ନୀତି

୯୦ ମିନିଟ୍‌ ମଧ୍ୟରେ ଅପହୃତ ୬ ବର୍ଷର ଶିଶୁକୁ ଠାବ କଲା ମୁମ୍ବାଇ ପୁଲିସର ସନ୍ଧାନୀ କୁକୁର – Utkal Mail


ମୁମ୍ବାଇ: ମୁମ୍ବାଇ ପୁଲିସର ବମ୍‌ ଡିସ୍ପୋଜାଲ୍‌ ଆଣ୍ଡ୍‌ ଡିଟେକ୍ସନ୍‌ ସ୍କାର୍ଡର ଏକ ସନ୍ଧାନୀ କୁକୁର ମାତ୍ର ୯୦ ମିନିଟ୍‌ ମଧ୍ୟରେ ଜଣେ ଅପହୃତ ୬ ବର୍ଷର ଶିଶୁକୁ ଠାବ କରିଛି।

ଅପହୃତ ହୋଇଥିବା ୬ ବର୍ଷର ଶିଶୁର ଘରଠାରୁ ୫୦୦ ମିଟର ଦୂରରେ ଶୁକ୍ରବାର ସକାଳେ ଅନ୍ଧେରି (ପୂର୍ବ) ଉପନଗରର ଅଶୋକ ନଗର ବସ୍ତିରେ ଲିଓ ନାମକ ଏକ ସନ୍ଧାନୀ ଡୋବରମ୍ୟାନ୍‌ କୁକୁର ଶିଶୁଟିକୁ ଖୋଜି ପାଇଛି। ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପିଲାଟି ଘର ବାହାରେ ଖେଳୁଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ତାକୁ ଅପହରଣ କରିନେବା ପରେ ପରିବାର ଲୋକେ ପୋୱାଇ ପୁଲିସର ଦ୍ୱାରସ୍ଥ ହୋଇଥିଲେ।

ଘରୁ ବାହାରକୁ ବାହାରିବା ପୂର୍ବରୁ ପିଲାଟି ପୋଷାକ ବଦଳାଇଥିଲା ବୋଲି ପରିବାର ଲୋକେ ପୁଲିସକୁ କହିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳକୁ ସନ୍ଧାନୀ କୁକୁର ଲିଓକୁ ଆଣି ପୁଅର ଟି-ସାର୍ଟକୁ ଶୁଂଘିବା ପାଇଁ ଦେଇଥିଲେ।

କିଛି ସମୟ ପରେ ଲିଓ ପୁଲିସ ଟିମ୍‌କୁ ଅଜଣା ଅପହରଣକାରୀ ଶିଶୁଟିକୁ ଲୁଚାଇ ରଖିଥିବା ସ୍ଥାନକୁ ନେଇ ଯାଇଥିଲା। ତେବେ ପୁଲିସକୁ ଦେଖି ଅପହରଣକାରୀ ଭୟଭୀତ ହୋଇ ଫେରାର ହୋଇ ଯାଇଥିଲା। ‌ଶେଷରେ ଶିଶୁଟି ଉଦ୍ଧାର ହୋଇଥିଲା। ପୁଲିସ ଏ ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button