ଦେଶ ବିଦେଶ

ଟ୍ରେନରେ ବସି ରୁଷ୍ ଗଲେ ଉତ୍ତର-କୋରିଆ ଶାସକ କିମ୍ ଜଙ୍ଗ୍ – Utkal Mail


ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ଉତ୍ତର କୋରିଆର ଏକଛତ୍ର ଶାସକ କିମ୍ ଜଙ୍ଗ୍ ଉନ୍ ରୁଷିଆ ଅଭିମୁଖେ ଯାତ୍ରା କରିଛନ୍ତି। ସେ ନିଜ ସ୍ୱତନ୍ତ୍ର ଟ୍ରେନରେ ରୁଷିଆ ଅଭିମୁଖେ ଯାତ୍ରା କରିଥିଲେ। କିମ୍ ଏବଂ ରୁଷ ରାଷ୍ଟ୍ରପତି ୟୁକ୍ରେନ ଯୁଦ୍ଧରେ ରୁଷିଆକୁ ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ଆଲୋଚନା କରିପାରନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ଏହି ଟ୍ରେନ୍ ରବିବାର ସନ୍ଧ୍ୟାରେ ଉତ୍ତର କୋରିଆର ରାଜଧାନୀ ପିୟୋଙ୍ଗ୍ୟାଙ୍ଗ୍ ଛାଡ଼ିଥିଲା। କିମ ଜଙ୍ଗ ସୋମବାର ପୂର୍ବ ରୁଷର ସହର ଭ୍ଲାଦିଭୋସ୍ତକରେ ପହଞ୍ଚିବେ ଓ ସେଠାରେ ହିଁ ମଙ୍ଗଳବାର ପୁଟିନଙ୍କ ସହ ସାକ୍ଷାତକାର ହେବ ।

ୟୋନହାପ୍ ନ୍ୟୁଜ୍ ଏଜେନ୍ସି ଏବଂ ଅନ୍ୟ କେତେକ ଗଣମାଧ୍ୟମ ମଧ୍ୟ ସମାନ ଖବର ପ୍ରକାଶ କରିଛନ୍ତି। ଜାପାନର କିଓଡୋ ନ୍ୟୁଜ୍ ଏଜେନ୍ସି ରୁଷୀୟ ଅଧିକାରୀଙ୍କ ବୟାନକୁ ଉଦ୍ଧାର କରି କହିଛି ଯେ କିମ୍ ତାଙ୍କ ଘରୋଇ ଟ୍ରେନରେ ରୁଷିଆ ଯିବାର ସମ୍ଭାବନା ରହିଛି, ଯଦିଓ ଦକ୍ଷିଣ କୋରିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଜାତୀୟ ଗୁଇନ୍ଦା ସେବା ଏପର୍ଯ୍ୟନ୍ତ ଏହି ସୂଚନାକୁ ନିଶ୍ଚିତ କରିନାହାଁନ୍ତି।

କିମ୍ ଜଙ୍ଗ ଓ ପୁଟିନଙ୍କ ମଧ୍ୟରେ ଏହି ସାକ୍ଷାତକାର ହୋଇପାରେ ବୋଲି ଆମେରିକୀୟ ଗୁଇନ୍ଦା ସଂସ୍ଥାମାନେ ପୂର୍ବରୁ ହିଁ ସୂଚନା ଦେଇସାରିଛନ୍ତି । ଦୁଇ ପକ୍ଷ ମଧ୍ୟ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ଚୁକ୍ତି ହୋଇପାରେ ବୋଲି କୁହାଯାଉଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button