ଜୀବନଶୈଳୀ

ଗର୍ଭ ସମୟରେ ଭୁଲରେ ବି ମହିଳା ଏହି ତିନୋଟି ଫଳ ଖାଇବେ ନାହିଁ, ହେଇପାରେ କ୍ଷତି

ଏହି ସଂସାରରେ ଜନ୍ମ ନେବା ଏକ ବହୁତ ଅଲଗା ଅନୁଭୂତି ହୋଇଥାଏ, କେବଳ ଜନ୍ମ ନେବା ବାଲା ପାଇଁ ନୁହେଁ ଜନ୍ମ ଦେବା ବାଲା ପାଇଁ ବି ବଡ ଏବଂ ସୁନ୍ଦର ଅନୁଭବ ହୋଇଥାଏ । ଦେଖାଯାଏ ପ୍ରକୃତିର ବି ନିଜର ଅଲଗା ନିୟମ ଅଛି ଯାହା କେବେ କେହି ବୁଝିପାରି ନାହାଁନ୍ତି ଆଜି ପର୍ଯ୍ୟନ୍ତ କିନ୍ତୁ ଏହି ସଂସାର ଏହି ପ୍ରକୃତିର ସୃଷ୍ଟି । ସଂସାର ରେ ମଣିଷ ରୂପେ ଜନ୍ମ ନେବା ଭାଗ୍ୟର କଥା ହୋଇଥାଏ ଏହା ବ୍ୟତୀତ ଗର୍ଭବତୀ ମାନଙ୍କ ପାଇଁ ୯ ମାସ ବହୁତ ଖାସ ହୋଇଥାଏ ।

ସେମାନେ କେବଳ ମାଆ ହେଉଛନ୍ତି ବୋଲି ଖୁସି ନଥାନ୍ତି ବରଂ ଏହି କାରଣ ପାଇଁ ଖୁସି ହୁଅନତିକି ତାଙ୍କର ହେବାକୁ ଥିବା ପିଲା ସୁସ୍ତ ହେବ ଏବଂ ଏହି ସବୁ ପାଇଁ ମାଆ କୁ ବହୁତ ସାରା କଥାର ବିଶେଷ ଧ୍ୟାନ ରଖିବାକୁ ପଡିଥାଏ ।

ଏହି ୯ ମାସ ପର୍ଯ୍ୟନ୍ତ ଗର୍ଭବତୀ ମହିଳାଙ୍କୁ କେଉଁ ପ୍ରକାର ଖାଦ୍ୟ ଖାଇବା ଦରକାର ଏବଂ କଣ ଖାଇବା ଉଚିତ ନୁହେଁ ଏହି ସବୁ କଥାର ବିଶେଷ ଧ୍ୟାନ ରଖିବାକୁ ପଡିଥାଏ । ଏହି ଜିନିଷ ସବୁ ଗର୍ଭବତୀ ମହିଳା ମାନଙ୍କ ପାଇଁ ବହୁତ ବଡ ସମସ୍ଯା ହେଇ ଠିଆ ହୋଇଥାଏ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏଥି ମଧ୍ୟରୁ ସବୁଠୁ ପ୍ରଥମ ନମ୍ବର ହେଉଛି କଞ୍ଚା ଅମୃତଭଣ୍ଡା ।

ଗର୍ଭ ସମୟରେ ମହିଳା ମାନଙ୍କୁ କଞ୍ଚା ଅମୃତଭଣ୍ଡା ଖାଇବା ଉଚିତ ନୁହେଁ । ଏହା ଖାଇବା ଦ୍ଵାରା ଶୀଘ୍ର ପ୍ରସବ ହେବାର ସମ୍ଭାବନା ବଢି ଥାଏ । ଡାକ୍ତର ମାନଙ୍କ ସହ ପରାମର୍ଶ କରି ପାଚିଲା ଅମୃତଭଣ୍ଡା ଖାଇପାରିବେ କାରଣ ଏଥିରେ ଭିଟାମିନ -ସି ତଥା ଅନ୍ୟ ପୋଷାକ ତତ୍ଵ ଅଧିକ ପରିମାଣରେ ମିଳିଥାଏ ।

ଏହା ପରେ ଆମେ କଥା ହେବା ପାଇନପଲ ବିଷୟରେ, କୌଣସି ଗର୍ଭବତୀ ମହିଳା ମାନଙ୍କୁ ସପୁରି ଖାଇବା ଠାରୁ ଯେତେ ସମ୍ଭବ ଦୂରେଇ ରହିବା ଦରକାର କୁହାଯାଏକି ଏହାକୁ ଖାଇଲେ ଜଲ୍ଦି ପ୍ରସବ ସମ୍ଭାବନା ବଢିଯାଇଥାଏ ଯାହା ବହୁତ କଷ୍ଟଦାୟ ହୋଇଥାଏ । ଏହା ଛଡା ଗର୍ଭ ସମୟର ଶେଷ ସମୟରେ ଅଙ୍ଗରୁ ଖାଇବା ଉଚିତ ନୁହେଁ । ଏହା ଖାଇବା ଦ୍ଵାରା ଅସମୟରେ ପିଡାର ସାମ୍ନା କରିବାକୁ ପଡିଥାଏ ଯାହା ଅନେକ ଥର ବହୁତ ବଡ ସମସ୍ଯା ହେଇଯାଇ ପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button