ଦେଶ ବିଦେଶ

ଭାରତରୁ କୂଟନୀତିଜ୍ଞ ପ୍ରତ୍ୟାହାର ମାମଲା: କାନାଡ଼ାକୁ ଆମେରିକା ଓ ବ୍ରିଟେନର ସମର୍ଥନ – Utkal Mail


ଭିଏନା ଚୁକ୍ତିର ଉଲ୍ଲଂଘନ ହୋଇନାହିଁ: ଭାରତ

ନୂଆଦିଲ୍ଲୀ: ଭାରତରୁ କାନାଡ଼ା ଏହାର କୂଟନୀତିଜ୍ଞ ପ୍ରତ୍ୟାହାର କରିନେବା ପ୍ରସଙ୍ଗରେ ଆମେରିକା ଓ ବ୍ରିଟେନ ଚିନ୍ତା ପ୍ରକଟ କରିଛନ୍ତି। ଭାରତ କୂଟନୈତିକ ସମ୍ପର୍କ କ୍ଷେତ୍ରରେ ୧୯୬୧ ଭିଏନା ଚୁକ୍ତି ଅଧୀନରେ ଏହାର ଦାୟିତ୍ବ ପାଳନ କରୁ ବୋଲି ଉଭୟ ରାଷ୍ଟ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତରୁ ୪୧ ଜଣ କୂଟନୀତିଜ୍ଞଙ୍କୁ କାନାଡ଼ା ପ୍ରତ୍ୟାହାର କରିନେବାପାଇଁ ଭାରତ କହିବା ସହ ଏଥିପାଇଁ ସମୟ ଧାର୍ଯ୍ୟ କରିବାପରେ କାନାଡ଼ା ଗତକାଲି ଏହାର ୪୧ ଜଣ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିନେଇଛି। ଭାରତ ଏନେଇ ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି କାନାଡ଼ା ଅଭିଯୋଗ କରିଥିଲା। ତେବେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିଛି ଭିଏନା ଚୁକ୍ତିର କୌଣସି ଉଲ୍ଲଂଘନ ହୋଇନଥିବା କହିଛି।

ଉଭୟ ଦେଶ ମଧ୍ୟରେ କୂଟନୀତିଜ୍ଞ ନିଯୁକ୍ତିରେ ସମାନତା ଆଣିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହାକୁ ନେଇ ଭିଏନା ଚୁକ୍ତିର ଭୁଲ୍‌ ଉଦାହରଣ ଦେବା ବିଭ୍ରାନ୍ତିକର ଏବଂ ଆମେ ଏହାକୁ ପ୍ରତ୍ୟାଖ୍ୟାନ କରୁଛୁ ବୋଲି ଭାରତ କହିଛି। ଆଜି ଆମେରିକା ବିଦେଶ ବିଭାଗ ମୁଖପାତ୍ର ମାଥ୍ୟୁ ମିଲ୍ଲର କହିଛନ୍ତି, ଭାରତରୁ କାନାଡ଼ା କୂଟନୀତିଜ୍ଞ ପ୍ରତ୍ୟାହାର ପ୍ରସଙ୍ଗରେ ଆମେ ଗଭୀର ଭାବେ ଚିନ୍ତିତ। କୌଣସି ପ୍ରକାର ମତଭେଦର ସମାଧାନ ପାଇଁ ଉଭୟ ପକ୍ଷର କୂଟନୀତିଜ୍ଞ ରହିବା ଆବଶ୍ୟକ ବୋଲି ମିଲ୍ଲର କହିଛନ୍ତି। ଆମେରିକା ବିଦେଶ ବିଭାଗ ପକ୍ଷରୁ କୁହାଯାଇଛି ଯେ ଭାରତ କାନାଡ଼ା କୂଟନୀତିଜ୍ଞଙ୍କ ଉପସ୍ଥିତି ହ୍ରାସ କରିବାକୁ ବାଧ୍ୟ ନକରି କାନାଡ଼ାର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁ। ବ୍ରିଟେନ ମଧ୍ୟ ସମାନ ମତ ପୋଷଣ କରି ଭାରତ ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ କହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button