ଦେଶ ବିଦେଶ

ମୋଦୀଙ୍କ ଭାଷଣରେ ନଥିଲା ଟ୍ରମ୍ପ୍‌ଙ୍କ ନାମ; ‘ଅପରେସନ ସିନ୍ଦୂର’କୁ କହି‌ଲେ ଅଖଣ୍ଡ ପ୍ରତିଜ୍ଞା

ଇସ୍‌ଲାମାବାଦ୍‌: ପାକିସ୍ତାନ ବିରୋଧରେ ଅପରେସନ୍ ସିନ୍ଦୂରର ସଫଳତା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ଏହା କେବଳ ଏକ ସେନା ଅଭିଯାନ ନୁହେଁ ବରଂ ସିନ୍ଦୂରକୁ ନ୍ୟାୟ ଦେବାକୁ ଏକ ଅଖଣ୍ଡ ପ୍ରତିଜ୍ଞା।

ଦେଶବାସୀଙ୍କୁ ସମ୍ବୋଧନ କ୍ରମରେ ମୋଦୀ କହିଛନ୍ତି, ଆଜି ପ୍ରତି ଆତଙ୍କୀ ଓ ଆତଙ୍କୀ ସଙ୍ଗଠନ ଜାଣିସାରିଛି ଯେ,  ଆମ ମା’ ଭଉଣୀଙ୍କ ମଥାର ସିନ୍ଦୂର ସହ ଖେଳିବାର ପରିଣତି କ’ଣ ହୋଇପାରେ । ଦେଶର ୩ ସେନାକୁ ପ୍ରଶଂସା କରି କହିଲେ, ’ସାରା ଦୁନିଆ ଦେଖିସାରିଛି କିପରି ଭାରତ ପାକିସ୍ତାନର ପ୍ରତିଟି ଆକ୍ରମଣର ଜବାବ ଦେଇଛି । ପାକିସ୍ତାନ କରିଥିବା ପ୍ରତିଟି ଡ୍ରୋନ ଭାରତର ଏୟାର ଡିଫେନ୍ସରେ ଛିନଛତ୍ର ହୋଇଯାଇଥିଲା।

ମୋଦୀଙ୍କ ଏହି ସମ୍ବୋଧନ ଉପରେ ଥିଲା ସାରା ବିଶ୍ବ ଉପରେ ନଜର। ଅଧିକାଂଶ ଅନ୍ତର୍ଜାତୀୟ ମିଡିଆରେ ଏନେଇ ଚର୍ଚ୍ଚା ହେଉଛି। ମୋଦୀ ନିଜ ଭାଷଣରେ କୌଣସି ସ୍ଥାନରେ ଆମେରିକା ରାଷ୍ଟ୍ରପତି କିମ୍ବା ଆମେରିକାର ନାଁ ଟିକେ ବି ନେଇନାହାନ୍ତି । ଏଥିରୁ ପ୍ରରୋକ୍ଷ ଭାବେ ସ୍ପଷ୍ଟ ହୋଇଛି ଯେ ଭାରତ, ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା. କରିବାକୁ ଡୋନାଲ୍ଡ ଦେଇଥିବା ପ୍ରସ୍ତାବକୁ ନା କହିଛନ୍ତି ମୋଦୀ । ମୋଦୀ କହିଛନ୍ତି ଏଣିକି ଭାରତ- ପାକିସ୍ତାନ ମଧ୍ୟରେ ଆଲୋଚନା ହେଲେ କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ହିଁ ହେବ।

ପାକିସ୍ତାନ ଗଣମାଧ୍ୟମ ଅନୁସାରେ, ‘ପ୍ରଧାନମନ୍ତ୍ରୀ ମୋଦୀ ବ୍ୟାପକ ଶାନ୍ତି  ବାର୍ତ୍ତା ପ୍ରସଙ୍ଗକୁ ଖାରଜ କରିଛନ୍ତି । କହିଛନ୍ତି, ଆଲୋଚନା ଓ ଆତଙ୍କବାଦ ଏକାସଙ୍ଗେ ହୋଇପାରିବ ନାହିଁ । ବ୍ୟାପାର ଓ ଆତଙ୍କବାଦୀ ଏକାସଙ୍ଗେ ଚାଲିବ ନାହିଁ । ସେହିପରି ପାଣି ଓ ରକ୍ତ ବି ଏକାସାଙ୍ଗେ ବହିପାରିବ ନାହିଁ’ । ଖାଲି ଏତିକି ନୁହେଁ ଭବିଷ୍ୟତରେ ଯଦି ପାକିସ୍ତାନ କିଛି ଉସୁକାଇବା ଭଳି କାମ କରେ ଭାରତ ବି ନିଜ ସର୍ତ୍ତ ଉପରେ କଠୋର ଜବାବ ଦେବ। ଭାରତ କେବେବି ପାକିସ୍ତାନର ପରମାଣୁ ବ୍ଲାକମେଲକୁ ସହିବ ନାହିଁ ’।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button