ମନୋରଞ୍ଜନ

ସବୁ ସୀମା ଡେଇଁଲେ ଉର୍ଫି ଜାଭେଦ

ଉର୍ଫି ଜାଭେଦଙ୍କୁ ଏତିକି ଲୋକପ୍ରିୟତା ତାଙ୍କ କାମରୁ ମିଳୁ ନ ଥିବ, ଯେତିକି ତାଙ୍କୁ ନିଜ ବୋଲ୍ଡ ଆଉଟ୍‌ଫିଟ୍ସ ଏବଂ ହଟ୍‌ ଡ୍ରେସିଂ ସେନ୍ସ ଯୋଗୁ ମିଳୁଛି। ଉର୍ଫି ପ୍ରତ୍ୟେକ ଥର ନିଜ ଲୁକ୍‌ରେ କିଛି ନୂଆ ତଥା ଭିନ୍ନ କରିବାକୁ ଚେଷ୍ଟା କରନ୍ତି, ଯେପରି ପୂର୍ବରୁ ଏମିତି କେବେ ହୋଇ ନ ଥିବ କି ଦେଖାଯାଇ ନ ଥିବ। ଉର୍ଫିଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଏମିତି ହିଁ ବୋଲ୍ଡ ଫଟୋ ଏବଂ ଭିଡିଓରେ ଭରପୂର ରହିଛି। ନିକଟରେ ତାଙ୍କ ଲାଟେଷ୍ଟ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଲୋକଙ୍କ ହୋଶ୍‌ ଉଡ଼ାଇ ଦେଇଛି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଥର ଉର୍ଫି ଜାଭେଦ ବୋଲ୍ଡନେସ୍‌ର ସବୁ ସୀମା ପାର୍‌ କରିଦେଇଛନ୍ତି। ଉର୍ଫି ଟ୍ରାନ୍ସପରେଣ୍ଟ ବ୍ରା ପିନ୍ଧି ସମସ୍ତଙ୍କ ସାମ୍ନାରେ ବୋଲ୍ଡ ପୋଜ୍‌ ଦେଇଛନ୍ତି। ସେ ଯେଉଁ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି, ସେଥିରେ ସେ ଟ୍ରାନ୍ସପରେଣ୍ଟ ବ୍ରା ପିନ୍ଧିଛନ୍ତି। ଅଭିନେତ୍ରୀ କେବଳ ବିକିନୀର ଫ୍ରେମ୍‌ ପିନ୍ଧିଛନ୍ତି। କଳା ରଙ୍ଗର କପଡ଼ାରେ ବିକିନୀର ଆଉଟ୍‌ଲାଇନ ତିଆରି କରାଯାଇଛି ଏବଂ ଏହା ମଝିରେ କିଛି ବି ନାହିଁ, ଯାହାଫଳରେ ଉର୍ଫିଙ୍କ ଶରୀର ସ୍ପଷ୍ଟ ଭାବେ ନଜର ଆସୁଛି। ନିଜ ପ୍ରାଇଭେଟ୍‌ ପାର୍ଟକୁ କଭର କରିବା ପାଇଁ ଉର୍ଫି ଏହା ଉପରେ ଜାଲିର କପଡ଼ା ଲଗାଇଛନ୍ତି।

ଉର୍ଫି ଏହି ଲୁକ୍‌ରେ ୩ଟି ଫଟୋ ସେୟାର କରିଛନ୍ତି। ତିନୋଟି ଯାକ ଫଟୋରେ ସେ ଅତ୍ୟନ୍ତ ବୋଲ୍ଡ ଲୁକ୍‌ ଦେଇଛନ୍ତି ଏବଂ ପ୍ରାଇଭେଟ୍‌ ପାର୍ଟକୁ ଟ୍ରାନ୍ସପରେଣ୍ଟ ବିକିନୀରେ ଢାଙ୍କି ରଖିଛନ୍ତି। ଏଥି ସହିତ ବକ୍ଷକୁ ସମ୍ପୂର୍ଣ୍ଣ ରୂପେ ଲୁଚାଇବା ପାଇଁ ଉର୍ଫି ତାହା ଉପରେ ନିଜ ହାତ ରଖିଛନ୍ତି। ଏହି ଫଟୋଗୁଡ଼ିକୁ ଦେଖି ଉର୍ଫିଙ୍କ ଫଲୋୟର୍ସ ଏବଂ ଫ୍ୟାନ୍‌ମାନଙ୍କ ହୋଶ୍‌ ଉଡ଼ି ଯାଇଛି। କିଛି ଲୋକ ‘ଦେଖେଇ ଦିଅ’ ଏବଂ ‘ହାତ ହଟାଅ’ ଭଳି ଅଶ୍ଳୀଳ କମେଣ୍ଟସ୍‌ ମଧ୍ୟ କରିଛନ୍ତି। ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକେ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

କହି ରଖୁଛୁ, କିଛି ଦିନ ତଳେ ଅନୁପମା ସିରିୟଲର ଆକ୍ଟର ସୁଧାଂଶୁ ପାଣ୍ଡେଙ୍କ ସହ ଉର୍ଫିଙ୍କର ବାକ୍‌ ଯୁଦ୍ଧ ହୋଇଥିଲା। ସୁଧାଂଶୁ, ଉର୍ଫି ଜାଭେଦଙ୍କ ନ୍ୟୁଡ୍‌ ଦୀପାବଳି ଭିଡିଓରେ ତାଙ୍କୁ ଖୁବ୍‌ ଗାଳି ଦେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button