ବିଚାର

କେଉଁ ସ୍ୱପ୍ନ ଦେବ କେଉଁ ପ୍ରକାରର ଫଳ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେଉଁ ସ୍ୱପ୍ନ ଦେବ କେଉଁ ପ୍ରକାରର ଫଳ।

ଶୋଇବା ସମୟରେ ତ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି କିନ୍ତୁ ସ୍ୱପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା ଅଟେ ଯାହା ସମସ୍ତଙ୍କ ସହିତ ଘଟିଥାଏ। ଏମିତି କିଛି ସ୍ୱପ୍ନ ଅଛି ଯାହା ଶୋଇକି ଉଠିବା ପରେ ବି ଆମକୁ ଭଲ ଭାବରେ ମନେ ଥାଏ ଆଜି ଆମେ ଆଲୋଚନା କରିବା ସ୍ୱପ୍ନର ସଂସାର ବିଷୟରେ। ସ୍ୱପ୍ନ ଆମର ଭବିଷ୍ୟତ ବିଷୟରେ ସଂକେତ ଦେଇଥାଏ। ମନରେ ଥିବା କଥା ଏହି ସ୍ୱପ୍ନରେ ଆସିଥାଏ। ସ୍ୱପ୍ନରେ ଆମକୁ କିଛି ସଂକେତ ମିଳିଥାଏ। ଆସନ୍ତୁ ଜାଣିବା।

ଯଦି ସ୍ୱପ୍ନରେ ଭଗବାନ ଶିବ କିମ୍ବା ଶିବଲିଙ୍ଗ ଦେଖନ୍ତି ଅବା ମନ୍ଦିର ଦେଖନ୍ତି ତ ଏହା ବହୁତ ଶୁଭ ସଂକେତ ଅଟେ। ଏହା ଆପଣଙ୍କ ପାଇଁ ଆଶୀର୍ବାଦ ଅଟେ ଏବଂ ଆପଣଙ୍କର କୌଣସି ବଡ଼ କାମ ପୂରଣ ହେବ। ଧନ ଲାଭ ଚାକିରୀ କିମ୍ବା ବିବାହର କଥା ହେବ କୌଣସି ମାଙ୍ଗଳିକ କାର୍ଯ୍ୟ ହେବ ତ ଏମିତିରେ ଯଦି ଏମିତି କିଛି ସ୍ୱପ୍ନ ଦେଖନ୍ତି ତେବେ ଭଗବାନ ଶିବ ଲିଙ୍ଗରେ ରୁଦ୍ରଭିଷେକ ନିଶ୍ଚୟ କରନ୍ତୁ।

ଏହା ବ୍ୟତୀତ ଅନ୍ୟ କୌଣସି ଦେବୀ ଦେବତା ସ୍ୱପ୍ନରେ ଆସିଲେ ଆପଣଙ୍କର କୌଣସି ବଡ଼ ମନସ୍କାମନା ପୂରଣ ହେବ। ଏମିତି ସ୍ୱପ୍ନ ଆସିଲେ ସେହି ଦେବୀ ଦେବତାଙ୍କ ମନ୍ଦିରକୁ ଯାଇ ପୂଜା କରି ପ୍ରସାଦ ନିଶ୍ଚୟ ଅର୍ପଣ କରନ୍ତୁ। ନିଜର ସାମର୍ଥ୍ୟ ଅନୁସାରେ ୧୧ ଟଙ୍କା ୨୧ ଟଙ୍କା ୫୧ ଟଙ୍କା ଯାହାବି ଆପଣ ଦକ୍ଷିଣା ଦେଇପାରିବେ।

ଯଦି ସ୍ୱପ୍ନରେ ନିଜର ସମ୍ପର୍କୀୟ ଆପଣଙ୍କ ଘରକୁ ଆସିବାର ଦେଖନ୍ତି କିମ୍ବା କୌଣସି ସମ୍ପର୍କୟଙ୍କ ଘରକୁ ଯାଉଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ କୌଣସି ନୂତନ ଅବସର ମିଳିବାକୁ ଯାଉଛି।

