ଜୀବନଶୈଳୀ

ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କ ପରଲୋକ, ଓଡ଼ିଶାର ଥିଲେ ପ୍ରଥମ ବିଜେପି ବିଧାୟକ

ଭୁବନେଶ୍ୱର : ପରଲୋକରେ ପୂର୍ବତନ ବିଧାୟକ । କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା କାରଣରୁ ଚିକିତ୍ସା ଜାରି ରହିଥିଲା । ଗତକାଲି ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଲ୍ଟି ଅର୍ଗାନ ଫେଲର ହେବା କାରଣରୁ ସେ ଦୀର୍ଘଦିନ ଧରି ଚିକିତ୍ସିତ ଅବସ୍ଥାରେ ରହିଥିଲେ । ତେବେ ଆଜି ଭୋରରୁ ସେ ପ୍ରାଣ ହରାଇଛନ୍ତି ।

ମୋଟ ୩ ଥର କାମାକ୍ଷାନଗରରୁ ସେ ବିଧାୟକ ହୋଇଥିଲେ । ଓଡ଼ିଶାରେ ବିଜେପିର ମୂଳଦୂଆ ପକାଇବାରେ ତାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ମାତ୍ର ୨୮ ବର୍ଷ ବୟସରେ ସେ ବିଧାୟକ ହୋଇଥିଲେ । ଛାତ୍ର ଜୀବନରୁ ହିଁ ସେ ରାଜନୀତିକୁ ଆସିଥିଲେ । ୧୯୭୭ ମସିହାରେ ପ୍ରଥମେ ଜନତା ପାର୍ଟି ତରଫରୁ ପ୍ରସନ୍ନ କୁମାର ପଟ୍ଟନାୟକ ବିଜୟି ହୋଇଥିଲେ । ଏହା ପରେ ୧୯୮୫ରେ ଦଳ ବଦଳାଇ ବିଜେପି ଦଳରୁ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ୧୯୯୦ ମସିହାରେ ପୁଣି ଦଳ ବଦଳାଇ ଜନତା ଦଳରୁ ବିଜୟି ହୋଇଥିଲେ ପ୍ରସନ୍ନ ପଟ୍ଟନାୟକ । ଶେଷଥର ପାଇଁ ୨୦୧୪ ମସିହାରେ ବିଜେପି ଦଳ ତରଫରୁ ଟିକେଟ ପାଇଥିଲେ ମଧ୍ୟ ସେ ହାରି ଯାଇଥିଲେ। ଆଜି ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button