ମନୋରଞ୍ଜନ

ନିଶ୍ବାସ ନେଇ ପାରୁ ନାହାନ୍ତି କୃତିକା, ରାହା ଧରି କାନ୍ଦୁଛି ପୁଅ – Utkal Mail


ନୂଆଦିଲ୍ଲୀ: ୟୁଟ୍ୟୁବର ଅରମାନ ମଲିକ ନିଜର ବ୍ୟକ୍ତିଗତ ଓ ପେସାଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାଆନ୍ତି। ଅରମାନ ନିଜର ବ୍ୟକ୍ତିଗତ ଜୀବନକୁ ତାଙ୍କ ଅନୁଗାମୀମାନଙ୍କ ସହିତ ଖୋଲାଖୋଲି ଭାବେ ଆଲୋଚନା କରିଥାଆନ୍ତି। ଅରମାନଙ୍କୁ ନେଇ ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ବହୁତ ଚିନ୍ତାରେ ଥିବାର ଦେଖିବାକୁ ମିଳୁଛି।

ତେବେ ଅରମାନଙ୍କ ଚିନ୍ତାର କାରଣ ହେଉଛନ୍ତି ତାଙ୍କର ଦ୍ବିତୀୟ ସ୍ତ୍ରୀ କୃତିକା ମଲିକ। କୃତିକା କିଛିଦିନ ହେବ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଜ୍ବର, ଥଣ୍ଡା ହେବା ସହିତ ନିଶ୍ବାସ ନେବାରେ ବି ଅସୁବିଧା ହେଉଛି। ତେଣୁ ସେ ବିଛଣାରୁ ଉଠି ପାରୁ ନାହାନ୍ତି।

ଅରମାନ ମଲିକଙ୍କ ପ୍ରଥମ ସ୍ତ୍ରୀ ପାୟଲ ଏକ ବ୍ଲଗ ସେୟାର କରି କହିଛନ୍ତି, ‘କୃତିକା ଏବେ ଘରେ ଥାଇ ଚିକିତ୍ସିତ ହେଉଛନ୍ତି। କିନ୍ତୁ ତାଙ୍କୁ ଆମେ  ହସ୍ପିଟାଲ ନେବାର ବନ୍ଦବସ୍ତ କରୁଛୁ। କାରଣ ହସ୍ପିଟାଲରେ ଘର ଅପେକ୍ଷା ଭଲ ଚିକିତ୍ସା ହୋଇପାରିବ। କୃତିକାଙ୍କ ଏଭଳି ଅବସ୍ଥା ଦେଖି ଆମର ପୂରା ପରିବାର ବ୍ୟସ୍ତ ହୋଇ ପଡ଼ିଛନ୍ତି। ଏପଟେ ତାଙ୍କର ଛୋଟ ପୁଅ ବି ମା’କୁ ଝୁରିଝୁରି ରାହା ଧରି କାନ୍ଦୁଛି। କାରଣ କୃତିକା ଜ୍ବରରୁ ଉଠି ପାରୁ ନଥିବାରୁ ସେ ତାଙ୍କ ପୁଅକୁ ବି ଧରି ପାରୁ ନାହାନ୍ତି।’

ଅରମାନ, ପାୟଲ ଓ କୃତିକା ପ୍ରାୟତଃ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବ୍ଲଗ ସେୟାର କରି ଥାଆନ୍ତି। ଆଉ ତାଙ୍କ ଅନୁଗାମୀମାନେ ବି ଏହି ତିନିଜଣଙ୍କ ବ୍ଲଗକୁ ଦେଖିବା ପାଇଁ ଅପେକ୍ଷା କରି ରହିଥାଆନ୍ତି। ଅରମାନଙ୍କ ପୂର୍ବରୁ ଗୋଟିଏ ପୁତ୍ର ସନ୍ତାନ ଥିବା ବେଳେ ନିକଟରେ ସେ ତିନିଜଣ ସନ୍ତାନଙ୍କ ବାପା ହୋଇଛନ୍ତି। ଅରମାନଙ୍କ ପ୍ରଥମ ସ୍ତ୍ରୀ ପାୟଲ ଦୁଇଟି ଯାଆଁଳା ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଦ୍ବିତୀୟ ସ୍ତ୍ରୀ କୃତିକା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button