ମନୋରଞ୍ଜନ

୨୪ଟି ହଲ୍‌ରେ ରିଲିଜ୍‌ ହେଲା ‘ଡଟ୍‌ ପେନ୍‌’ – Utkal Mail


ଭୁବନେଶ୍ବର: ଆଜି ଓଡ଼ିଶାର ୨୪ଟି ହଲ୍‌ରେ ରିଲିଜ୍ ହୋଇଛି ଯୁବ ସିନେ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅଶ୍ୱିନୀ ତ୍ରିପାଠୀଙ୍କ ଓଡ଼ିଆ ଫିଲ୍ମ ‘ଡଟ୍‌ ପେନ୍‌’। ଭୁବନେଶ୍ବରର କେଶରୀ ଟକିଜ୍‌ଠାରେ ଏହାର ପ୍ରିମିଅର ଅନୁଷ୍ଠିତ ହୋଇଥିଲା। ପ୍ରିମିଅର ସୋ’ ହାଉସଫୁଲ୍ ଥିବାବେଳେ ପ୍ରଯୋଜକ ଯୁଗଳ ଦେବତା, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଶ୍ରୀଧର ମାର୍ଥା, ଅଜୟ ରାଉତରାଏ, ଟୁଟୁ ନାୟକ, ଅଭିନେତା ଜ୍ୟୋତିରଞ୍ଜନ ମହାନ୍ତି, ଶକ୍ତି ବରାଳ, ବୁଦ୍ଧାଦିତ୍ୟ ମହାନ୍ତି, ସମରେଶ, ବୁଲୁ, ରୋହନ, ଅଭିନେତ୍ରୀ ଦେବଯାନୀ, ଏଲିନା, ଦିବ୍ୟାଦିଶା, ପ୍ରୀତି ପ୍ରମୁଖ ଓଡ଼ିଆ ଫିଲ୍ମ ଜଗତର ପରିଚିତ ବ୍ୟକ୍ତିତ୍ବମାନେ ଏକାଠି ବସି ଫିଲ୍ମଟିକୁ ଦେଖିଥିଲେ।

ଉଲ୍ଲେଖନୀୟ ଯେ ‘ଡଟ୍ ପେନ୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜ୍ୟୋତିରଞ୍ଜନ, ଦିବ୍ୟାଦିଶା ମହାନ୍ତି, ରୋହନ, ପ୍ରୀତି ଓ ଅଙ୍କିତ କୁମାର ପ୍ରମୁଖ। ଫିଲ୍ମର କେନ୍ଦ୍ରରେ ରହିଛି ଭାଇ-ଭଉଣୀଙ୍କ ସଂପର୍କ ତଥା ପ୍ରତିଶୋଧ। ତେବେ ଏଥିରେ ଡଟ୍‌ ପେନ୍‌ କୋଉଠୁ ଆସିଲା? ସେ କଥା ଗୋପନ ରଖାଯାଉ ଓ ଜାଣିବାକୁ ଫିଲ୍ମଟି ଦେଖାଯାଉ!




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button