ବିଚାର

ଶୋଇବା ପୂର୍ବରୁ ୩ ଥର ଜପ କରନ୍ତୁ ରାମାୟଣର ଏହି ଦୁଇ ଚୌପାଇ,ଆଉ ତା ପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ କଳିଯୁଗ ରେ ହନୁମାନ ଙ୍କ ପୂଜା ସବୁଠୁ ଅଧିକ କରାଯାଏ, କାରଣ ମହାବୀର ଙ୍କୁ ପୂଜା କରିବା ଦ୍ୱାରା ଶୀଘ୍ର ଫଳ ମିଳିଥାଏ | ଏହାର କାରଣ କଳିଯୁଗ ରେ ଏବେ ବି ହନୁମାନ ଜାଗୃତ ଅଛନ୍ତି ଏବଂ ସର୍ବଦା ଜାଗୃତ ମଧ୍ୟ ରହିବେ | ବାସ୍ତବ ରେ ପ୍ରଭୁ ଶ୍ରୀରାମ ଏବଂ ମା ସୀତା ହନୁମାନ ଙ୍କୁ ଏହି ବର ପ୍ରଦାନ କରିଥିଲେ କି ସେ ସର୍ବଦା ଦୁନିଆ ଚିରଞ୍ଜିବି ରହିକି ଭକ୍ତ ଙ୍କ କଲ୍ୟାଣ କରିବେ | ମହାବୀର ହନୁମାନ ଙ୍କୁ ପୂଜା କରିବା ଦ୍ୱାରା ହନୁମାନ ଜୀ ଶୀଘ୍ର ପ୍ରସନ୍ନ ହୋଇ ଯାନ୍ତି |

ଏହାର କାରଣ ହନୁମାନ ଜୀ ପ୍ରଭୁ ଶିବ ଶମ୍ଭୁ ଙ୍କର ଅନ୍ୟ ଅବତାର ହୋଇଥାଏ | ଯଦି ଆପଣ ହନୁମାନ ଜୀ ଙ୍କୁ ପୂଜା କରିବେ ତେବେ ମୃତ୍ୟୁ ବି ଆପଣଙ୍କୁ ଛୁଇଁ ପାରିବ ନାହିଁ | ଆଜି ଆମେ ଆପଣଙ୍କୁ ହନୁମାନ ଜୀ ଙ୍କ ଏହି ଦୁଇ ଚୌପାଇ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଜପ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଯିବ | ତେବେ ଆସନ୍ତୁ ଜାଣିବା ରାମାୟଣ ରେ କୁହାଯାଇଥିବା ମହାବୀର ବଜରଙ୍ଗ ୱାଲୀ ଙ୍କ ଏହି ଚମତ୍କାରୀ ଚୌପାଇ ବିଷୟରେ..ପ୍ରଥମ ଚୌପାଇ –

” ନାସେ ରୋଗ ହରେ ସବ ପିରା | ଜପତ ନିରନ୍ତର ହନୁମତ ବିରା “ଅର୍ଥାତ ଯେଉଁ ବ୍ୟକ୍ତି ରୋଗ, କଷ୍ଟ ରେ ପୀଡିତ ରହୁଛନ୍ତି, ସେହି ବ୍ୟକ୍ତି ଏହି ଚୌପାଇ ଜପ କରିବା ଦ୍ୱାରା ସବୁ କଷ୍ଟ ବ୍ୟାଧି ଦୂର ହୋଇଥାଏ | ପ୍ରଭୁ ହନୁମାନ ଙ୍କ ଏହି ଚୌପାଇ ନିରନ୍ତର ଜପ କରିବା ଦ୍ୱାରା ସମସ୍ତ ପୀଡା ଦୂର ହୋଇଥାଏ | ଏହା ସହିତ ମହାବୀର ଙ୍କ ଚାଳିଶା କୁ ଜପ କରିବା ଦ୍ୱାରା ସବୁ ସମସ୍ୟା ର ସମାଧାନ ହୋଇଥାଏ | ଏବଂ ଏହି ଚୌପାଇ କୁ ଭକ୍ତି ର ସହ 108 ଥର ଜପ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ |

ଦ୍ୱିତୀୟ ଚୌପାଇ –

” ଜୟ ଜୟ ଜୟ ହନୁମାନ ଗୋସାଇଁ,କୃପା କରହୁ ଗୁରୁଦେବ କି ନାଇ ଜୋ ସତ ପାଠ କର କୋଇ, ଛୁଟହି ବନ୍ଦୀ ମହାସୁଖ ହୋଇ “ଅର୍ଥାତ ହେ ପ୍ରଭୁ ମହାବୀର ଆପଣଙ୍କ ଜୟ ହେଉ, ଆପଣ ଗୁରୁଦେବ ଙ୍କ ପରି ଆମକୁ କୃପା କରନ୍ତୁ ଏବଂ ଏହି ଚୌପାଇକୁ ଯେଉଁ ବ୍ୟକ୍ତି ସତ ଥର ପାଠ କରେ ସେହି ବ୍ୟକ୍ତି କୁ ମହାସୁଖ ମିଳିଯାଏ | ହନୁମାନ ଙ୍କ ଚାଲିଶା କୁ ଯେଉଁ ବ୍ୟକ୍ତି ନିତ୍ୟ ପାଠ କରେ ତାହା ଜୀବନ ରେ କେବେ ବି କୌଣସି ବାଧା ଆସିନଥାଏ | ମହାବୀର ସମସ୍ତ ଭକ୍ତ ଙ୍କ ମନର କଥା କୁ ଶୁଣିଥାନ୍ତି ଏବଂ କୃପା ପ୍ରଦାନ କରିଥାନ୍ତି

ମନ୍ତ୍ର – ଓଁ ଏମଂ ଭ୍ରିମ ହନୁମତେ, ଶ୍ରୀ ରାମ ଦୁତାୟ ନମଃ |

ଏହି ମନ୍ତ୍ର ଦିନ କୁ ଥରେ କିମ୍ବା 5 ଥର ଜପ କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ | ଚାକିରୀ ଜନିତ ସମସ୍ୟା ହେଉ, କିମ୍ବା ପାରିବାରିକ କଳହ କିମ୍ବା ସମ୍ପର୍କ ରେ ତିକ୍ତତା ରହିଥାଉ ସବୁ ରୁ ମୁକ୍ତି ମିଳିଥାଏ | ସମସ୍ତ ଦୁଃଖ ର ନାଶ ହୋଇଥାଏ, ଶତ୍ରୁ ଙ୍କ ସଂଖ୍ୟା କମିଯାଏ | ଏବଂ ଜୀବନ ରେ ସୁଖ ସମୃଦ୍ଧି ଭରି ହୋଇଯାଏ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button