ଓଡିଶା

ବିଦ୍ୟାଳୟରେ ୨୫ ବସ୍ତା ଚାଉଳ ହେରଫେର; ଅଭିଯୋଗ ଆଣିଲେ ସ୍ଵଂୟ ସହାୟିକା ଗୋଷ୍ଠୀ

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ଆଦର୍ଶ ବିଦ୍ୟାଳୟରେ ୨୫ ବସ୍ତା ଚାଉଳ ହେରଫେର ହୋଇଥିବା ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ଵଂୟ ସହାୟିକା ଗୋଷ୍ଠୀ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ ଦାୟିତ୍ଵ ୩୧ ଡିସେମ୍ବର ୨୦୨୨ରୁ ଦାଦିକୁମ୍ପାର ପ୍ରତିଭା ସ୍ଵଂୟ ସହାୟିକା ଗୋଷ୍ଠୀ ଦାୟିତ୍ଵ ଗ୍ରହଣ କରି ସୁପରିଚାଳନା କରୁଛି।

ଷ୍ଟୋର ରୁମର ଗୋଟିଏ ଚାବି ସ୍ଵଂୟ ସହାୟିକା ଗୋଷ୍ଠୀ ପାଖରେ ରହୁଥିବା ବେଳେ ଗୋଟିଏ ଚାବି ପ୍ରିନ୍ସିପଲ ପାଖରେ ରହେ। କିନ୍ତୁ ୧ ମାସ ହେବ ଆସିଥିବା ନୂତନ ପ୍ରିନ୍ସିପଲ୍ ସେମାନଙ୍କ ଅଜାଣତରେ ୨୫ ବସ୍ତା ଚାଉଳ ହେରଫେର କରିଥିବା ଅଭିଯୋଗ ହୋଇଛି। ପରେ ପ୍ରିନ୍ସିପଲ ଅନିଲ ସ୍ୱାଇଁକୁ ଯାଇ ସ୍ଵଂୟ ସହାୟିକା ଗୋଷ୍ଠୀ ପଚାରିବାରୁ ପ୍ରିନ୍ସିପଲ୍ କହିଥିଲେ ଯେ ଡାଲି, ତେଲ, ଲୁଣ ପରିବା, ଅଣ୍ଡା କଥା ତମେ ଵୁଝ, ଚାଉଳ କଥା ମୁଁ ବୁଝିବି ବୋଲି କହିବାରୁ ପ୍ରତିଭା ସ୍ଵଂୟ ସହାୟିକା ଗୋଷ୍ଠୀର ଅବମତି କହଁର, କୁନ୍ତଳା କହଁର, ସୁଲେଖା କହଁର,ସୁଭଦ୍ରା କହଁର, ପୁଷ୍ପାଞ୍ଜଳି କହଁର, ପରବାସୀ କହଁର ,ଗୋଲାପି ନାୟକ, ସୌଦାମିନୀ କହଁର, ସୁଲମତି କହଁର ପ୍ରମୁଖ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲଙ୍କୁ ସାକ୍ଷାତ କରି ଅଭିଯୋଗ କରିଛନ୍ତି। ଏ ନେଇ ବିଇଓଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଅଭିଯୋଗ ଆସିଛି ତାହା ତଦନ୍ତ କରାଯିବ। ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଚାଉଳ ହେରଫେର ହୋଇ ନାହିଁ। ଜିଲ୍ଲାପାଳ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ବୋଲି ସ୍ଵଂୟ ସହାୟିକା ଗୋଷ୍ଠୀ ସଦସ୍ୟମାନେ ଦାବି କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button