ଜୀବନଶୈଳୀ

ମହାମୃତ୍ୟୁଞ୍ଜୟ ମନ୍ତ୍ରର ଅର୍ଥ କଣ , ଜାଣନ୍ତୁ ଏହାକୁ ଜପ କରିବାର ସଠିକ ପଦ୍ଧତି

ମନ୍ତ୍ର ଜପ ଏପରି ଏକ ଉପାୟ ଅଟେ , ଯାହାଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇପାରିବ। ଶାସ୍ତ୍ରରେ ମନ୍ତ୍ରକୁ ବହୁତ ଶକ୍ତିଶାଳୀ ଏବଂ ଚମତ୍କାରୀ ଭାବରେ ବର୍ଣ୍ଣନା କରାଯାଇଛି। ଏହି ପର୍ଯ୍ୟାୟରେ ଆମେ ଏହି ପୋଷ୍ଟରେ ହିନ୍ଦୁ ଧର୍ମର ସବୁଠାରୁ ଶକ୍ତିଶାଳୀ , ପ୍ରଭାବଶାଳୀ ମନ୍ତ୍ରର ଅର୍ଥ ଏବଂ ତାହାକୁ ଜପ କରିବା ଦ୍ୱାରା ହେଉଥିବା ଲାଭ ବିଷୟରେ କହିବାକୁ ଯାଉଅଛୁ। ଏହି ପୋଷ୍ଟରେ ଆମେ ମହାମୃତ୍ୟୁଞ୍ଜୟ ମନ୍ତ୍ର ବିଷୟରେ ଆଲୋଚନା କରିବା। ଏହି ପୋଷ୍ଟରେ ଆମେ ଆପଣଙ୍କୁ ମହମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାର ଲାଭ ଏବଂ ଶ୍ଳୋକର ଆକ୍ଷରିକ ଅର୍ଥ ବିଷୟରେ କହିବାକୁ ଯାଉଛୁ |

ମହାମୃତ୍ୟୁଞ୍ଜୟ ମନ୍ତ୍ରର ଅର୍ଥ:-

ଓଁ ତ୍ରୟୋମ୍ବକମ୍ ୟଜାମହେ ସୁଗନ୍ଧିଙ୍ଗ ପୃଷ୍ଟିବର୍ଦ୍ଧନମ । ଉର୍ବରୁକମିବ ବର୍ଦ୍ଧନାନ ମୃତ୍ୟୁମୁକ୍ଷୀୟ ମାମୃତାମ ।।

ଅର୍ଥାତ ଆମେ ତିନି ନେତ୍ର ଯୁକ୍ତ ଭଗବାନ ଶଙ୍କରଙ୍କୁ ପୂଜା କରିଥାଉ। ଯିଏ ପ୍ରତ୍ୟେକ ନିଃଶ୍ୱାସରେ ଜୀବନ ଶକ୍ତିର ସଞ୍ଚାର କରିଥାନ୍ତି। ଯିଏ ସମଗ୍ର ବିଶ୍ୱର ପାଳନ ପୋଷଣ ନିଜ ଶକ୍ତି ମାଧ୍ୟମରେ କରୁଛନ୍ତି। ତାଙ୍କୁ ଆମର ପ୍ରାର୍ଥନା ଯେ , ଯେଉଁ ପ୍ରକାରେ ଏକ କାକୁଡ଼ି ନିଜ ଲତାରେ ପାଚି ସାରିବା ପରେ ସେହି ଲତା ରୂପୀ ଜଗତର ବନ୍ଧନରୁ ମୁକ୍ତ ହୋଇଯାଏ। ଠିକ୍ ସେହିପରି ଭାବରେ , ଆମେ ମଧ୍ୟ ଏହି ସଂସାର ରୂପୀ ଜଗତରେ ପାଚି ଯିବାପରି ଜନ୍ମ ଏବଂ ମୃତ୍ୟୁ ବନ୍ଧନରୁ ସଦା ସର୍ବଦା ମୁକ୍ତ ହୋଇଯାଉ। ଆପଣଙ୍କର ଚରଣର ଅମୃତ ଧାରା ପାନ କରି ଶରୀରରୁ ତ୍ୟାଗ କରି ଆପଣଙ୍କ ଭିତରେ ଲୀନ ହୋଇଯାଉ ଏବଂ ମୋକ୍ଷ ପ୍ରାପ୍ତ କରନେଉ।

