ସ୍ୱାସ୍ଥ୍ୟ

ଜଏଣ୍ଟ ପେନ୍ ଓ ମାଂସପେଶୀ ଯନ୍ତ୍ରଣା ଦୂର କରିବାର ରାମବାଣ ଘରୋଇ ଉପଚାର, ଜୀବନରେ ଆଉ କେବେ ବି ହେବନି ଏହି ସମସ୍ଯା

ବଦଳୁଥିବା ଋତୁରେ ଦେହହତ ବିନ୍ଧା, ଅଣ୍ଟା ବିନ୍ଧା, ଆଣ୍ଠୁଗଣ୍ଠି ବିନ୍ଧା ବା ଜଏଣ୍ଟ ପେନ୍ ଭଳିଶ ସମସ୍ୟା ଭୋଗୁଥିଲେ ଆଜିର ଏହି ଘରୋଇ ଉପଚାରକୁ କେବଳ ତିନି ଦିନ ପାଇଁ ସେବନ କରନ୍ତୁ । ଦେଖିବେ ଆପଣଙ୍କ ଜଏଣ୍ଟ ପେନ୍ ସମସ୍ଯା ସବୁଦିନ ପାଇଁ ଦୂର ହୋଇଯିବ । ଜଏଣ୍ଟ ପେନ୍ ଏବଂ ମାଂସପେଶୀରେ ହେଉଥିବା ଯନ୍ତ୍ରଣା ପାଇଁ ଏହା ଏକ ରାମବାଣ ଘରୋଇ ଉପଚାର ଅଟେ । ତେବେ ଚାଲନ୍ତୁ ଜାଣିବା ଏହି ଘରୋଇ ଉପଚାରକୁ ଆପଣ କେମିତି ପ୍ରସ୍ତୁତ କରିବେ ।

ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମର ସାମଗ୍ରୀର ଆବଶ୍ୟକ ହେବ ତାହା ହେଉଛି ଗୋଲମରିଚ । ୪ଟି ଗୋଲମରିଚ ନେଇ ଏହାକୁ ଅଳ୍ପ କୁଟି ଦିଅନ୍ତୁ ଓ ଏକ ପାତ୍ରରେ ରଖନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ଅଧା ଇଞ୍ଚର ଖଣ୍ଡେ ଅଦା । ଜଏଣ୍ଟ, ମାଂସପେଶୀ, ଥାଇରଏଡ ଓ ଥଣ୍ଡାକାଶ ପାଇଁ ଅଦା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ଚାହା କିମ୍ବା କ୍ଷୀରରେ ମଧ୍ୟ ଫୁଟାଇ ସେବନ କଲେ ସୁଫଳ ମିଳିଥାଏ ।

ଅଦାକୁ ଭଲ ଭାବେ ଚୋପା ଛଡେଇ ଧୋଇ ଏହାକୁ ମଧ୍ୟ କୁଟି ଗ୍ରେଟ କରି ନିଅନ୍ତୁ । ଏହାଦ୍ବାରା ଅଦାର ସଂପୂର୍ଣ୍ଣ ତତ୍ତ୍ଵ ଏଥିରେ ମିଶିଯିବ ଓ ଭଲ ଫାଇଦା ମିଳିବ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ ୧ ଗ୍ଳାସ ବା ୨୦୦ରୁ ୨୫୦ମିଲି କ୍ଷୀର । ଏବେ ଆପଣ ଏହିଷ ଅମସ୍ତ ଜିନିଷକୁ ଗ୍ଯାସରେ ବସେଇ ଫୁଟାନ୍ତୁ ।

ଅଧିକ ସମୟ ପର୍ଯ୍ୟନ୍ତ ଏହାକୁ ଫୁଟାଇବାର ଆବଶ୍ୟକତା ନାହିଁ କେବଳ ୫ ମିନିଟରେ ଏହା ପ୍ରସ୍ତୁତ ହୋଇଯିବ । ଏହାପରେ ଗ୍ଯାସ ବନ୍ଦ କରି ଅଳ୍ପ ଉଷୁମ ହେବ ପର୍ଯ୍ୟନ୍ତ ସେହିପରି ଛାଡି ଦିଅନ୍ତୁ । ଉଷୁମ ଉଷୁମ ଏକ ଗ୍ଳାସକୁ ଛଣି ନିଅନ୍ତୁ ଓ ଏହାର ସେବନ କରନ୍ତୁ । ଯଦି ଆପଣଙ୍କୁ ମିଠା ଆବଶ୍ୟକ ତେବେ ଏଥିରେ ଚିନିର ପ୍ରୟୋଗ କରନ୍ତୁ ନାହିଁ । ବରଂ କିଛି ମିଶ୍ରି ଗୁଣ୍ଡ କରି ଏକ ଚାମୁଚ ମିଶ୍ରି ଗୁଣ୍ଡ ଏଥିରେ ମିଶାଇ ଦିଅନ୍ତୁ ।

ଯଦି ଆପଣ କେବଳ ଏକ ଗ୍ଳାସକୁ ଫୁଟାଇ ଉଷୁମ କ୍ଷୀରରେ ଏକ ଚାମୁଚ ମିଶ୍ରି ଗୁଣ୍ଡ ପକାଇ ସେବନ କରିବେ ତେବେ ଏହା ଆପଣଙ୍କର ସମସ୍ତ ଯନ୍ତ୍ରଣା ଦୂର କରିବା ସହ ବ୍ଲକ ଶିରକୁ ମଧ୍ୟ ଖୋଲିଥାଏ ।

ତେବେ ଜଏଣ୍ଟ ପେନ୍ ପାଇଁ ପ୍ରସ୍ତୁତ କରିଥିବା ଗୋଲମରିଚ, ଅଦା ଓ କ୍ଷୀରର ମିଶ୍ରଣକୁ ଆପଣ ରାତିରେ ଖାଦ୍ଯ ଖାଇବାର କିଛି ସମୟ ପରେ ବା ଶୋଇବା ପୂର୍ବରୁ ସେବନ କରିବାକୁ ହେବ । ଏହାସହ ଜଏଣ୍ଟ ପେନ୍ କମ୍ କରିବା ପାଇଁ ରାଶି ତେଲ ନେଇ ମଧ୍ୟ ଯନ୍ତ୍ରଣା ହେଉଥିବା ସ୍ଥାନରେ ହାଲୁକା ମାଲିସ କରନ୍ତୁ । ଦେଖିବେ ଆପଣଙ୍କୁ ତୁରନ୍ତ ଆରାମ ମିଳିବ ଓ ନିଦ ମଧ୍ୟ ଭଲ ଆସିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button