ଧର୍ମ

କିପରି ଆସିଲା ଭୀମଙ୍କ ପାଖରେ ୧୦ ହଜାର ହାତୀର ବଳ ? ଆସନ୍ତୁ ଜାଣିବା

ମହାଭାରତରେ ଏମିତି ଅନେକ ଯୋଦ୍ଧା ଥିଲେ, ଯେଉଁ ମାନେ ବହୁତ ଶକ୍ତିଶାଳୀ ଥିଲେ । ସେମାନଙ୍କ ସହ ଯୁଦ୍ଧ କରିବା ଅର୍ଥାତ ମୃତ୍ୟୁକୁ ନିମତ୍ରଣ ଦେବା ପରି ପ୍ରତୀତ ହେଉଥିଲା । ଏମିତି ଏକ ଯୋଦ୍ଧା ଥିଲେ କୁନ୍ତୀ ପୁତ୍ର ଭୀମ । କୁହାଯାଏ ଯେ ଭୀମଙ୍କ ଶରୀରରେ ୧୦ ହଜାର ହାତୀର ଶକ୍ତି ନିହିତ ଥିଲା । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଏପରି ସାଧାରଣ ମନୁଷ୍ୟ ମଧ୍ୟରେ ୧୦ ହଜାର ହାତୀର ଶକ୍ତି କେଉଁଠାରୁ ଆସିଲା ?

ଆଜି ଆମେ ଏହି ରହସ୍ୟ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିବୁ ।

କୁହାଯାଏ ଏକଦା ଏହି ଶକ୍ତି ସାହାଯ୍ୟରେ ଭୀମ ନର୍ମଦା ନଦୀର ପ୍ରବାହକୁ ଅଟକାଇ ଦେଇଥିଲେ । ଭୀମଙ୍କ ମଧ୍ୟରେ ଏହି ଶକ୍ତି ଆସିବା ପଛରେ ଏକ ରୋଚକ ତଥ୍ୟ ନିହିତ ଅଛି । ଏହି ତଥ୍ୟ ଅନିଶାରେ ଭୀମ ବାଲ୍ୟ କାଳରୁ ବହୁତ ଶକ୍ତିଶାଳୀ ଥିଲେ । ଭୀମ ଦୌଡିବା, କୁସ୍ତି ଲଢିବା ଇତ୍ୟାଦି ଅନେକ କ୍ରୀଡାରେ କୌରବଙ୍କୁ ପଛରେ ପକାଇ ଦେଉଥିଲେ । ଭୀମଙ୍କର କୌରବଙ୍କ ଉପରେ କୌଣସି କ୍ରୋଧ ବା ଦ୍ଵେଷ ନଥିଲା କିନ୍ତୁ ଦୁର୍ଯୋଧନ ମନରେ ଭୀମଙ୍କ ପ୍ରତି କ୍ରୋଧ ବଢି ଯାଇଥିଲା । ଏହି କାରଣରୁ ଉପଯୁକ୍ତ ସମୟ ଆସିଲେ ଭୀମଙ୍କ ହତ୍ୟା କରିବାକୁ ସ୍ଥିର କଲା ।

