ଦେଶ ବିଦେଶ

ରେଷ୍ଟୁରାଣ୍ଟରେ ଖୁଲମଖୁଲା ବୁଲିଲା ଖଣ୍ଡା, ଜୀବନ ବିକଳରେ ଲୁଚିଲେ ଲୋକେ

ରେଷ୍ଟୁରାଣ୍ଟରେ ଖୁଲମଖୁଲା ବୁଲିଲା ଖଣ୍ଡା । ଜୀବନ ବିକଳରେ ଲୁଚିଲେ ଲୋକେ । ଏପରି ଏକ ଘଟଣା ମହାରାଷ୍ଟ୍ରର ନାଗପୁରରେ ଘଟିଛି। କିଛି ଯୁବକ ହାତରେ ଖଣ୍ଡା ଧରି ଅଚାନକ ଭାବେ ଏକ ରେଷ୍ଟୁରାଣ୍ଟରେ ପଶି ଯାଇଥିଲେ। ଏହାପରେ ସେମାନେ ରେଷ୍ଟୁରାଣ୍ଟର ଜଣେ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିବା ସହ ଗ୍ରାହକଙ୍କୁ ବି ମାରପିଟ କରିଥିଲେ।

ଗତକାଲି ହଠାତ୍ କିଛି ଯୁବକ ହାତରେ ଖଣ୍ଡା ଧରି ଏକ ରେଷ୍ଟୁରାଣ୍ଟରେ ପଶିଥିଲେ। ଏହାଦେଖି ରେଷ୍ଟୁରାଣ୍ଟର କର୍ମଚାରୀ ଓ ଗ୍ରାହକ ଜୀବନ ବିକଳରେ ଲୁଚି ଯାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ଦୁର୍ବୃତ୍ତମାନେ ବହୁ ଜଣଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି। ଏହାପରେ ଦୁର୍ବୃତ୍ତମାନେ ଖଣ୍ଡା ବୁଲାଇ ବହୁ ଆସବାବପତ୍ରକୁ ଭଙ୍ଗାରୁଜା କରିଥିଲେ। କିଛି ସମୟ ପରେ ସେମାନେ ବାହାରକୁ ଆସି ପାର୍କିଂରେ ଥିବା ଗାଡ଼ିକୁ ଭଙ୍ଗାରୁଜା କରିଥିଲେ।

ଏହାପରେ ସ୍ଥିତିକୁ ଆୟତ୍ତକୁ ଆଣିବାକୁ ରେଷ୍ଟୁରାଣ୍ଟ ମାଲିକ ଦୁର୍ବୃତ୍ତଙ୍କୁ ମଦ ଓ ଟଙ୍କା ଦେଇଥିବା ସିସିଟିଭିରେ ଦେଖିବାକୁ ମିଳିଛି। ଫଳରେ ଘଟଣାସ୍ଥଳରୁ ସବୁ ଦୁର୍ବୃତ୍ତ ଆଖି ପିଛୁଳାକେ ଚାଲି ଯାଇଥିଲେ।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button