ନୀତି

ବିଶ୍ବର କ୍ଷୁଦ୍ରତମ କ୍ୟାମେରା : ଆକାର ଲୁଣଦାନାଠାରୁ ବି ଛୋଟ – Utkal Mail


‘ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଦିନକୁ ଦିନ ବୈଷୟିକ ଜ୍ଞାନକୌଶଳ ବିକଶିତ ହୋଇ ଅବିଶ୍ବସନୀୟ ସ୍ତରରେ ପହଞ୍ଚିଲାଣି। ଫଳସ୍ବରୂପ, ଏକଦା ସାଙ୍ଗରେ ବହନ କରିବା ଲାଗି ଭୀଷଣ ବୃହଦକାୟ ମନେ ହେଉଥିବା ଉପକରଣ ଏବେ ଟିପ ଅଗରେ ରହିପାରୁଛି। ଏପରି କ୍ଷୁଦ୍ର ଉପକରଣ ମଣିଷ ଜୀବନ ଉପରେ ବିଶେଷ କରି ଚିକିତ୍ସା କ୍ଷେତ୍ରରେ ଗଭୀର ପ୍ରଭାବ ପକାଇଛି।

ଏହି କ୍ରମରେ ବିଶ୍ବର କ୍ଷୁଦ୍ରତମ କ୍ୟାମେରା ବଜାରକୁ ଆସିଛି। ଏହି କ୍ୟାମେରାର ଆକାର ହେଉଛି ମାତ୍ର ୦.୫୭୫ମି.ମି.X୦.୫୭୫ ମି.ମି.X୦.୨୩୨ମି.ମି., ଯାହା ଲୁଣ ଦାନାଠାରୁ ବି ସାନ। ‘ଓଭି୬୯୪୮’ ନାମକ ଏହି କ୍ୟାମେରାଟିକୁ ଆମେରିକାର ଓମ୍ନିଭିଜନ ଟେକ୍ନୋଲୋଜିଜ୍‌ କମ୍ପାନି ନିର୍ମାଣ କରିଛି। ଏଥି ସହିତ ବ୍ୟାବସାୟିକ ଭିତ୍ତିରେ ଉପଲବ୍‌ଧ କ୍ଷୁଦ୍ରତମ ଇମେଜ୍‌ ସେନ୍‌ସର୍ ଭାବରେ ଏହା ଗିନିସ ରେକର୍ଡ ହାସଲ କରିଛି।

ବିଶେଷ କରି ଡାକ୍ତରୀ କ୍ଷେତ୍ରରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏହି କ୍ୟାମେରା ପୂର୍ବର ପୁନଃବ୍ୟବହାରଯୋଗ୍ୟ ମେଡିକାଲ ଇମେଜିଂ ଉପକରଣ ଦ୍ବାରା ଉପୁଜିଥିବା ବିଭିନ୍ନ ସମସ୍ୟାକୁ ଦୂର କରିପାରିବ ବୋଲି ଆଶା କରାଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button