ଦେଶ ବିଦେଶ

ଜାପାନରେ ସେପ୍ଟେମ୍ବର ସବୁଠାରୁ ଉତ୍ତପ୍ତ ମାସ – Utkal Mail


ଟୋକିଓ: ୧୨୫ ବର୍ଷ ପୂର୍ବେ ରେକର୍ଡ ଆରମ୍ଭ ହେବା ପରଠାରୁ ଚଳିତବର୍ଷର ସେପ୍ଟେମ୍ବର ମାସ ଜାପାନରେ ସବୁଠାରୁ ଉତ୍ତପ୍ତ ମାସ ଥିଲା। ଜାପାନ ପାଣିପାଗ ଏଜେନ୍ସି ସୋମବାର କହିଛି ଯେ, ସେପ୍ଟେମ୍ବର ମାସର ହାରାହାରି ତାପମାତ୍ରା ସ୍ୱାଭାବିକଠାରୁ ୨.୬୬ ଡିଗ୍ରି ସେଲସିୟସ୍ ଅଧିକ ଥିଲା। ୧୮୯୮ରେ ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ସର୍ବୋଚ୍ଚ ବୋଲି ଏଜେନ୍ସି ସୋମବାର ଏକ ବିବୃତିରେ କହିଛି।

ଜଳବାୟୁ ପରିବର୍ତ୍ତନ ଦ୍ରୁତଗତିରେ ଆଗକୁ ବଢ଼ୁଥିବାରୁ ଚଳିତବର୍ଷ ମାନବ ଇତିହାସରେ ସବୁଠାରୁ ଉତ୍ତପ୍ତ ବର୍ଷ ହେବ ବୋଲି ଆଶା କରାଯାଉଛି ଏବଂ ଅଷ୍ଟ୍ରିଆ, ଫ୍ରାନ୍ସ, ଜର୍ମାନୀ, ପୋଲାଣ୍ଡ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶ ସେପ୍ଟେମ୍ବରକୁ ସେମାନଙ୍କର ସବୁଠାରୁ ଉତ୍ତପ୍ତ ମାସ ଘୋଷଣା କରିଛନ୍ତି। ଫ୍ରାନ୍ସ ପାଣିପାଗ କର୍ତ୍ତୃପକ୍ଷ ମେଟିଓ-ଫ୍ରାନ୍ସ କହିଛି ଯେ, ଦେଶରେ ସେପ୍ଟେମ୍ବର ମାସର ହାରାହାରି ତାପମାତ୍ରା ୨୧.୫ ଡିଗ୍ରି ସେଲସିୟସ ରହିଛି, ଯାହା କି ୧୯୯୧-୨୦୨୦ ରେଫରେନ୍ସ ଅବଧିଠାରୁ ୩.୫ ଡିଗ୍ରି ସେଲସିୟସ ଅଧିକ। ବ୍ରିଟେନରେ ମଧ୍ୟ ୧୮୮୪ ମସିହାରେ ରେକର୍ଡ ଆରମ୍ଭ ହେବା ପରଠାରୁ ଗତ ସେପ୍ଟେମ୍ବର ମାସ ପୂର୍ବର ସବୁ ରେକର୍ଡ ଭାଙ୍ଗିଦେଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button