କରିଛନ୍ତି, ଦୀର୍ଘମିଆଦୀ ଭିତ୍ତିରେ ନ୍ୟୁ‌ରାଲିଙ୍କ୍‌ ମାନବରୁ କୃତ୍ରିମ ବୁଦ୍ଧିମତା (ଏଆଇ) ବ୍ୟାଣ୍ଡୱିଡ୍‌ଥରେ ଉନ୍ନତି ଆଣି ପିଢ଼ିରୁ ପିଢ଼ି ମଧ୍ୟରେ ଦେଖାଦେଉଥିବା ବିପଦକୁ ହ୍ରାସ କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି। ଯଦି ଷ୍ଟିଫେନ ହକିଂଙ୍କ ଠାରେ ଏହା ଲାଗି ପାରିଥାନ୍ତା ତାହେଲେ ଚିନ୍ତା କରନ୍ତୁ…. ବୋଲି ମସ୍କ ଲେଖିଛନ୍ତି। ବିଶ୍ବର ପ୍ରଖ୍ୟାତ ପଦାର୍ଥବିଜ୍ଞାନୀ ଷ୍ଟିଫେନ ହକିଂ ୨୦୧୮ ମାର୍ଚ୍ଚ ୧୬ରେ ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ସେ ଆମିଓଟ୍ରଫିକ ଲାଟେରାଲ ସ୍ଲେରୋସିସ (ଏଏଲ୍‌ଏସ୍‌) ନାମ ଏକ ସ୍ନାୟବିକ ରୋଗରେ ପୀଡ଼ିତ ଥିଲେ। ଦୀର୍ଘ ୫୦ ବର୍ଷ ଧରି ଅଧିକ ସମୟ ସେ ଉକ୍ତ ରୋଗରେ ପୀଡ଼ିତ ହୋଇ ମଧ୍ୟ କଷ୍ଟକର ଜୀବନ ଜିଇଁଥିଲେ। ଏଏଲ୍‌ଏସ୍‌ କୁ ‘ଲୋଉ ଗେରିଗ୍‌ସ’ ରୋଗ ମଧ୍ୟ କୁହାଯାଇଥାଏ। ମଣିଷର ମୋଟର ନ୍ୟୁରନ କାର୍ଯ୍ୟ କରି ନଥାଏ। ଉକ୍ତ ମୋଟର ନ୍ୟୁରନ ମସ୍ତିଷ୍କ ଏବଂ ମେରୁଦଣ୍ଡରେ ଥିବା ଏହି କୋଷଗୁଡ଼ିକ ଶରୀରର ମାଂସପେଶୀର ଚଳନକୁ ନିୟନ୍ତ୍ରଣ କରିଥାଏ। ଏ ପ୍ରକାର ରୋଗ ବଢ଼ିବା ପରେ ମାଂସପେଶୀକୁ ବାର୍ତ୍ତା ପଠାଇବାରେ ମସ୍ତିଷ୍କର କ୍ଷମତା ହ୍ରାସ ପାଇଥାଏ।

ମେରୁଦଣ୍ଡରେ ଆଘାତ କିମ୍ବା ଆମିଓଟ୍ରଫିକ ଲାଟେରାଲ ସ୍ଲେରୋସିସ ଯୋଗୁ ଯେଉଁମାନେ ପକ୍ଷାଘାତ ରୋଗରେ ପୀଡ଼ିତ ସେମାନେ ଏହି ଅନୁଧ୍ୟାନ ପାଇଁ ଯୋଗ୍ୟ ବିବେଚିତ ହେବେ। କିନ୍ତୁ କେତେଜଣ ବ୍ୟକ୍ତିଙ୍କ ଠାରେ ଉକ୍ତ ପରୀକ୍ଷଣ ହେବ ସେ ସଂପର୍କରେ କିଛି କୁହାଯାଇନାହିଁ। ତେ‌ବେ ଉକ୍ତ ଅନୁଧ୍ୟାନ ଶେଷହେବା ପାଇଁ ୬ ବର୍ଷ ଲାଗିବ। ଉକ୍ତ ଅନୁଧ୍ୟାନରେ ରୋବଟ୍‌ ଜରିଆରେ ମଣିଷର ମସ୍ତିଷ୍କରେ ବିସିଆଇ (ବ୍ରେନ-କମ୍ପ୍ୟୁଟର ଇଣ୍ଟରଫେସ) ପ୍ରତିରୋପଣ କରାଯିବ। ନ୍ୟୁରାଲିଙ୍କକୁ ନେଇ ମସ୍କଙ୍କର ବଡ଼ ଅଭିଳାଷ ରହିଛି। ମେଦବହୁଳତା, ଅଟିଜିମ, ଅବସାଦ ଏବଂ ସିଜୋଫ୍ରେନିଆ ଭଳି ରୋଗର ଚିକିତ୍ସା ଚିପ୍‌ ପ୍ରତିରୋପଣ ଜରିଆରେ କରାଯାଇ ପାରିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button