ସ୍ୱାସ୍ଥ୍ୟ

ଖରା ଦିନରେ ହଜମ ସମସ୍ୟାର ସମାଧାନ ପାଇଁ ଆପଣାନ୍ତୁ ଏହି ଟିପ୍ସ

ହଜମ ପ୍ରକ୍ରିୟା ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଶରୀରକୁ ଶକ୍ତି ଏବଂ ଅତ୍ୟାବଶ୍ୟକ ପୁଷ୍ଟିକର ଯୋଗାଇଥାଏ। କିନ୍ତୁ ଅଧିକାଂଶ ଲୋକ ଖାଦ୍ୟ-ପାନୀୟ ଉପରେ ଆଦୌ ଧ୍ୟାନ ଦେଇନଥାନ୍ତି, ଯାହା ଫଳରେ ଅମ୍ଳତା, ପେଟ ଯନ୍ତ୍ରଣା ଏବଂ ଗ୍ୟାଷ୍ଟ୍ରିକ୍ ଭଳି ସମସ୍ୟା ଦେଖା ଦେଇଥାଏ। ଗ୍ରୀଷ୍ମଋତୁରେ ଏପରି ସମସ୍ୟା ହେବାର ସମ୍ଭାବନା ଅଧିକ। ତେଣୁ ଘରୋଇ ଉପଚାର ମାଧ୍ୟମରେ କିପରି ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବେ, ଜାଣନ୍ତୁ…

ମେଥି: ମେଥି ମଞ୍ଜି ହଜମ ପ୍ରକ୍ରିୟା ପାଇଁ ବେଶ୍ ଲାଭଦାୟକ। ମେଥି ଏକ ପ୍ରାକୃତିକ ହଜମକାରୀ ଭାବରେ କାର୍ଯ୍ୟ କରିପାରିବ। ଶରୀରରୁ କ୍ଷତିକାରକ ପଦାର୍ଥ ନିଷ୍କାସନ କରିବାରେ ସହାୟକ ହୋଇପାରେ ମେଥି। ଏଥିପାଇଁ ରାତିରେ ମେଥିକୁ ପାଣିରେ ଭିଜାନ୍ତୁ ଏବଂ ସକାଳେ ଏହି ପାଣି ପିଅନ୍ତୁ। ନିୟମିତ ଏପରି ଅଭ୍ୟାସ କରିବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ଆସିଥିଏ। ଏଥିସହ ପେଟରେ ଜମାଟ ହୋଇଥିବା ଚର୍ବି ମଧ୍ୟ ହ୍ରାସ ପାଇଥାଏ।

ହଳଦୀ: ପ୍ରାୟ ସମସ୍ତେ ଜଣନ୍ତି, ହଳଦୀରେ ଔଷଧୀୟ ଗୁଣ ଭରପୂର ଥାଏ। ହଳଦୀରେ ଆଣ୍ଟି-ଫଙ୍ଗଲ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଥାଏ। ଯଦି ହଜମକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଏକ ଗ୍ଲାସ୍ ପାଣିରେ ଗୋଟିଏ ଚାମଚ ହଳଦୀ ପାଉଡର ମିଶାଇ ଏହାକୁ ପିଅନ୍ତୁ। ପ୍ରତିଦିନ ଏହି ଅଭ୍ୟାସ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ।

ଅଦା: ପେଟ ଯନ୍ତ୍ରଣାରୁ ମୁକ୍ତି ଦେବା ବ୍ୟତୀତ ଅଦା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସହାୟକ ହୋଇଥାଏ। ଏହା ସହିତ ଅଦା ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ। ଖଣ୍ଡ ଅଦା ଖାଇବା ବ୍ୟତୀତ ଅଦା ରସ ମଧ୍ୟ ପିଇପାରିବେ।

ଚିଆ ଚିଡ୍ସ: ଚିଆ ସିଡ୍ସ ହଜମ ପ୍ରକ୍ରିୟା ପାଇଁ ସର୍ବୋତ୍ତମ। ଏଥିରେ ଫାଇବର ଭରପୂର ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ଅମୃତଭଣ୍ଡା: ଯଦି ହଜମ ପ୍ରକ୍ରିୟାରେ ସମସ୍ୟା, ଅଦୃଶ୍ୟତା କିମ୍ବା ଏସିଡିଟିର ସମ୍ମୁଖୀନ ହେଉଛନ୍ତି, ତେବେ ଖାଦ୍ୟରେ ଅମୃତଭଣ୍ଡା ଯୋଗ କରିପାରିବେ। ଏଥିରେ ଫାଇବର ଏବଂ ପ୍ରୋଟିନ ଥାଏ। ଅମୃତଭଣ୍ଡା ସେବନ ଫଳରେ ହଜମ ପ୍ରକ୍ରିୟାରେ ଉନ୍ନତି ଆସପାରିବ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button