ବିଚାର

ନିଜ ଭକ୍ତଙ୍କୁ ରକ୍ଷା କରିବାକୁ ରାସ୍ତା ଉପରେ ପ୍ରକଟ ହେଲେ ହନୁମାନ, ତା ପରେ ଯାହା ହେଲା ଦେଖି ଆପଣଙ୍କୁ ବି ବିଶ୍ୱାସ ହେବ ନାହିଁ

ନମସ୍କାର ବନ୍ଧୁଗଣ ତେବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ହନୁମାନ ଙ୍କର ବହୁତ ମାନ୍ୟତା ରହିଛି । ତାଙ୍କର ଅନେକ ନାମ ମଧ୍ୟ ଅଛି କିଏ ତାଙ୍କୁ ପବନ ପୁତ୍ର ତ କିଏ ଅଞ୍ଜନି ପୁତ୍ର ତ କିଏ ମାରୁତି । ବିଭିନ୍ନ ନାମରେ ହନୁମାନ ଙ୍କୁ ଡାକନ୍ତି ଏବଂ ପୂଜା ମଧ୍ୟ କରିଥାନ୍ତି । ହନୁମାନ ଶ୍ରୀ ରାମଙ୍କର ବହୁତ ବଡ଼ ଭକ୍ତ ଥିଲେ । ସେ ରାମଙ୍କ ପାଇଁ ନିଜ ଜୀଵନ ଦେବାକୁ ମଧ୍ୟ ପଛାଉ ନଥିଲେ ।

ତେବେ ହନୁମାନ ବର୍ତ୍ତମାନ ମଧ୍ୟ ବାସ୍ତବରେ ଅଛନ୍ତି ଏହାର ପ୍ରମାଣ ତାଙ୍କ ର ଲୀଳା ଯୋଗୁଁ ମିଳିଥାଏ ଏବଂ ସେ ନିଜ ଭକ୍ତ କୁ ସଙ୍କଟ ରୁ ବଞ୍ଚାଇବା ପାଇଁ ସର୍ଵଦା ପ୍ରସ୍ତୁତ ମଧ୍ୟ ଥାଆନ୍ତି । ତେବେ ଆଜି ଆମେ ସେହି ଭଳି ଏକ ଘଟଣା ବିଷୟରେ ଆଲୋଚନା କରିବା ଏବଂ ଜାଣିବା କି ହନୁମାନ ନିଜ ଭକ୍ତ ଙ୍କ ପାଇଁ କଣ କଣ ଏବଂ କିପରି ଭାବେ ସାହାଯ୍ୟ କରିଥାନ୍ତି । ଆସନ୍ତୁ ଜାଣିନେବା ।

ଏହି ଘଟଣା ହେଉଛି ପଞ୍ଜାବ ରେ ରହୁଥିବା ଶ୍ରୀଧର ଙ୍କର । ଶ୍ରୀଧର ହନୁମାନ ଙ୍କର ଜଣେ ବଡ ଭକ୍ତ ସେ ନିଜର ଅଧିକ ସମୟ ହନୁମାନ ଙ୍କ ସହ ବିତାଇ ଥାଆନ୍ତି ଏବଂ ହନୁମାନ ଙ୍କ ପୂଜା ଅର୍ଚ୍ଚନା ରେ ହିଁ ନିଜର ସମୟ ଅତିବାହିତ କରିଥାନ୍ତି । ଶ୍ରୀଧର ଙ୍କ ଏଭଳି ଅତୁଟ ଭକ୍ତି କୁ ଦେଖି ଗାଁ ଲୋକମାନେ ମଧ୍ୟ ତାଙ୍କର ସମ୍ମାନ କରୁଥିଲେ । ଶ୍ରୀଧର ବହୁତ ସାଧାରଣ ଏବଂ ସଫା ହୃଦୟ ର ମଣିଷ ଥିଲେ । ସେଥିପାଇଁ ଗାଁର ସମସ୍ତେ ତାଙ୍କ ଉପରେ ବହୁତ ଖୁସି ରହୁଥିଲେ ।
ଶ୍ରୀଧର କୁହନ୍ତି କି ତାଙ୍କ ସାନ ଭାଇ ମଦନ ଜମି ବାଡ଼ି ପାଇଁ ତାଙ୍କୁ ବହୁତ ହଇରାଣ କରୁଥିଲେ ।

