କ୍ରାଇମ
ହିନ୍ଦୋଳ: ଶିକାରୀ ଗୁଳିରେ ଇନଚାର୍ଜ ଫରେଷ୍ଟରଙ୍କ ମୃତ୍ୟୁ

ହିନ୍ଦୋଳ: ଶିକାରୀ ଗୁଳିରେ ଇନଚାର୍ଜ ଫରେଷ୍ଟରଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଭାରପ୍ରାପ୍ତ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନ ଶିକାରୀ ଗୁଳିରେ ଗୁରୁତର ହୋଇଥିଲେ । ଶିକାରୀକୁ ଧରିବାକୁ ଯାଇ ଗୁରୁତର ହୋଇଥିଲେ । ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ହିନ୍ଦୋଳ ଥାନା ରାଜମୋହନ ପୁର ନିକଟରେ ଶିକାରୀ ମାନେ ଥିବା ବନବିଭାଗ ଖବର ପାଇଥିଲା । ଫରେଷ୍ଟର ପ୍ରହଲ୍ଲାଦ ସହିତ ଷ୍ଟାଫ ମାନେ ଶିକାରୀ ମାନଙ୍କୁ ଘେରାଉ କରିଥିଲେ । ଏହି ସମୟରେ ହଠାତ ଶିକାରୀ ଗୁଳି ଫୁଟାଇ ଥିଲେ । ଏଥିରେ ଭାରପ୍ରାପ୍ତ ଫରେଷ୍ଟର ପ୍ରହଲ୍ଲାଦ ଗୁରୁତର ହୋଇଥିଲଲଇ । ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।