ଦେଶ ବିଦେଶ

ଚଳିତ ମାସରେ ଭାରତ ଫେରିବେ ଅଞ୍ଜୁ, କହିଲେ; ସବୁ ପ୍ରଶ୍ନର ଜବାବ ଦେବାକୁ ପ୍ରସ୍ତୁତ – Utkal Mail


ଜୟପୁର: ରାଜସ୍ଥାନ ଝିଅ, ପାକିସ୍ତାନୀ ବୋହୂ ଅଞ୍ଜୁଙ୍କ ପ୍ରେମ କାହାଣୀ ବିଷୟରେ ଅଧିକାଂଶ ଲୋକ ଜାଣିଛନ୍ତି। ସିଏ ତାଙ୍କ ପ୍ରେମ ପାଇଁ ଭାରତରେ ନିଜ ସ୍ବାମୀ ଓ ପିଲାଙ୍କୁ ଛାଡ଼ି ଚଳିତ ବର୍ଷ ପାକିସ୍ତାନ ଚାଲି ଯାଇଥିଲେ। ୨୦୧୯ ମସିହାରେ ସୋସିଆଲ ମିଡିଆ ମାଧ୍ୟମରେ ନସରୁଲ୍ଲାଙ୍କୁ ଜାଣିବା ପରେ ତାଙ୍କ ପ୍ରେମରେ ପଡ଼ିଥିଲେ ଅଞ୍ଜୁ। ତା’ପରେ ପ୍ରେମ ସମ୍ପର୍କ ନିବିଡ଼ ହେବାରୁ ଅଞ୍ଜୁ, ସ୍ୱାମୀ ଏବଂ ଦୁଇ ପିଲାଙ୍କୁ ଛାଡ଼ି ଭିସା ନେଇ ପାକ୍‌ ପଳାଇଥିଲେ। ଶୁଣିବାକୁ ମିଳୁଥିଲା ଯେ ଆଉ ସେ ଭାରତ ଫେରିବେ ନାହିଁ। ଏବେ କିନ୍ତୁ ଭିନ୍ନ ଖବର ହସ୍ତଗତ ହୋଇଛି।

ରାଜସ୍ଥାନର ଭିବାଡିରୁ ଯାଇ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁ ଚଳିତ ମାସ ଶେଷ ସୁଦ୍ଧା ଭାରତକୁ ଫେରୁଛନ୍ତି। ଅଞ୍ଜୁ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି। ଜାତୀୟ ଗଣମାଧ୍ୟମ ‘ଆଜ୍ ତକ୍’କୁ ସାକ୍ଷାତକାର ଦେଇ ଅଞ୍ଜୁ କହିଛନ୍ତି ଯେ, ପାକିସ୍ତାନରେ ତାଙ୍କର ଭିସାର ସମୟ ସୀମା ସମାପ୍ତ ହୋଇଛି। ସେ ତାଙ୍କ ପିଲାମାନଙ୍କ ପାଇଁ ଭାରତ ଆସୁଛନ୍ତି। ଭାରତ ଆସିବା ପରେ ସେ ସମସ୍ତ ପ୍ରଶ୍ନର ଉତ୍ତର ଦେବେ। ପୁଲିସଠାରୁ ଆରମ୍ଭ କରି ସୁରକ୍ଷା ଏଜେନ୍ସିଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସେ ପ୍ରସ୍ତୁତ। ସେ କିଛି ବି ଭୁଲ କରିନାହାନ୍ତି।

ତାଙ୍କ କହିବା ମୁତାବକ, ମୋତେ କାହାକୁ କିଛି ସଫେଇ ଦେବାର ଆବଶ୍ୟକତା ନାହିଁ। ମୋ ମାତାପିତା ସବୁ ଜାଣିଥିଲେ। ମୁଁ ପାକିସ୍ତାନରେ ପହଞ୍ଚିବା ପରେ ମୋ ଭଉଣୀକୁ ପ୍ରଥମେ ଫୋନ କରିଥିଲି। ସ୍ବାମୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ। ସେ ମୋ ବିରୋଧରେ ମିଛ ଅଭିଯୋଗ କରିଛନ୍ତି। ମୋ ପାଖରେ ସବୁ ପ୍ରଶ୍ନର ଉତ୍ତର ଅଛି। ଆଉ କିଛି ଦିନ ଅପେକ୍ଷା କର, ସବୁ ସତ ସାମ୍ନାକୁ ଆସିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button