ବିଚାର

ଯଦି ଆପଣଙ୍କର ମଧ୍ୟରେ ରହିଛି ଏହିସବୁ ସ୍ଵଭାବ , ତାହେଲେ ସ୍ଵର୍ଗରେ ଆପଣଙ୍କର ସ୍ଥାନ ପକ୍କା

ଗରୁଡ଼ ପୁରାଣ ଅନୁସାରେ ସମୁଦାୟ ୨୮ ପ୍ରକାରର ନର୍କ ରହିଛି। କିଛି ଅନ୍ୟ ଗୁଡ଼ିକ ଶାସ୍ତ୍ରରେ ୩୬ ପ୍ରକାରର ନର୍କ ବିଷୟରେ ବର୍ଣ୍ଣନା ମିଳିଥାଏ। ବିଷ୍ଣୁ ପୁରାଣରେ ଅନେକ ପ୍ରକାରର ନର୍କ ବିଷୟରେ ବର୍ଣ୍ଣନା କରାଯାଇଛି। କୁହାଯାଇଥାଏ ମନୁଷ୍ୟ ଯେପରି କର୍ମ କରିଥାଏ, ସେହି ପରି ଭାବରେ ଫଳ ପ୍ରାପ୍ତ କରିଥାଏ। ନିଜ କର୍ମ ଅନୁସାରେ ହିଁ ବ୍ୟକ୍ତିକୁ ନର୍କ ଓ ସ୍ଵର୍ଗରେ ସ୍ଥାନ ପ୍ରାପ୍ତ ହୋଇଥାଏ। ଶାସ୍ତ୍ରରେ କୁହାଯାଇଛି ଯେପରି ମତି ସେପରି ଗତି। ଯେପରି ଗତି ସେପରି ନର୍କ। ସମସ୍ତେ ଚାହିଁଥାନ୍ତି ତାଙ୍କୁ ମୃ-ତ୍ୟୁ ପରେ ନର୍କ ନୁହେଁ ସ୍ବର୍ଗ ପ୍ରାପ୍ତ ହେଉ। ତେବେ ଆସନ୍ତୁ ଜାଣିବା ଶାସ୍ତ୍ରରେ ନର୍କରୁ ମୁକ୍ତି ପାଇବା ପାଇଁ କେଉଁ କାର୍ଯ୍ୟ କରିବା ଉଚିତ ମାନା ଯାଇଛି।

ଧାର୍ମିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିକୁ ନର୍କରୁ ମୁକ୍ତି ପାଇବା ପାଇଁ ବେଦ ଗୁଡ଼ିକର ପାଳନ କରିବା ଆବଶ୍ୟକ ବୋଲି କୁହାଯାଇଛି। ଯେତେ ପାରିବେ ନିଜ ଜୀବନରେ ବେଦ ପଠନ, ପ୍ରାର୍ଥନା ଓ ଧ୍ୟାନ କରିବା ଆବଶ୍ୟକ। ଏହାଛଡା ଶ୍ରୀହରି ବିଷ୍ଣୁ ବା ଶ୍ରୀକୃଷ୍ଣଙ୍କର ମନ୍ତ୍ର ସର୍ବଦା ଜପ କରିବା ଆବଶ୍ୟକ। ଜ୍ୟୋତିଷ୍କ ବିଜ୍ଞାନ ଅନୁସାରେ ଓଁ ନମଃ ନାରାୟଣ ମନ୍ତ୍ର,ଗାୟତ୍ରୀ ମନ୍ତ୍ର ତଥା ମ-ହାମୃ-ତ୍ୟୁଞ୍ଜ-ୟ ମନ୍ତ୍ରର ଜପ ବ୍ୟକ୍ତିକୁ ପ୍ରତ୍ୟେକ ପ୍ରକାରର ନର୍କ ରୁ ମୁକ୍ତି ପ୍ରଦାନ କରିଥାଏ।

ଯେଉଁ ବ୍ୟକ୍ତି ନିଜ ଜୀବନରେ ଗୋଟେ ଅଶ୍ୱତ୍ଥ ଗଛ, ନିମ୍ବ ଗଛ, ଦଶଟି ତେନ୍ତୁଳି ଗଛ, ତିନୋଟି କଇଥ ଗଛ, ତିନୋଟି ବେଲ ଗଛ, ତିନୋଟି ଅଁଳା ଗଛ, ପାଞ୍ଚଟି ଆମ୍ବ ଗଛ ଲଗାଇ ଥାଏ, ସେହି ବ୍ୟକ୍ତି ନର୍କରୁ ମୁକ୍ତି ପାଇଥାଏ।

Google

ଏହାଛଡା ନିଜ ଜୀବନରେ ବରଗଛ, ସପୁରୀ, ଯାମରୋଳ, ତୁଳସୀ, ଲେମ୍ବୁ, ଅଶୋକ,ଚମ୍ପା, ଚମେଲି ଗଛ ଲଗାଉ ଥିବା ଲୋକ ସର୍ବଦା ନୀରୋଗ ରହିଥାନ୍ତି। ତାଙ୍କ ଜୀବନରେ ସର୍ବଦା ଶାନ୍ତି ଓ ଧନ ସମୃଦ୍ଧି ହୋଇଥାଏ ତଥା ମୃ-ତ୍ୟୁ ପରେ ସ୍ବର୍ଗ ପ୍ରାପ୍ତି ହୋଇଥାଏ।

ଏହାଛଡା ନର୍କ ଚତୁର୍ଦ୍ଦଶୀ ଦିନ ଭଗବାନ ବିଷ୍ଣୁ ତଥା ହନୁମାନ ଓ ଦେବୀ କାଳୀଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା ନର୍କରୁ ମୁକ୍ତି ମିଳିଥାଏ।

ବେଦରେ କୁହାଯାଇଛି କି ବାଜପେୟୀ ଭଳି ଯଜ୍ଞ କରିବା ଦ୍ୱାରା ବ୍ୟକ୍ତିକୁ ନର୍କର ସାମ୍ନା କରିବାକୁ ପଡି ନଥାଏ।

ଏହାଛଡା ସ୍ବର୍ଗ ପ୍ରାପ୍ତିର ଇଚ୍ଛା ରଖିଥିବା ବ୍ୟକ୍ତିଙ୍କୁ ଜୀବନରେ ଅଧିକ ସମୟ ଏକାଦଶୀ ପ୍ରଦୋଷ ବ୍ରତ ଏବଂ ଶିବ ଚତୁର୍ଦ୍ଦଶୀ ବ୍ରତ ରଖିବା ଆବଶ୍ୟକ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button