କ୍ରାଇମ

ଗିରଫ ହେଲେ ଡାକ୍ତରାଣୀଙ୍କ ‘ବାଥ୍‌ରୁମ୍‌’କୁ ଉଙ୍କିମାରୁଥିବା ‘ୱାର୍ଡବୟ’ – Utkal Mail


ମୁମ୍ବାଇ: ମୁମ୍ବ‌ାଇର ପୂର୍ବପ୍ରାନ୍ତ ଅନ୍ତର୍ଗତ ଉପନଗରୀରେ ଅବସ୍ଥିତ ଏକ ଡାକ୍ତରଖାନାରେ ଡାକ୍ତରାଣୀଙ୍କ ପାଇଁ ଉଦ୍ଦିଷ୍ଟ ‘ବାଥ୍‌ରୁମ୍‌’ ଭିତରକୁ ଉଙ୍କିମାରୁଥିବା ଅଭିଯୋଗରେ ଗୋବଣ୍ଡୀ ପୁଲିସ ଜଣେ ‘ୱାର୍ଡବୟ’ଙ୍କୁ ଗିରଫ କରିଥିବା କଥା ‘ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ଠିକା ନିଯୁକ୍ତି ପାଇଥିବା ଉକ୍ତ ‘ୱାର୍ଡବୟ’ ଶନିବାର ଦିନ ଲୁଚି ଲୁଚି ‘ଶତାବ୍ଦୀ ହସ୍ପିଟାଲ୍‌’ର ହଷ୍ଟେଲ୍‌ରେ ଥିବା ‘ବାଥ୍‌ରୁମ୍‌’ ଭିତରକୁ ଚାହୁଁଥିଲେ। ସେତେବେଳେ ଜଣେ ୨୭ ବର୍ଷୀୟ ଡାକ୍ତରାଣୀ ‘ବାଥ୍‌ରୁମ୍‌’ ଯାଇଥିଲେ।

Representational Image Courtesy of Medium

ଗୋବଣ୍ଡୀ ପୁଲିସ କହିଛି, ଅଭିଯୁକ୍ତ ୩୨ ବର୍ଷିୟ ଅଶୋକ ଗୁପ୍ତା ଗତ ୩/୪ ବର୍ଷ ହେବ ସେ ଡାକ୍ତରଖାନାରେ କାର୍ଯ୍ୟ କରିଆସୁଛନ୍ତି। ‘ବାଥ୍‌ରୁମ୍‌’ ଯାଇଥିବା ଉକ୍ତ ଡାକ୍ତରାଣୀ ଏହି ହସ୍‌ପିଟାଲ୍‌ରେ ‘ଇଣ୍ଟର୍ଣ୍ଣସିପ୍‌’ କରୁଛନ୍ତି।

ପୁଲିସ କହିଛି, ହସ୍ପିଟାଲ୍‌ରେ ପୁରୁଷ ଓ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ‘ବାଥ୍‌ରୁମ୍‌’ ପାଖାପାଖି। ଅଭିଯୁକ୍ତ ପୁରୁଷମାନଙ୍କ ଲାଗି ଉଦ୍ଦିଷ୍ଟ ‘ବାଥ୍‌ରୁମ୍‌’ରେ ଥିବା ବେଳେ ଡାକ୍ତରାଣୀ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ‘ବାଥ୍‌ରୁମ୍‌’ରେ ପ୍ରବେଶ କରୁଥିବା ଦେଖିଥିଲେ। ତାହା ଦେଖି ଅଭିଯୁକ୍ତ ଗୋଟାଏ କାନ୍ଥ ଉପରେ ଚଢ଼ି ସେ ‘ବାଥ୍‌ରୁମ୍‌’ ଭିତରକୁ ଚାହୁଁଥିଲେ। ଏକଥା ଜାଣିପାରି ଡାକ୍ତରାଣୀଜଣକ ଭୟରେ ଚିତ୍କାର କରିବାରୁ ଅଭିଯୁକ୍ତ ‘ୱାର୍ଡବୟ’ ଧରାପଡ଼ିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button