ଓଡିଶା

ଜନ୍ତୁ ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସଂସ୍ପର୍ଶରେ ଆସି ଦମ୍ପତି ମୃତ

ଅନୁଗୁଳ: ଅନୁଗୁଳ ବନ୍ତଳା ଥାନା ପୋକତୁଙ୍ଗା ଗାଁରେ ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ଖୋଲା ତାରରେ ଲାଗି ଦମ୍ପତିଙ୍କ ଜୀବନ ଯାଇଛି।

ପୋକତୁଙ୍ଗା ଗାଁର ଭାବଗ୍ରାହୀ ଦେହୁରୀଙ୍କ ଫାର୍ମ ହାଉସରେ ଦମ୍ପତି ସୁର ପଧାନ ଓ ସୁକାନ୍ତି ପଧାନ କାର୍ଯ୍ୟ କରୁଥିଲେ। ସେଠାରେ ରହି ସେମାନେ ବାଡ଼ି ବଗିଚାର କାମ କରୁଥିବା ବେଳେ ଆଜି ସକାଳେ ଉଭୟଙ୍କ ମୃତଦେହ ଏକାଠି ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ପୋକତୁଙ୍ଗାର ରଗୁଡ଼ିତଇଲା ନିକଟରେ କୌଣସି ବ୍ୟକ୍ତି ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ବେଳେ ସେଥିରେ ଲାଗି ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନା ମୁତାବକ, ପୋକତୁଙ୍ଗା ଗାଁର ଭାବଗ୍ରାହୀ ଦେହୁରୀଙ୍କ ଫାର୍ମ ହାଉସରେ ଦମ୍ପତି ସୁର ପଧାନ ଓ ସୁକାନ୍ତି ପଧାନ କାର୍ଯ୍ୟ କରୁଥିଲେ। ସେଠାରେ ରହି ସେମାନେ ବାଡ଼ି ବଗିଚାର କାମ କରୁଥିବା ବେଳେ ଆଜି ସକାଳେ ଉଭୟଙ୍କ ମୃତଦେହ ଏକାଠି ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ପୋକତୁଙ୍ଗାର ରଗୁଡ଼ିତଇଲା ନିକଟରେ କୌଣସି ବ୍ୟକ୍ତି ଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ବେଳେ ସେଥିରେ ଲାଗି ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ବନ୍ତଳା ପୁଲିସ ଘଟଣାସ୍ଥଳରୁ ଉଭୟ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ତଦନ୍ତ କରୁଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button