ଏକଦା ଦୁର୍ଯୋଧନ କ୍ରିଡା ନିମତେ ଗଙ୍ଗା କୂଳରେ ଶିବିର ଲଗାଇଲା ଏବଂ ଏହି ସ୍ଥାନର ନାମ ଉଦକ୍ରିଡନ ରଖିଲା । ଏହିଠାରେ ଖାଦ୍ୟ ପାନୀୟ ସହ କ୍ରିଡା କରିବାର ବ୍ୟବସ୍ଥା ଥିଲା । ଦୁର୍ଯୋଧନ ପଞ୍ଚୁ ପାଣ୍ଡବଙ୍କୁ ମଧ୍ୟ ସେଠାକୁ ନିମତ୍ରଣ କଲା ଏବଂ ଏକଦା ସୁଯୋଗ ପାଇ ସେ ଭୀମଙ୍କ ଭୋଜନରେ ବିସ ମିଶାଇ ଦେଲା । ଯେତେବେଳେ ଭୀମ ଏହି ଖାଦ୍ୟ ଖାଇ ଚେତାଶୁନ୍ୟ ହେଇଗଲେ ସେତେବେଳେ ଦୁର୍ଯୋଧନ ଓ ଦୁଶାସନ ଭୀମଙ୍କୁ ଗଙ୍ଗାରେ ଫୋପାଡି ଦେଲେ । ଭୀମ ସେହି ଜଳ ଦେଇ ନାଗଲୋକରେ ପହଞ୍ଚି ଗଲେ । ସେହି ସ୍ଥାନରେ ତାଙ୍କୁ ସାପମାନେ ଅନେକ ଥର ଦଂଶନ କରିବାରୁ ସର୍ପ ବିସ ପ୍ରଭାବରେ ତାଙ୍କ ଶରୀରରୁ ସମସ୍ତ ବିସର ପରି ସମାପ୍ତି ଘଟିଲା ।

ଏହି ଘଟଣା ପରେ ଯେତେବେଳେ ଭୀମ ନିଜର ଚେତା ଫେରି ପାରିଲେ ନିଜର ଆଖପାଖରେ ସର୍ପ ମାନଙ୍କୁ ଦେଖି ସେମାନଙ୍କୁ ମାରିବାକୁ ଲାଗିଲେ, ଯାହାଫଳରେ ସର୍ପ ସବୁ ସେଠାରୁ ଭୟରେ ପଳାୟନ କରିବା ସହ ନାଗରାଜ ବାସୁକିଙ୍କ ଶରଣ ନେଲେ ଏବଂ ତାଙ୍କ ପାର୍ଶ୍ଵରେ ସମସ୍ତ ଘଟଣା ବର୍ଣ୍ଣନା କଲେ । ସମସ୍ତ ଘଟଣା ଶୁଣିବାପରେ ନାଗରାଜ ଆର୍ଯ୍ୟକ ନାଗ ସହ ଭୀମଙ୍କ ନିକଟକୁ ଗଲେ । ଭୀମଙ୍କୁ ଦେଖିବା କ୍ଷଣି ଆର୍ଯ୍ୟକ ନାଗ ତାଙ୍କୁ ଚିହ୍ନି ପାରିଲେ । ଆର୍ଯ୍ୟକ ନାଗ ଭୀମଙ୍କ ଅଜାଙ୍କ ଅଜା ଥିଲେ । ଏହାପରେ ସେ ଭୀମଙ୍କୁ ନାଗଲୋକ ନେଇଗଲେ ।

ସେଠାରେ ଆର୍ଯ୍ୟକ ନାଗ ନାଗରାଜ ବାସୁକିଙ୍କୁ ଏହି ଅନୁମତି ମାଗିଲେ ଯେ ଭୀମଙ୍କୁ ସେହି କୁଣ୍ଡର ରସ ପାନୀୟ ରୂପରେ ଦିଆଯାଉ ଯେଉଁଥିରେ ହଜାର ହାତୀଙ୍କ ଶକ୍ତି ନିହିତ ରହିଛି । ଏହାପରେ ନାଗରାଜଙ୍କ ଅନୁମତି ପାଇ ଭୀମ ୮ କୁଣ୍ଡ ରସ ପାନ କରି ଦିବ୍ୟ ଶଯ୍ୟାରେ ସୋଇଗଲେ । ନାଗଲୋକରେ ୮ ଦିନ ସୟନ କରିବା ପରେ ଯେତେବେଳେ ସେ ନିଦ୍ରାରୁ ଜାଗ୍ରତ ହେଲେ ତାଙ୍କ ଶରୀରରେ ୧୦ ହଜାର ହାତୀର ଶକ୍ତି ଆସିଯାଇଥିଲା । ଏହାପରେ ସେ ହସ୍ତିନାପୁର ପହଞ୍ଚି ନିଜର ମାତା କୁନ୍ତୀ ଏବଂ ଅନ୍ୟ ୪ ଭ୍ରାତାଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button