ଦେଶ ବିଦେଶ

ଅଭିଷେକ ବାନାର୍ଜୀଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ, ପଶ୍ଚିମବଙ୍ଗ ବାଳ ଅଧିକାର ସଂରକ୍ଷଣ ଆୟୋଗ ପକ୍ଷରୁ ନୋଟିସ୍

କୋଲକାତା,୨୭/୦୮: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କର ୧୧ ବର୍ଷୀୟ ଝିଅଙ୍କୁ ଦୁଷ୍କର୍ମ ଲାଗି ଧମକ ଦିଆଯାଇଥିବା ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗରେ ରାଜ୍ୟ ବାଳ ଅଧିକାର ସଂରକ୍ଷଣ ଆୟୋଗ ସ୍ୱତଃ ସଂଜ୍ଞାନ ନେଇଛନ୍ତି । ଘଟଣାଟି ଏହିପରି। କୋଲକାତାର ଆର୍ଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ, ହତ୍ୟାର ବିରୋଧରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଆସିଥିଲା ।

ସେଥିରେ ଜଣେ ବିକ୍ଷୋଭକାରୀ ଅଭିଷେକଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିଲେ । ଏହି କାର୍ଯ୍ୟ କରିବା ଲୋକଙ୍କୁ ୧୦ କୋଟି ଟଙ୍କା ପୁରସ୍କାର ଦେବାକୁ ସେ ସାର୍ବଜନୀନ ଭାବେ ଘୋଷଣା ମଧ୍ୟ କରିଥିଲେ ।

ତାକୁ ସଂଜ୍ଞାନକୁ ନେଇ ଆୟୋଗ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ଏଭଳି ଅଭଦ୍ର ଟିପ୍ପଣୀ କରିଛନ୍ତି ତାଙ୍କର ଉଦ୍ଦେଶ୍ୟ ହେଲା ଜଣେ ନାବାଳିକାଙ୍କର ଗରିମାକୁ କ୍ଷତି ପହଞ୍ଚାଇବା ଓ ତାଙ୍କର ସୁରକ୍ଷାକୁ ବିପଦରେ ପକାଇବା । ତେଣୁ ପୁଲିସ ପୋକ୍ସୋ, ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଓ ୟୁଏନ୍ କନ୍ଭେନସନ୍ ଅନ୍ ରାଇଟସ୍ ଅଫ୍ ଏ ଚାଇଲ୍ଡ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ପୂରା ରାଜ୍ୟ ଆର୍ଜି କର ଘଟଣାକୁ ନେଇ ଦୁଃଖୀ। ଇତିମଧ୍ୟରେ ହିସାବ ସମାନ କରିବା ଲାଗି ଆଉ ଏକ ଦୁଷ୍କର୍ମର ଦାବି କରିବା ସ୍ପଷ୍ଟ ଭାବେ ଆଇନର ଉଲ୍ଲଂଘନ । ଯଦି ଏ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସମାଜକୁ ବିପଜ୍ଜନକ ବାର୍ତ୍ତା ଯିବ ବୋଲି ଆୟୋଗ ଚେତାବନୀ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button