କ୍ରାଇମ

ଛାତ୍ରଙ୍କୁ ନେଇ ସ୍କୁଲ ଆସୁଥିବା ବସ୍ ସହ ଧକ୍କା ହେଲା ଟ୍ରାକ୍ଟର, ୪ ଆହତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କୁଶପଡା ସାମନ୍ତରାପୁର ଛକରେ ଦୁର୍ଘଟଣା ଘଟିଛି । ସ୍କୁଲ ବସ୍ ସହ ଟ୍ରାକ୍ଟର ଧକ୍କାରେ ୪ ଜଣ ଛାତ୍ର ଆହତ ହୋଇଛନ୍ତି । ଛାତ୍ରଙ୍କୁ ନେଇ ସ୍କୁଲ ଆସୁଥିବା ବସ୍ ସହ ଧକ୍କା ହୋଇଥିଲା ଟ୍ରାକ୍ଟର । ଫଳରେ ଟ୍ରାକ୍ଟର ଡ୍ରାଇଭର ଚାପି ହୋଇ ରହିଯାଇଥିଲେ । ଡ୍ରାଇଭରଙ୍କୁ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କରିଛନ୍ତି । ସେପଟେ ଆହତ ହୋଇଥିବା ଛାତ୍ରଙ୍କୁ ମେଡିକାଲ ପଠାଯାଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button