କ୍ରାଇମ

ଆତ୍ମହତ୍ୟା କଲେ ଲକ୍ଷ୍ନୌ ବିବିଏ ଛାତ୍ର

ନୂଆଦିଲ୍ଲୀ: ଲକ୍ଷ୍ନୌରେ ଜଣେ ୧୯ ବର୍ଷୀୟ ଛାତ୍ର ନିଜ ମା’ଙ୍କ ଜନ୍ମଦିନ ଉତ୍ସବ ପାଳିବାର ମାତ୍ର କିଛି ଘଣ୍ଟା ପରେ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରଙ୍କ ନାଁ ବସୁଦେବ ମଲିକ। ସେ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲେ। ବାସୁଦେବଙ୍କ ବାପା ଚନ୍ଦନ ମଲିକ ଏକ ସ୍ପୋର୍ଟ୍ସ ଏକା‌ଡେମି ପରିଚାଳନା କରନ୍ତି। ଚନ୍ଦନ ମଲିକ କହିଛନ୍ତି, ତାଙ୍କ ପୁଅ ବାସୁଦେବଙ୍କର କିଛି ମାସ ତଳେ ଏକ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଅସ୍ତ୍ରୋପଚାର ପରେ ସେ ଲୋକଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଲେ ଏବଂ ବିଷାଦଗ୍ରସ୍ତ ହେଲେ।  ଧୀରେଧୀରେ ସେ ଲୋକଙ୍କଠାରୁ ନିଜକୁ ଦୂରେଇ ରଖିଲେ।  ଶେଷରେ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ବସୁଦେବ ଗତ ରବିବାର ତାଙ୍କ ମା’ ଦିପ୍ତୀଙ୍କ ଜନ୍ମଦିନ ଉତ୍ସବ ପାଳନ କରିଥିଲେ। ମା’ଙ୍କ ପାଇଁ ସେ ଜନ୍ମଦିନରେ ଏକ କେକ୍‌ ଆଣି କାଟିଥିଲେ ଏବଂ ପରିବାର ସଦସ୍ୟଙ୍କ ସହ ଜନ୍ମଦିନ ଉତ୍ସବ ମନାଇଥିଲେ। ତେବେ ‌ସୋମବାର ଘରେ କେହି ନଥିବା ସମୟରେ ବସୁଦେବ ସିଲିଂ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ଘଟଣା ସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି ଯେଉଁଥିରେ ଲେଖା ଅଛି ‘ଆଇ ଆମ୍‌ ସରି ପାପା’।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button