ଦେଶ ବିଦେଶ

ଦେବୀଙ୍କ ଷୋଳପୂଜା ଓ ବିବିଧବେଶ

ବ୍ୟାସଦେବକୃତ ‘ମହାଭାରତ’ ଅନୁସାରେ, ଆଶ୍ୱିନ କୃଷ୍ଣ ଅଷ୍ଟମୀ ଅଥବା କାର୍ତ୍ତିକ କୃଷ୍ଣ ଅଷ୍ଟମୀ ହେଉଛି ଦୁର୍ଗାପୂଜାର ସମୟ। ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ ଏ ସଂପର୍କରେ ଉପଦେଶ ଦେଇ କହିଛନ୍ତି- ହେ ଯୁଧିଷ୍ଠିର, ଏହିପରି ପ୍ରତିବର୍ଷ ଦୁର୍ଗାପୂଜା କରିବ। ଏ ସଂପର୍କରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି- ଯେବେ ସୂର୍ଯ୍ୟ ସପ୍ତମୀ ତିଥିରେ ଉଦୟ ହୁଅନ୍ତି ଏବଂ ପରେ ଅଷ୍ଟମୀ ତିଥି ପଡ଼େ, ତେବେ ସେହିଦିନ ଦୁର୍ଗାପୂଜା କରିବା ବିଧେୟ।

ନବମୀବିଦ୍ଧା ଅଷ୍ଟମୀ ତିଥିରେ ଦୁର୍ଗାପୂଜା କରିବା ବିଧେୟ ନୁହେଁ। ଏହି ଅନୁସାରେ, ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ‘ମୂଳାଷ୍ଟମୀ’ରୁ ଆଶ୍ୱିନ ଶୁକ୍ଳ ଅଷ୍ଟମୀ ବା ‘ମହାଷ୍ଟମୀ’ ପର୍ଯ୍ୟନ୍ତ ଦୁର୍ଗାପୂଜା କରାଯାଇଥାଏ। ଏହା ଷୋଡ଼ଶଦିବସ ବ୍ୟାପୀ ଦୁର୍ଗାପୂଜା। ଏହା ବ୍ୟତୀତ, ନଅଦିନ, ପାଞ୍ଚଦିନ, ତିନିଦିନ, ଦୁଇଦିନ ଓ ଏକଦିନର ଦୁର୍ଗାପୂଜା ମଧ୍ୟ ହୋଇଥାଏ। ମାତ୍ର ଷୋଡ଼ଶଦିବସବ୍ୟାପୀ ଦୁର୍ଗାପୂଜା ସେସବୁ ମଧ୍ୟରେ ଶ୍ରେଷ୍ଠ।
ଦେବୀପୀଠମାନଙ୍କରେ ବିଧିମତେ ଦୁର୍ଗୋତ୍ସବ ପାଳିତ ହେବା ସହିତ, ଏହି ଅବଧି ମଧ୍ୟରେ ଦେବୀଙ୍କର ବିଭିନ୍ନ ବେଶ ସଂପନ୍ନ ହୋଇଥାଏ। ଏହାର କିନ୍ତୁ ନିର୍ଦ୍ଧାରିତ ନିୟମ ନାହିଁ। ଏଣୁ ପରମ୍ପରା ଅନୁସାରେ ବା ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ଦେବୀପୀଠରେ ଏହି ବେଶର ସଂଖ୍ୟା ଓ ପ୍ରକାର ଭିନ୍ନଭିନ୍ନ ହୋଇଥାଏ।

ଓଡ଼ିଶାର ସୁପ୍ରାଚୀନ ଦେବୀପୀଠ ବିରଜାଙ୍କ ଷୋଳପୂଜାର ବିଧି ଭିନ୍ନ। ଏହି ଦେବୀଙ୍କର ଷୋହଳ ପୂଜା ଅବସରରେ ବିଭିନ୍ନ ଦିନରେ ଦେବୀଙ୍କର ଭିନ୍ନ ଭିନ୍ନ ବେଶ ନ ହୋଇ, ଭିନ୍ନ ଭିନ୍ନ ମନ୍ତ୍ରରେ ଦେବୀ ପୂଜିତା ହୋଇଥାଆନ୍ତି।

