କ୍ରାଇମ

ଚୋରଙ୍କ ଗୁଳିଚାଳନା ପାଇଁ ଆମେରିକାକୁ ପଢ଼ିବାକୁ ଯାଇଥିବା ତେଲେଙ୍ଗାନା ଯୁବକଙ୍କ ମୃତ୍ୟୁ

ହାଇଦ୍ରାବାଦ୍: ପୁଣି ବିଦେଶରେ ଗଲା ଭାରତୀୟଙ୍କ ଜୀବନ। ଗତ କିଛି ମାସ ମଧ୍ୟରେ ବିଦେଶରେ ପାଠପଢ଼ା ବା ଚାକିରି ପାଇଁ ଯାଇଥିବା ଭାରତୀୟଙ୍କ ମୃତ୍ୟୁ ହେବାର ଖବର ଆସୁଥିବା ‌ବେଳେ ବୁଧବାର ପ୍ରତ୍ୟୁଷରେ ଆମେରିକାର ମିଲୱାକିରେ ଜଣେ ଭାରତୀୟ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ଏକ ଦୋକାନରେ ଡକାୟତମାନେ ଗୁଳି ଚଳାଇବାରୁ ତେଲେଙ୍ଗାନାର ଜଣେ ୨୭ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏବିଷୟରେ ତାଙ୍କ ପରିବାର କହିଛନ୍ତି।

ସୂଚନା ମୁତାବକ, ମୃତକ ଗମ୍ପା ପ୍ରବୀଣ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ ଏବଂ ମିଲୱାକିରେ ଏକ ଦୋକାନରେ ପାର୍ଟଟାଇମ୍ କାମ କରିବା ସହିତ ମାଷ୍ଟର ଅଫ୍ ସାଇନ୍ସ (ଏମ୍ଏସ୍) କରୁଥିଲେ। ପ୍ରବୀଣ ତେଲେଙ୍ଗାନାର ରଙ୍ଗା ରେଡ୍ଡି ଜିଲ୍ଲାର କେଶମ୍ପେଟର ବାସିନ୍ଦା ଥିଲେ।

ପ୍ରବୀଣଙ୍କ ବାପା ରଘୁବୁଲୁ କହିଛନ୍ତି ଯେ, “ସକାଳ ୫ଟାରେ ପ୍ରବୀଣ ହ୍ୱାଟ୍ସଆପ୍ କଲ୍ କରିଥିଲେ। କିନ୍ତୁ ମୁଁ ଏହାକୁ ଉଠାଇ ପାରିନଥିଲି। ପରେ, ମୁଁ ମିସ୍ଡ କଲ୍ ଦେଖି ତାଙ୍କୁ ଏକ ଭଏସ୍ ମେସେଜ୍ ପଠାଇଥିଲି। ଗୋଟିଏ ଘଣ୍ଟା ପରେ ମଧ୍ୟ କୌଣସି କଲ୍ ନଆସିବାରୁ ମୁଁ ତାଙ୍କ ନମ୍ବରରେ କଲ୍ କରିଥିଲି। କିନ୍ତୁ ଅନ୍ୟ କେହି ଜଣେ ଉଠାଇବାରୁ ମୁଁ କଲ୍ କାଟିଦେଇ ପ୍ରବୀଣଙ୍କ ସାଙ୍ଗଙ୍କୁ କଲ୍ କରିଥିଲି। ସେ ମୋତେ ପୂରା ଘଟଣା ବିଷୟରେ କହିବା ସହ ମୋ ପୁଅର ମୃତ୍ୟୁ ହୋଇଥିବା କହିଥିଲେ।”

ତେବେ ଚିକାଗୋରେ ଥିବା ଭାରତୀୟ ଦୂତାବାସ କହିଛି ଯେ, ପ୍ରବୀଣଙ୍କ ପରିବାର ସହିତ ଯୋଗାଯୋଗ କରାଯାଇଛି। ତାଙ୍କୁ ସମସ୍ତ ପ୍ରକାରର ସମର୍ଥନ ଯୋଗାଇ ଦିଆଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button