ବ୍ୟବସାୟ

ପାରିବାରିକ ସଞ୍ଚୟ ୫ ବର୍ଷରେ ସର୍ବନିମ୍ନ – Utkal Mail


ନୂଆଦିଲ୍ଲୀ: ଦେଶରେ ନିଟ୍‌ ପାରିବାରିକ ସଂଚୟ ଗତ ପ୍ରାୟ ୫ ଦଶନ୍ଧିର ସର୍ବନିମ୍ନ ସ୍ତରକୁ ଖସିଆସିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ନିଟ୍‌ ପାରିବାରିକ ସଂଚୟ ଜିଡିପିର ୭.୨ ପ୍ରତିଶତରେ ଥିଲା। କିନ୍ତୁ ୨୦୨୨-୨୩ରେ ଏହା ଜିଡିପିର ୫.୧ ପ୍ରତିଶତକୁ ହ୍ରାସ ପାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୋମବାର ପ୍ରକାଶିତ ତଥ୍ୟରେ ଏହା କୁହାଯାଇଛି। ଉକ୍ତ ତଥ୍ୟରୁ ଏହି ସଂକେତ ମିଳୁଛି ଯେ ଗୋଟିଏ ପଟେ ଲୋକଙ୍କ ଆୟ ହ୍ରାସ ପାଇଛି ଅନ୍ୟପଟେ ଖର୍ଚ୍ଚ ବଢ଼ିଛି। କେବଳ ପାରିବାରିକ ସଞ୍ଚୟ ହ୍ରାସ ପାଇନାହିଁ। ପାରିବାରିକ ଆର୍ଥିକ ବୋଝ ମଧ୍ୟ ୨୦୨୨-୨୩ ଆର୍ଥିକ ବର୍ଷରେ ଜିଡିପିର ୫.୮ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ଜିଡିପିର ୩.୮ ପ୍ରତିଶତରେ ଥିଲା। ଅର୍ଥାତ ଲୋକମାନେ ଖର୍ଚ୍ଚ ମେଣ୍ଟାଇବା ପାଇଁ ଋଣ ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ରହିଥିବା ଏଥିରୁ ସୂଚନା ମିଳୁଛି। ୨୦୨୨-୨୩ ଆର୍ଥିକବର୍ଷରେ ପାରିବାରିକ ଆର୍ଥିକ ବୋଝ ବୃଦ୍ଧି ହାର ସ୍ବାଧୀନତା ପରଠାରୁ ଦ୍ବିତୀୟ ସର୍ବାଧିକ ରହିଛି। ଏହା ପୂର୍ବରୁ ୨୦୦୬-୦୭ ଆର୍ଥିକ ବର୍ଷରେ ପାରିବାରିକ ଆର୍ଥିକ ବୋଝ ହାର ଅଧିକ ବା ୬.୭ ପ୍ରତିଶତ ରହିଥିଲା।

୨୦୨୧-୨୨ ଆର୍ଥିକ ବର୍ଷରେ ନିଟ୍‌ ପାରିବାରିକ ଖର୍ଚ୍ଚରେ ବୃହତ୍‌ ହ୍ରାସ ଦେଖାଦେଇ ଏହା ୧୬.୯୬ ଲକ୍ଷ କୋଟି ଟଙ୍କା ରହିଥିଲା। ୨୦୨୨-୨୩ରେ ଏହା ଆହୁରି ତଳକୁ ଖସି ୧୩.୭୬ ଲକ୍ଷ କୋଟି ଟଙ୍କା ରହିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ଅଧିକ ରହିବା ସହିତ ବାସ୍ତବ ଆୟ ବଢ଼ିଲେ ହିଁ ଯାଇ ପାରିବାରିକ ସଞ୍ଚୟରେ ହ୍ରାସ ଏବଂ ଋଣ ବୋଝ ବୃଦ୍ଧି ଧାରା ବଦଳିବ ବୋଲି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ଚଳିତ ଆର୍ଥିକବର୍ଷରେ ସଞ୍ଚୟରେ ଯଦି ବୃଦ୍ଧି ନଘଟେ ତାହେଲେ ଉଭୟ ‌ବ୍ୟୟ ଏବଂ ନିବେଶ ପ୍ରଭାବିତ ହୋଇପାରେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button