ଓଡିଶା

ରେଳ ସଦନ ପାଚେରୀ ଭାଙ୍ଗି ଭିତରକୁ ପଶିଲା କାର୍‌

ଭୁବନେଶ୍ୱର: ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ରେଳ ସଦନ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ କାର୍ ଭାରସାମ୍ୟ ହରାଇ ରେଳ ସଦର ପାଚେରୀକୁ ଧକ୍କା ଦେଇଛି। ଏହାଯୋଗୁ ରେଳ ସଦନର ପାଚେରୀର ବ୍ୟାରିକେଡ୍ ଭାଙ୍ଗିଯାଇଛି ।

ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି କାର୍‌ରେ କେହି ନ ଥିବା ଦେଖିବାକୁ ପାଇଛି। କାର୍‌ର ଏୟାର ବ୍ୟାଗ୍ ବାହାରି ଯାଇଛି।

‌ତେଣୁ ଅନୁମାନ କରାଯାଉଛି ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି ଏବଂ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ମୈତ୍ରୀ ବିହାର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button