Google

ଜପ କରିବାର ପଦ୍ଧତି:-

ସର୍ବଦା ପୂର୍ବ ଦିଗ ଆଡକୁ ମୁହଁ କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ମନ୍ତ୍ର ଜପ କରନ୍ତୁ। ସେହି ସମୟରେ ମାଂସଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କେବଳ ରୁଦ୍ରାକ୍ଷ ମାଳା ସହିତ ମନ୍ତ୍ର ଜପ କରନ୍ତୁ। ଯେଉଁଠାରେ ଭଗବାନ ଶିବଙ୍କର ମୂର୍ତ୍ତି , ପ୍ରତିମା କିମ୍ବା ମହାମୃତ୍ୟୁଞ୍ଜୟ ଯନ୍ତ୍ର ରଖାଯାଇଛି ସେହି ସ୍ଥାନରେ ଏହି ମନ୍ତ୍ର ଜପ କରନ୍ତୁ। ମନ୍ତ୍ର ଜପ କରୁଥିବା ସମୟରେ ଶିବଲିଙ୍ଗ ଉପରେ ପାଣି ମିଶା କ୍ଷୀର ସହିତ ଅଭିଷେକ କରନ୍ତୁ। ଯେଉଁ ମନ୍ତ୍ର ଜପ କରୁଛନ୍ତି ତାହାର ଉଚ୍ଚାରଣର ଶୁଦ୍ଧତାର ସହିତ କରନ୍ତୁ। ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ଜପ କରନ୍ତୁ। ପୂର୍ବ ଦିନରେ ଜପ କରାଯାଇଥିବା ମନ୍ତ୍ରରୁ ଆଗାମୀ ଦିନରେ କମ୍ ମନ୍ତ୍ର ଜପ କରନ୍ତୁ ନାହିଁ। ଯଦି ଆପଣ ଚାହାଁନ୍ତି , ତେବେ ଅଧିକ ଜପ କରିପାରିବେ। ମନ୍ତ୍ରର ଜପ ଓଠ ବାହାରୁ ବାହାରିବା ଉଚିତ ନୁହେଁ। ଯଦି ଅଭ୍ୟାସ ନାହିଁ ତେବେ ଧୀର ସ୍ୱରରେ ଜପ କରନ୍ତୁ। ଜପ କରୁଥିବା ସମୟରେ ଧୂପ ଦୀପ ଜଳିବା ଉଚିତ। କୁଶ ଆସନର ଉପରେ ବସି ଜପ କରିବା ଉଚିତ।

Google

ମନ୍ତ୍ରର ଉପକାରିତା:-

ଏହି ମନ୍ତ୍ର ଜପ କରିବା ଦ୍ୱାରା ଆତ୍ମାର କର୍ମ ଶୁଦ୍ଧ ହୋଇଯାଏ ଏବଂ ଆୟୁ ଏବଂ ଯଶ ପ୍ରାପ୍ତ ହୋଇଥାଏ। ଏହା ମାନସିକ , ଭାବନାତ୍ମକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହି ମନ୍ତ୍ର ମଣିଷକୁ ମୃତ୍ୟୁ ଭୟରୁ ମୁକ୍ତ ଦେଇନଥାଏ ବରଂ ମଣିଷରର ଅଟଳ ମୃତ୍ୟୁକୁ ମଧ୍ୟ ରୋକିପାରେ। ଏହି ମନ୍ତ୍ରକୁ ଲକ୍ଷ ଲକ୍ଷ ଥର ନିରନ୍ତର ଜପ କରିବା ଦ୍ୱାରା କୌଣସି ରୋଗ ତଥା ଅନିଷ୍ଟକାରୀ ଗ୍ରହର  କୁପ୍ରଭାବକୁ ଦୂର କରା ଯାଇପାରିବ ବୋଲି କୁହାଯାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ପ୍ରିୟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ । ଭଗବାନଙ୍କ କୃପାରୁ ଆପଣଙ୍କ ଘର ପରିବାର ସୁଖ ଶାନ୍ତିରେ ରହିବ । ଆର୍ଟିକିଲଟିକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button