ଦେଶ ବିଦେଶ
କାବେରୀ ଜଳ ବିବାଦ, ଆଜି ବେଙ୍ଗାଲୁରୁ ବନ୍ଦ – Utkal Mail
ବେଙ୍ଗାଲୁରୁ: କାବେରୀ ଜଳ ବିବାଦ ପ୍ରସଙ୍ଗରେ ଆସନ୍ତାକାଲି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବେଙ୍ଗାଲୁରୁ ବନ୍ଦ ଡାକରା ଦିଆଯାଇଛି। କର୍ଣ୍ଣାଟକରୁ ତାମିଲନାଡ଼ୁକୁ କାବେରୀ ଜଳ ନିଷ୍କାସନକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି। ଆସନ୍ତାକାଲି ବଡ଼ ଧରଣର ବନ୍ଦ ପାଳନ ହେବାର ଥିବାରୁ ବେଙ୍ଗାଲୁରୁ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ରାଜ୍ୟରେ ପରିବହନ ବାଧାପ୍ରାପ୍ତ ହୋଇପାରେ। ବନ୍ଦ ପାଇଁ ମୁଖ୍ୟତଃ ଦକ୍ଷିଣ ଅଂଶରେ ପରିବହନ ବାଧାପ୍ରାପ୍ତ ହୋଇପାରେ। ସହରର ଟାଉନ ହଲ୍ରୁ ଫ୍ରିଡମ ପାର୍କ ପର୍ଯ୍ୟନ୍ତ ଏକ ବଡ଼ ଧରଣର ଆନ୍ଦୋଳନ ଶୋଭାଯାତ୍ରା ହେବ। ଏଥିରେ ସବୁ ଶ୍ରେଣୀର ଲୋକ ଯୋଗ ଦେବେ ବୋଲି ଜଣାପଡ଼ିଛି। ବିରୋଧୀ ବିଜେପି ଏବଂ ଜେଡିଏସ୍ ଏହି ବନ୍ଦ ପାଳନକୁ ସମର୍ଥନ ପ୍ରଦାନ କରିଛନ୍ତି। ଅଟୋରିକ୍ସା ଡ୍ରାଇଭର ସଂଗଠନ ଏବଂ ଓଲା ଉବର ଡ୍ରାଇଭର ସଂଗଠନ ମଧ୍ୟ ବନ୍ଦକୁ ସମର୍ଥନ କରିଛନ୍ତି।