ମଦନ ର ନଜର ସର୍ଵଦା ଶ୍ରୀଧର ର ଜମିବାଡ଼ି ଉପରେ ଥିଲା ଏବଂ ତାକୁ ହଡ଼ପ କରିବା ପାଇଁ ମଧ୍ୟ ବହୁତ ପ୍ରୟାସ କରୁଥିଲା । କିନ୍ତୁ ସେ ସଫଳ ହୁଅନ୍ତି ନାହିଁ । ତେବେ ମଦନ ଭାବିଲା କି ଯଦି ମୁଁ ଶ୍ରୀଧର ର ମନ୍ଦିର ଯିବା ପାଇଁ ଅଙ୍କୁଶ ଲଗାଇ ଦେବି ତେବେ ସେ ବିବଶ ହୋଇ ମୋତେ ତାର ସମସ୍ତ ଜମିବାଡ଼ି ଦେଇଦେବ ।

କାରଣ ମଦନ ବହୁତ ଭଲ ରେ ଜାଣିଥିଲା କି ଶ୍ରୀଧର ହନୁମାନ ଙ୍କ ଦର୍ଶନ ଏବଂ ଭକ୍ତି ପାଇଁ କିଛି ଭି କରି ପାରିବ । ତେଣୁ ଏହି କଥାର ଫାଇଦା ଉଠାଇ ମଦନ ଏକ ଯୋଜନା କଲା । ସକାଳେ ଯେତେବେଳେ ଶ୍ରୀଧର ପୂଜା ପାଇଁ ମନ୍ଦିର ଯିବାକୁ ବାହାରିଲେ ସେତେବେଳେ ତାଙ୍କୁ କିଛି ପୋଲିସ ଵାଲା ଆସି ମଦିର ଭିତରକୁ ଯିବା ପାଇଁ ଅନୁମତି ଦେଲେ ନାହିଁ ।

ଏହା ଦେଖି ଶ୍ରୀଧର ବହୁତ ଡରିଗଲେ । ତେବେ ଯେତେବେଳେ ଶ୍ରୀଧର ମନ୍ଦିର କୁ ଯିବା ପାଇଁ କଣ ପାଇଁ ମନା କରୁଛନ୍ତି ପଚାରିଲା ବେଳେ ପୋଲିସ ମାନେ କହିଲେ କି ତୁମ ନାମ ରେ ମନ୍ଦିର ର ମୂଲ୍ୟବାନ ବସ୍ତୁ କୁ ଚୋରି କରିବା ର ଅଭିଯୋଗ ଅଛି । ତେଣୁ ମନ୍ଦିର ଭିତରକୁ ଯାଇ ପାରିବ ନାହିଁ । ଏହା ଶୁଣି ଶ୍ରୀଧର ଆଶ୍ଚର୍ଯ୍ୟ ହେଲେ ଏବଂ କିଏ ଅଭିଯୋଗ କରିଥିବ ଏବଂ ପୋଲିସ ମାନେ ମଧ୍ୟ ତାଙ୍କ ସହିତ ଖୁବ ଖରାପ ବ୍ୟବହାର କଲେ ।

ନିରାଶ ହୋଇ ଶ୍ରୀଧର ମନେ ମନେ ହନୁମାନ ଙ୍କୁ ସ୍ମରଣ କଲେ । କିଛି ସମୟ ପରେ ମଦନ ଆସି କହିଲା କି ଏ ସବୁ ମୁଁ କରିଛି ଏବଂ ମନ୍ଦିର ର ହାର ମଧ୍ୟ ମୋ ପାଖରେ ଅଛି ଯଦି ନିଜର ଜମି ବାଡ଼ି ମୋ ନାମ ରେ କରନ୍ତୁ ନହେଲେ ଭଲ ହେବ ନାହିଁ । ଏହି ସମୟରେ ଗୋଟିଏ ମାଙ୍କଡ଼ ଆସିଲା ଏବଂ ସେ ନିଜ ବେକରେ ସେହି ହାରକୁ ପିନ୍ଧି ଆସିଲା ଏହା ଦେଖି ମଦନ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ଘରେ ଯାଇ ସେ ହାରକୁ ଦେଖିଲା ବେଳେ ସେ ହାର ନଥିଲା ଏହା ଦେଖି ମଦନ ଜାଣି ପାରିଲା କି ଏ ସବୁ ହନୁମାନ ଙ୍କ ଲୀଳା । ଶ୍ରୀଧର କୁ ପୋଲିସ ମନ୍ଦିର କୁ ଯିବା ପାଇଁ ଅନୁମତି ଦେଲେ ଏବଂ ଶ୍ରୀଧର ହନୁମାନ ଙ୍କୁ ବହୁତ ଧନ୍ୟବାଦ ଦେଲେ ଏବଂ ତାଙ୍କ ଚମତ୍କାର କୁ ଦେଖି ସେ ବହୁତ ଖୁସି ହୋଇଗଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button