ଯଦି ସ୍ୱପ୍ନରେ ନିଜର ମାତା ପିତା ଦେଖାଯାନ୍ତି ତେବେ ଯେଉଁଠି ଆପଣ ଚାକିରୀ କରୁଛନ୍ତି ସେଠାରେ ଆପଣଙ୍କୁ ସମ୍ମାନ ମିଳିପାରେ।

ଯଦି ସ୍ୱପ୍ନରେ ଜେଜେ ଜେଜେମା ଅଜା ଆଈ ଆସନ୍ତି ତେବେ ଆପଣଙ୍କ ଜୀବନରେ ପ୍ରେମ ଆସିବାକୁ ଯାଉଛି।

ଯଦି ସ୍ୱପ୍ନରେ ସାଙ୍ଗସାଥି ଦେଖନ୍ତି ତେବେ ଏହାର ଅର୍ଥ ତାଙ୍କୁ ଆପଣଙ୍କର ପରାମର୍ଶର ଆବଶ୍ୟକତା ଅଛି।

ସ୍ୱପ୍ନରେ ଯଦି ନିଜ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଦେଖନ୍ତି ତେବେ ଏହା ଭଲ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କ ସମ୍ପର୍କ ମଜବୁତ ହେବ।

ଯଦି ସ୍ୱପ୍ନରେ ଆପଣଙ୍କ ଶିକ୍ଷକ ଆସନ୍ତି ତେବେ ଏହା ବହୁତ ଶୁଭ ଫଳ ଦେଇଥାଏ। ଯାହାବି ପଢ଼ାରେ ସମସ୍ୟା ଆସୁଥିବ କିମ୍ବା କୌଣସି ଅସୁବିଧା ଆସୁଥିବ ତାହା ଦୂର ହୋଇଯିବ। ସଫଳତା ଆପଣଙ୍କୁ ନିଶ୍ଚୟ ମିଳିବ।

ବିବାହ ଜନିତ ସ୍ୱପ୍ନ ଦେଖିଲେ ଏହା ବଡ଼ ସଙ୍କଟ ଆସିବାର ସଂକେତ ଦେଇଥାଏ।

ଯଦି ସ୍ୱପ୍ନରେ ବରଯାତ୍ରୀ ଦେଖୁଛନ୍ତି ତେବେ ଏହାବି ଅଶୁଭ ସଂକେତ ଅଟେ।

ସ୍ୱପ୍ନରେ କାହାରିକୁ ବହୁତ ଜୋରରେ ହସୁଥିବାର ଦେଖନ୍ତି କିମ୍ବା ନିଜକୁ ବହୁତ ଜୋରରେ ହସୁଥିବାର ଦେଖନ୍ତି ତେବେ ଏହାବି ସମସ୍ୟାର କାରଣ ଅଟେ। ଯଦି ନିଜକୁ କାନ୍ଦୁଥିବାର ଦେଖନ୍ତି ତେବେ ନିଶ୍ଚୟ ହିଁ କୌଣସି ଶୁଭ ଖବର ଆପଣଙ୍କୁ ମିଳିବାକୁ ଯାଉଛି।

ସ୍ୱପ୍ନରେ ମଳ ମୂତ୍ର ଅପରିଷ୍କାର ଦେଖନ୍ତି ତେବେ ଏହା ବହୁତ ଶୁଭ ସଂକେତ ଅଟେ। ଧନ ଲାଭ ହେବାର ସଂକେତ ଅଟେ। ଜୀବନରେ ଯାହାବି ସମସ୍ୟା ଥିବ ତାହା ଶେଷ ହେବାର ସଂକେତ ଦେଇଥାଏ।

ଯଦି ସ୍ୱପ୍ନରେ କୌଣସି ସିଂହ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ। ଏହାର ଅର୍ଥ ଯିଏ ବି ଆପଣଙ୍କର ଶତ୍ରୁଥିବେ ସିଏ ଆପଣଙ୍କ ପାଖରୁ ହାରି କରି ରହିବେ। ଅଟକି ରହିଥିବା କାର୍ଯ୍ୟ ଶେଷ ହୋଇଯିବ।