ମୂଳାଷ୍ଟମୀରୁ ମହାଷ୍ଟମୀ- ଷୋହଳ ଦିନରେ ଷୋହଳ ପ୍ରକାରର ବେଶ ହେଉଥିବା ଦେବୀମାନଙ୍କ ମଧ୍ୟରେ କଟକଚଣ୍ଡୀ ଓ କଟକର ଗଡ଼ଚଣ୍ଡୀ ପ୍ରସିଦ୍ଧ। ଏହି ଷୋହଳଦିନ ମଧ୍ୟରୁ ପ୍ରଥମ ଆଠଦିନ ଯଥାକ୍ରମେ କଟକଚଣ୍ଡୀଙ୍କର ସୁନାବେଶ, ଭୁବନେଶ୍ୱରୀ ବେଶ, ଉଗ୍ରତାରା ବେଶ, ତ୍ରିପୁର ଭୈରବୀ ବେଶ, ସିଦ୍ଧେଶ୍ୱରୀ ବେଶ, ନାରାୟଣୀ ବେଶ, ରାଜରାଜେଶ୍ୱରୀ ବେଶ ଓ ମାତଙ୍ଗୀ ବେଶ ହେବା ପରେ, ଶୁକ୍ଳ ପ୍ରତିପଦା ଦିନ ଜଗଦ୍ଧାତ୍ରୀ ବେଶ ହୋଇଥାଏ। ଏହା ନବଦିନବ୍ୟାପୀ ଦୁର୍ଗାପୂଜା ବା ନବରାତ୍ରର ପ୍ରଥମ ଦିନ। ଏହାପରେ ଦ୍ୱିତୀୟାଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସାତଦିନ, ଯଥାକ୍ରମେ ତାଙ୍କର ଜୟଦୁର୍ଗା ବେଶ, ଷୋଡ଼ଶୀ ବେଶ, ହରଚଣ୍ଡୀ ବେଶ, ବନଦୁର୍ଗା ବେଶ, ଗାୟତ୍ରୀ ବେଶ, ବଗଳାମୁଖୀ ବେଶ ଓ ମହାକାଳୀ ବେଶ ହୋଇଥାଏ। ମହାଷ୍ଟମୀର ମହାକାଳୀ ବେଶ ପରେ ମହାନବମୀ ଦିନ ମହାଲକ୍ଷ୍ମୀ ବେଶ, ବିଶ୍ରାମଦିନ ମହାସରସ୍ୱତୀ ବେଶ ଏବଂ ବିଜୟାଦଶମୀରେ ଦେବୀଙ୍କର ମହିଷମର୍ଦ୍ଦିନୀ ବେଶ ହୋଇଥାଏ।

ଦେବୀପୀଠମାନଙ୍କରେ ବିଧିମତେ ଦୁର୍ଗୋତ୍ସବ ପାଳିତ ହେବା ସହିତ, ଏହି ଅବଧି ମଧ୍ୟରେ ଦେବୀଙ୍କର ବିଭିନ୍ନ ବେଶ ସଂପନ୍ନ ହୋଇଥାଏ। ଏଣୁ ପରମ୍ପରା ଅନୁସାରେ ବା ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ଦେବୀପୀଠରେ ଏହି ବେଶର ସଂଖ୍ୟା ଓ ପ୍ରକାର ଭିନ୍ନଭିନ୍ନ ହୋଇଥାଏ।

ଯାଜପୁରର ମା’ ବିରଜା ଓ ଶ୍ରୀକ୍ଷେତ୍ର ପୁରୀର ମା’ ବିମଳା ଓଡ଼ିଶାର ଦୁଇ ପ୍ରାଚୀନ ଦେବୀ। ଦେବୀ ବିମଳାଙ୍କ ପୀଠରେ ଏହି ଷୋହଳଦିନ ମଧ୍ୟରେ ଦେବୀଙ୍କର ୧୧ଟି ବେଶ ହୋଇଥାଏ। ସେହି ବେଶଗୁଡ଼ିକ ହେଉଛି- ବନଦୁର୍ଗା, ଭୁବନେଶ୍ୱରୀ, ନାରାୟଣୀ, ବଗଳାମୁଖୀ, ଜୟଦୁର୍ଗା, ଉଗ୍ରତାରା, ମାତଙ୍ଗିନୀ, ଦଶଭୁଜା, ରାଜରାଜେଶ୍ୱରୀ, ହରଚଣ୍ଡୀ ଓ ସିଂହବାହିନୀ। କିନ୍ତୁ ଓଡ଼ିଶାର ଅନ୍ୟ ଏକ ପ୍ରାଚୀନ ପୀଠ, ପଶ୍ଚିମ ଓଡ଼ିଶାର ମା’ ସମଲେଶ୍ୱରୀଙ୍କର ଷୋହଳପୂଜାରେ କିଛିବର୍ଷ ପୂର୍ବେ ବିବିଧ ବେଶ ହେଉଥିବା ବେଳେ, ପ୍ରାଚୀନ ବିଧି ଅନୁସାରେ ଏବେ କେବଳ ମହାଳୟା ଦିନ ମା’ଙ୍କର ଧବଳମୁଖୀ ବେଶ ହେଉଛି। ମୂଳାଷ୍ଟମୀ ଦିନ ପୂଜା ଆରମ୍ଭ ହୋଇ ମହାଳୟାଦିନ ଏହି ବେଶ ହେବା ପରେ, ନବରାତ୍ର ଆରମ୍ଭରେ ନବରାତ୍ର ପ୍ରଦୀପ ପ୍ରଜ୍ଜ୍ୱାଳନ ଓ ମହାସପ୍ତମୀ ଦିନ ତ୍ରିଦିନାତ୍ମକ ପ୍ରଦୀପ ପ୍ରଜ୍ଜ୍ୱାଳନ କରାଯାଇ, ଦଶହରା ଦିନ ପ୍ରଦୀପ ବିସର୍ଜନ କରାଯାଉଛି। କିନ୍ତୁ ଓଡ଼ିଶାର ସୁପ୍ରାଚୀନ ଦେବୀପୀଠ ବିରଜାଙ୍କ ଷୋଳପୂଜାର ବିଧି ଭିନ୍ନ। ଏହି ଦେବୀଙ୍କର ଷୋହଳ ପୂଜା ଅବସରରେ ବିଭିନ୍ନ ଦିନରେ ଦେବୀଙ୍କର ଭିନ୍ନ ଭିନ୍ନ ବେଶ ନ ହୋଇ, ଭିନ୍ନ ଭିନ୍ନ ମନ୍ତ୍ରରେ ଦେବୀ ପୂଜିତା ହୋଇଥାଆନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button