ଦେଶ ବିଦେଶ

ପ୍ୟାରିସ୍ ଅଲିମ୍ପିକ ପରେ ପ୍ରଧାନମନ୍ତ୍ରୀ ଫୋନ୍ କରିଥିଲେ, ମୁଁ କଥା ହେବାକୁ ମନା କରିଦେଲି: ବିନେଶ ଫୋଗାଟ

ନୂଆଦିଲ୍ଲୀ: ଅଲିମ୍ପିକ ବିଜେତା ତଥା କଂଗ୍ରେସ ନେତ୍ରୀ ଭିନେଶ ଫୋଗାଟଙ୍କର ବଡ଼ ଖୁଲାସା। ପ୍ୟାରିସ ଅଲିମ୍ପିକ୍ରେ ବିଫଳତା ପରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାକୁ ମନା କରିଦେଇଥିଲେ ଭିନେଶ। ଜାତୀୟ ଗଣମାଧ୍ୟମ ଲଲନ ଟପ୍କୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଭିନେଶ।

ଭିନେଶ ବର୍ତ୍ତମାନ ହରିଆଣାର ଜୁଳନା ଆସନରୁ କଂଗ୍ରେସ ଟିକେଟ୍ରୁ ନିର୍ବାଚନ ଲଢୁଛନ୍ତି।

ସେ ଫୁଲ୍ ଦମରେ ନିର୍ବାଚନ ପ୍ରଚାର ମଧ୍ୟ କରିଛନ୍ତି। ଏହାରି ଭିତରେ ଭିନେଶ ଲଲନ ଟପ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅଲିମ୍ପିକ ପରେ ପିଏମ୍ ମୋଦୀ ଫୋନ୍ କରିଥିଲେ। ହେଲେ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇନଥିଲେ। କାରଣ ସେ ଚାହୁଁ ନଥିଲେ ଯେ ତାଙ୍କ ଭାବପ୍ରବଣତାକୁ ନେଇ କେହି ରାଜନୈତିକ ଫାଇଦା ଉଠାଉ। ଏକଥା ଭିନେଶ କହିଛନ୍ତି।

ଭିନେଶ କହିଛନ୍ତି “ ପ୍ରଧାନମନ୍ତ୍ରୀଙ୍କ ନିକଟରୁ କଲ୍ ଆସିଥିଲା। ମୁଁ ମନା କରିଦେଲି। ମୋ ପାଖକୁ ଡାଇରେକ୍ଟ ଫୋନ୍ ଆସିନଥିଲା। କିନ୍ତୁ ସେଠାରେ ଯେଉଁ ଭାରତୀୟ କର୍ମଚାରୀ ଥିଲେ ସେମାନେ ମୋତେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ସେମାନେ ସର୍ତ୍ତ ବି ରଖିଲେ। ସେମାନେ କହିଲେ ଆପଣଙ୍କର କୌଣସି ବ୍ୟକ୍ତି ରହିବେ ନାହିଁ। ଆମର ଦୁଇଜଣ ବ୍ୟକ୍ତି ରହିବେ। ଆପଣ କଥା ହେଲା ବେଳେ ଜଣେ ଭିଡିଓ ରେକର୍ଡିଂ କରିବେ। ସେହି ଭିଡିଓ ସୋସିଆଲ୍ ମିଡିଆର ଯିବ। ମୁଁ ଜାଣିବା ପରେ ମନା କରିଦେଲି। ମୁଁ ଚାହୁଁନଥିଲି ମୋ ଭାବପ୍ରବଣତା, ମୋ କଠିନ ପରିଶ୍ରମକୁ ନେଇ କେହି ସୋସିଆଲ୍ ମିଡିଆ ମଜାକ ଉଡାଯାଉ।”

ପ୍ରଧାନମନ୍ତ୍ରୀଙ୍କ ସହ କାହିଁକି କଥା ହେଲେନି ଫୋଗାଟ?

ଯଦି ବିନା କୌଣସି ସର୍ତ୍ତରେ ପ୍ରଧାନମନ୍ତ୍ରୀ ଫୋନ୍ରେ କଥା ହୋଇଥାନ୍ତେ ତେବେ ଖୁସି ଲାଗିଥାନ୍ତା ବୋଲି ପୋଗାଟ କହିଛନ୍ତି। ସେ କହିଛନ୍ତି “ ଯଦି ସେ ସତରେ ଆଥଲେଟଙ୍କ ପାଇଁ ଯତ୍ନଶୀଳ ଥାନ୍ତେ ତେବେ ବିନା ଭିଡିଓ ରେକର୍ଡିଂରେ କଥା ହୋଇଥାନ୍ତେ। ଏବଂ ମୁଁ କୃତଜ୍ଞ ରହିଥାନ୍ତି। ବୋଧ ହୁଏ ସେ ଜାଣିଥିଲେ ଯେ ଯଦି ମୁଁ ଭିନେଶଙ୍କ ସହ କଥା ହେବି ତେବେ ସେ ମୋତେ ଗତ ଦୁଇ ବର୍ଷର କଥା ପଚାରିବେ। ବୋଧହୁଏ ସେଥିପାଇଁ ସେମାନେ କହିଥିଲେ ଯେ ମୋ ଫୋନ୍ରେ ରେକର୍ଡିଂକୁ ମନା କରିଥିଲେ। କାରଣ ତାଙ୍କ ଭିଡିଓରେ ସେ ଏଡିଟ୍ କରିଥାନ୍ତେ। ହେଲେ ମୁଁ କରି ନଥାନ୍ତି। ମୁଁ ଅରିଜିନାଲ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥାନ୍ତି। ଏଥିପାଇଁ ସେମାନେ ଏମିତି ହୋଇପାରିବ ନାହିଁ ବୋଲି ମନା କରିଦେଲେ।”

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button