ଦେଶ ବିଦେଶ

ବୈଧ କାଗଜପତ୍ର ଥାଇ ମଧ୍ୟ ୫୦ ଇସ୍କନ ସଦସ୍ୟଙ୍କୁ ଭାରତ ଛାଡ଼ିଲାନି ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏହାକୁ ନେଇ ଭାରତ ସମେତ ସାରା ବିଶ୍ବରେ ଥିବା ହିନ୍ଦୁମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏବେକାର ରିପୋର୍ଟ ଅନୁଯାୟୀ, ବାଂଲାଦେଶ ସୀମା କର୍ତ୍ତୃପକ୍ଷ ହିନ୍ଦୁ ଆଧ୍ୟାତ୍ମିକ ସଂଗଠନ ଇସ୍କନର ଦଶଜଣ ସଦସ୍ୟଙ୍କୁ ଉଚିତ କାଗଜପତ୍ର ଥିବା ସ‌ତ୍ତ୍ବେ ଭାରତ ଆସିବାକୁ ଅନୁମତି ଦେଇନାହାନ୍ତି।

ବିଭିନ୍ନ ଜିଲ୍ଲାର ଭକ୍ତଙ୍କ ସମେତ ୫୪ ଜଣ ସଦସ୍ୟ ଶନିବାର ରାତି ଏବଂ ରବିବାର ସକାଳେ ବେନାପୋଲ ସୀମା କ୍ରସିଂରେ ପହଞ୍ଚିଥିଲେ। ତେବେ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ସେମାନଙ୍କୁ ସୂଚନା ଦିଆଯାଇଥିଲା ଯେ ସେମାନଙ୍କ ଯାତ୍ରା ଅନୁମତିପ୍ରାପ୍ତ ନୁହେଁ। ଏ ନେଇ ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି।

ବେନାପୋଲ ଇମିଗ୍ରେସନ ପୁଲିସର ଅଧିକାରୀ ଇମତିଆଜ ଅହସାନୁଲ କ୍ୱାଡର ଭୁୟାନ କହିଛନ୍ତି ଯେ ଆମେ ପୁଲିସର ସ୍ବତନ୍ତ୍ର ଶାଖା ସହିତ ପରାମର୍ଶ କରିଥିଲୁ ଏବଂ ସେମାନଙ୍କୁ ଅନୁମତି ନଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସୀମା ପୁଲିସ୍ ଅଧିକାରୀମାନେ ଦାବି କରିଛନ୍ତି ଯେ ଭାରତରେ ଏକ ଧାର୍ମିକ ସମାରୋହରେ ଯୋଗଦେବାକୁ ଯୋଜନା କରୁଥିବା ଇସ୍କନ୍ ସଦସ୍ୟଙ୍କ ପାଖରେ ବୈଧ୍ୟ ପାସପୋର୍ଟ ଏବଂ ଭିସା ଅଛି। କିନ୍ତୁ ସେମାନଙ୍କ ଯାତ୍ରା ପାଇଁ ଆବଶ୍ୟକ ସରକାରୀ ଅନୁମତିର ଅଭାବ ରହିଛି।

ବାଂଲାଦେଶ ସରକାର ଚିନ୍ମୟ ଦାସଙ୍କୁ ଏପର୍ଯ୍ୟନ୍ତ ମୁକ୍ତ କରିନାହାନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଚିନ୍ମୟ ଦାସଙ୍କ ଜାମିନ ଉପରେ ଶୁଣାଣି ପାଇଁ କୋର୍ଟ ଡିସେମ୍ବର ୩ ତାରିଖ ଧାର୍ଯ୍ୟ କରିଥିବା ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button