ଦେଶ ବିଦେଶ

ଭାବିପତ୍ନୀଙ୍କ ସହ ଭଡ଼ା ଘର ଦେଖିବାକୁ ଯାଇଥିଲେ, ଚାଲିଗଲା ଯୁବକଙ୍କ ଜୀବନ – Utkal Mail


ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ଘର ଭଡ଼ା ନେବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତି। ଘର ଭଲ ନଲାଗିଲେ ଅନ୍ୟ ବିକଳ୍ପ ଦେଖନ୍ତି । ଇଟାଲୀର ଜଣେ ଯୁବକ ମଧ୍ୟ ଠିକ ତାହା କରିଥିଲେ । ନିଜ ପାଇଁ ଭଡ଼ା ଘର ଖୋଜୁଥିବା ବେଳେ ତାଙ୍କୁ ଭଲ ଘର ମିଳୁନଥିଲା । ହେଲେ ସେ ଖୋଜିବା ବନ୍ଦ କରିନଥିଲେ । କିନ୍ତୁ ଭଡା ଘର ଖୋଜିବା ମଧ୍ୟରେ ଯେ, ତାଙ୍କ ଜୀବନ ଚାଲିଯିବ, ତାହା ତାଙ୍କୁ ଜଣାନଥିଲା।

ମିଳିଥିବା ସୂଚନା ମୁତାବକ, ଇଟାଲୀର ୨୨ବର୍ଷୀୟ ଯୁବକ ମାଟେଓ ବଟ୍ଟାଗ୍ଲିଆ ନିଜ ଭାବିପତ୍ନୀଙ୍କ ସହ ଘର ଦେଖିବାକୁ ‌ଯାଇଥିଲେ। ଦୁହେଁ ଘର ଦେଖିବାକୁ ଯାଇଥିବା ବେଳେ କିଛି ଏଭଳି ଘଟିଥିଲା, ଯାହା ସେମାନେ ସ୍ବପ୍ନ‌ରେ ବି ଭାବି ନଥିଲେ । କୁହାଯାଉଛି ଯେ, ଯୁବକ ଏକ ନୂତନ ବ୍ୟବସାୟ ପାଇଁ ଭଡ଼ାରେ ଘର ଖୋଜୁଥିଲେ । କିନ୍ତୁ ଯେତେବେଳେ ସେମାନେ ଏକ ବିଲ୍ଡିଂରେ ପହଞ୍ଚି ଘର ଦେଖିବା ଆରମ୍ଭ କଲେ, ହଠାତ୍ ବିଲ୍ଡିଂରୁ ତଳକୁ ଖସିପଡ଼ିଥିଲେ ମାଟେଓ । ତଳକୁ ଖସିବା ପରେ ମାଟେଓଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲେ ବି ସେ କୋମାକୁ ଚାଲିଯାଇଥିଲେ । ୨ଦିନ କୋମାରେ ରହିବା ପରେ ଅକ୍ଟୋବର ୧୦ରେ ମାଟେଓଙ୍କ ମୃତ୍ୟୁ ଘଟିଥିଲା ବୋଲି ଜଣାପଡ଼ିଛି ।

ମାଟେଓଙ୍କ ମୃତ୍ୟୁ ପରେ ଏବେ ତାଙ୍କ ଭାବିପତ୍ନୀ ଭାଙ୍ଗିପଡ଼ିଛନ୍ତି । ତୁମ ବିନା ବଞ୍ଚିବା ଅସମ୍ଭବ, ତୁମେ ବହୁତ ମନେ ପଡ଼ୁଛ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ମାଟେଓଙ୍କ ଭାବିପତ୍ନୀ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button