ସ୍ୱାସ୍ଥ୍ୟ

ବଢୁଛି ଆଇ-ମେକଅପ ଚାହିଦା

ନାରୀ ଓ ସୌନ୍ଦର୍ଯ୍ୟ । ଦୁହେଁ ଦୁହିଁଙ୍କ ବିନା ଅସମ୍ପୂର୍ଣ୍ଣ । ସୁନ୍ଦର ଦେଖାଯିବା ପାଇଁ କିଏ ବା ନଚାହେଁ । ମେକଅପ୍ ପାଇଁ ପ୍ରତ୍ୟେକ ଯୁବତୀଙ୍କ ଦୁର୍ବଳତା ରହିଥାଏ । କେହି କେହି ତ ବିନା ମେକଅପ ରେ ବାହାରକୁ ବାହରନ୍ତିନି । ଏହାକୁ ଦୃଷ୍ଟିରେ ରଖି ମାର୍କେଟରେ ବିଭିନ୍ନ ପ୍ରସାଧନ ସାମଗ୍ରୀ ମିଳୁଛି । ଏଥିରେ ଲିପଷ୍ଟିକ୍ ର ଚାହିଦା ବେଶି । କିନ୍ତୁ ଏହି କରୋନା ଭାଇରସ୍ ପାଇଁ ଲିପଷ୍ଟିକ୍ ର ଚାହିଦା କମିବାରେ ଲାଗିଛି । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର କରିବା ଦ୍ୱାରା ସମସ୍ତେ ଲିପଷ୍ଟିକ୍ ଲଗାଇବା ଛାଡିସାରିଲେଣି । ବର୍ତମାନ ମହିଳାମାନେ ନିଜ ଆଖିକୁ ସଜାଇବାରେ ବେଶି ଧ୍ୟାନ ଦେଉଛନ୍ତି । ସେମାନଙ୍କର ଚାହିଦାକୁ ଆଖିରେ ରଖି ମାର୍କେଟରେ ବିଭିନ୍ନ ପ୍ରକାରର ଆଇ-ମେକଅପ୍ ପ୍ରଡକ୍ଟ ମିଳୁଛି । ଆଇଶାଡୋ, ଳାଇନର, କାଜଲ ଓ ମସ୍କରା ପ୍ରଭୃତିର ଚାହିଦା ବଢୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button