ସ୍ୱପ୍ନରେ ବିଲେଇ ଦେଖିଲେ କୌଣସି ନିଜ ଲୋକଙ୍କ ସହିତ ମତଭେଦ ଲଢେଇ ଝଗଡା ହୋଇପାରେ।

ସ୍ୱପ୍ନରେ ଗାଈ କିମ୍ବା ଗାଈ ବାଛୁରୀ ଦେଖନ୍ତି ଏହା ବହୁତ ଶୁଭ ସଂକେତ ଅଟେ। ଏହାର ଅର୍ଥ ଧନ ପ୍ରାପ୍ତି ହେବ।

ସ୍ୱପ୍ନରେ କୁକୁର ଦେଖିବାର ଅର୍ଥ କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷତ ହେବାର ଅଛି। କାନ୍ଦୁଥିବା କୁକୁର ଦେଖିଲେ ଅଶୁଭ ସୂଚନା ଦେଇଥାଏ।

ସ୍ୱପ୍ନରେ ଓଟ ଦେଖିବା ଅଶୁଭ ସଂକେତ ଅଟେ।

ସ୍ୱପ୍ନରେ କଳା ନାଗ ଦେଖିଲେ ଏହାର ଅର୍ଥ ଭଲ ହୋଇଥାଏ। ଆପଣଙ୍କ ମାନ ସମ୍ମାନ ବଢିବ। ଆର୍ଥିକ ସ୍ଥିତି ମଜବୁତ ହେବ।

ସାପ କାମୁଡୁ ଥିବାର ଦେଖିଲେ ଶତ୍ରୁ ଅଧିକ ହେବାର ସଂକେତ ଦେଇଥାଏ।

ସ୍ୱପ୍ନରେ ହାତୀ ଘୋଡା ମାଛ ଦେଖିବାର ଅର୍ଥ ମା ଲକ୍ଷ୍ମୀଙ୍କର ସଂକେତ ଅଟେ। ଏହାର ଅର୍ଥ ଜୀବନରେ ଉନ୍ନତି ହେବ। ବିବାହିତ ଜୀବନରେ ପ୍ରେମ ବଢିବ।

ସ୍ୱପ୍ନରେ ମଇଁଷି ଦେଖନ୍ତି ତେବେ ଜଣେ କୌଣସି ବ୍ୟକ୍ତିର ମୃତ୍ୟୁ ହେବାର ସଂକେତ ଦେଇଥାଏ।

ସ୍ୱପ୍ନରେ ଝିଟିପିଟି ଦେଖିଲେ କୌଣସି ଦୁର୍ଘଟଣା କିମ୍ବା କ୍ଷତି ହେବାର ସଂକେତ ଦେଇଥାଏ।

ସ୍ୱପ୍ନରେ ମୋତି ଦେଖିବାର ଅର୍ଥ ପୁତ୍ର ପ୍ରାପ୍ତି ହେବାର ସଂକେତ ଦେଇଥାଏ।

ସ୍ୱପ୍ନରେ ଡାଳିମ୍ବ ଦେଖିବାର ଅର୍ଥ ବହୁତ ଶୀଘ୍ର ଧନ ପ୍ରାପ୍ତିର ଯୋଗ ରହିଛି।

ସ୍ୱପ୍ନରେ ଅଧିକ ଧନ ଦେଖିବାର ଅର୍ଥ ଏହା ଏହି ସଂକେତ ଦେଇଥାଏ କି ହଠାତ ଧନ ଲାଭ ହେବାର ଅଛି।

ସ୍ୱପ୍ନରେ କୋକେଇ ଦିଖିବାରବ ଅର୍ଥ କୌଣସି ରୋଗରୁ ମୁକ୍ତି ମିଳିବାର ସଂକେତ ଦେଇଥାଏ।

ସ୍ୱପ୍ନରେ ଝରଣା ଦେଖିବାର ଅର୍ଥ ଧନହାନି ହେବାର ସଂକେତ ଦେଇଥାଏ।

ସ୍ୱପ୍ନରେ ମିଠା ଖାଉଥିବାର ଦେଖନ୍ତି କିମ୍ବା ବହୁତ ଖାଦ୍ୟ ସାମଗ୍ରୀ ଦେଖନ୍ତି ତେବେ ଏହାର ଅର୍ଥ ରୋଗର ସଂକେତ ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button