ଦେଶ ବିଦେଶ

E-Shram Card କରନ୍ତୁ ଆବେଦନ, ଏଥିରେ ମିଳିବ ମାସକୁ 1000 ଟଙ୍କା

ଆଜିକାଲି ସରକାର ଗରିବ ଲୋକମାନଙ୍କ ପାଇଁ ବହୁତ କିଛି କରୁଛନ୍ତି, ଅନେକ ଯୋଜନାମାନ ସବୁ ଲାଗୁ କରୁଛନ୍ତି ସେମାନଙ୍କ ପାଇଁ। ଗରିବ ଲୋକମାନେ ମଧ୍ୟ ସେହି ସରକାରଙ୍କର ସେହି ସବୁ ଯୋଜନା ଦ୍ୱାରା ଅନେକ ସୁବିଧା ପାଇ ପାରୁଛନ୍ତି। ତେବେ ଅନେକ ସମୟରେ ଯେତେବେଳେ ସରକାର ଯୋଜନା ଗୁଡିକ ପାଇଁ ଆବେଦନ କରିବାକୁ ସୂଚନା ଦେଇଥାଆନ୍ତି, ସେତେବେଳେ ଅନେକ ଲୋକମାନେ ଦ୍ୱନ୍ଦ ପଡିଯାଆନ୍ତି ଅନେକ କଥାକୁ ନେଇ।

ଯେପରିକି ଆମେ ଏହି କାର୍ଡ କରିପାରିବା କି ନାହିଁ, ଆମେ ତ ଚାକିରି କରିଚୁ ଏହାକୁ ଆପ୍ଲାଏ କରିପାରିବା କି ନାହିଁ, ଏପରି ଅନେକ କଥାକୁ ନେଇ ଲୋକଙ୍କ ମନରୁ ଅନେକ ଦ୍ୱନ୍ଦ ଥାଏ। ତେବେ ଏବେ ଯେଉଁ ଇଲେବର କାର୍ଡ ପାଇଁ ଆବେଦନ ଚାଲିଛି ତାହାକୁ ନେଇ ମଧ୍ୟ ଅନେକ ଲୋକଙ୍କ ମନରୁ ଅନେକ ଦ୍ୱନ୍ଦ ରହିଛି, ଯେପରିକି ଏହାକୁ କେଉଁମାନେ ଆପ୍ଲାଏ କରିବେ କେଉଁମାନେ କରିବେନି ଏପରି ବହୀତ କିଛି।

ଆମେମାନେ ଆଜି ଆପଣମାନଙ୍କର ସେହିସବୁ ଦ୍ୱନ୍ଦକୁ ଦୁର କରିଦେବୁ, ଏହି ଇ ଲେବରକାର୍ଡ କୁ ସମସ୍ତ ପ୍ରକାରର ତଥ୍ୟ ଆମେ ଆଜି ଆପଣମାନଙ୍କୁ ଦେବୁ। ଲେବର କାର୍ଡ କୁ କେବଳ ଲେବର୍ ମାନେ ହିଁ ଆବେଦନ କରି ପାରିବେ କିନ୍ତୁ ଇ-ଶ୍ରମ କାର୍ଡ କୁ ସମସ୍ତେ ଆବେଦନ କରି ପାରିବେ। ଲେବରକାର୍ଡ କେବଳ ଚାଷ ସହ ଯୋଡିତ ଥିବା ଲୋକମାନେ ଓ ଲେବର କାମ କରୁଥିବା ଲୋକମାନେ ହିଁ କରି ପାରିବେ।

ଇ-ଶ୍ରମ କାର୍ଡ ସମସ୍ତେ ଆପ୍ଲାଏ କରିପାରିବେ, ଏହା ଏଥିପାଇଁ କରାଯାଇଛି କାରଣ ଲକାଡାଉନ୍ ସମୟରେ ସରକାର ଜାଣି ପାରିନଥିଲେ କିଏ ଅସୁବିଧାରେ ଅଛନ୍ତି। ଏହାକୁ ଆପ୍ଲାଏ କରିବା ଦ୍ୱାରା ସରକାରଙ୍କ ପାଖରେ ଆପଣଙ୍କର ସମ୍ପୂର୍ଣ୍ଣ ତଥ୍ୟ ରହିବ ଓ ଆପଣମାନେ ଏହି କାର୍ଡ ଦ୍ୱାରା ଅନେକ ସୁବିଧାର ଲାଭ ଉଠାଇ ପାରିବେ, ମୁଖ୍ୟତଃ ଆପଣ ଏହା ଦ୍ୱାରା ଭବିଷ୍ୟତରେ ଚାକିରି ପାଇ ପାରିବେ। ଯଦି ଆପଣଙ୍କର ପିଏଫ୍ କିମ୍ବା ଇପିଏଫ୍ ଅଛି ତେବେବି ଆପଣମାନେ ଏହାକୁ ଆବେଦନ କରି ପାରିବେ।

ଆପଣମାନେ ଯଦି ଏବେ ପାଠ ପଢୁଛନ୍ତି ଆଉ ତାହା ସହ କିଛି ପାର୍ଟ ଟାଇମ୍ ଜବ୍ ବି କରୁଛନ୍ତି ତେବେବି ଆପଣମାନେ ଏହାକୁ ଆପ୍ଲାଏ କରି ପାରିବେ। ଏହି କାର୍ଡ ଦ୍ୱାରା କଣ ମିଳିବ, ଟଙ୍କା ମିଳିବ କି ନାହିଁ ତାହା ବଡ କଥା ନୁହେଁ,ଏହା ଦ୍ୱାରା ଆପଣମାନେ ଭବିଷ୍ୟତରେ ଚାକିରି ପାଇ ପାରିବେ। ଯେଉଁ ଟଙ୍କା ମିଳିବା କଥା କୁହାଯାଉଛି, ଯାହାକି ଏବେ ପର୍ଯ୍ୟନ୍ତ କାହାକୁ ବି ମିଳିନି, ତାହା କେବଳ ବୀମା ଟଙ୍କା କଥା ହିଁ କୁହାଯାଉଛି। ଏହାକୁ ଆପ୍ଲାଏ କରିବା ବେଳେ ସବୁ ଠିକ୍ ତଥ୍ୟ ହିଁ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button