କ୍ରାଇମ

ମାନପୁରମ୍ ଫାଇନାନ୍ନ କମ୍ପାନୀର ସୁନା ଜାଲିଆତି ଜଣେ ଗିରଫ

କଟକ, ୨୬/୮ ପୁରୀଘାଟ ଥାନା ପୋଲିସ ଆଜି ୨୦୨୦ ମସିହା ଡିସେମ୍ବର ୧୨ ତାରିଖରେ ବଜ୍ରକବାଟିରୋଡସ୍ଥିତ ମାନପୁରମ ଫାଇନାନ୍ସ ଲିମିଟେଡରେ ହୋଇଥିବା ସୁନା ଜାଲିଆତି ମାମଲାର ତଦନ୍ତ କରି ଜଣକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ସାନତ୍ରିଲୋଚନପୁରର ଅଭିମନ୍ୟୁ ନାୟକ(୨୭) । ପୋଲିସ ସୂତ୍ରରୁ ପ୍ରକାଶ ଯେ, ସେହି ବର୍ଷ ଏହି କମ୍ପାନୀର ଶାଖା ମୁଖ୍ୟ ସମୀର ଦେବନାଥ, ଚୋରି ସୁନା ଦାଖଲ କରି ଋଣ ନେବା ସଂକ୍ରାନ୍ତରେ ଥାନାରେ ଏକ ଅଭିଯୋଗ କରିଥିଲେ । ପୋଲିସ ସମସ୍ତ ଦୃଷ୍ଟିକୋଣରୁ ତଦନ୍ତ କରି ଆଜି ଅଭିଯୁକ୍ତକୁ ଗିରଫ କରିବା ସହ କିଛି କାଗଜପତ୍ର ଓ ଗୋଟିଏ ମୋବାଇଲ ଫୋନ ତା’ ଠାରୁ ଜବତ କରିଛି । ଆଜି ଅଭିଯୁକ୍ତ ଅଭିମନ୍ୟୁକୁ କୋର୍ଟ ଚାଲାଣ କରାଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button