ମନୋରଞ୍ଜନ

‘ସ୍ବାମୀଙ୍କ ସିନେମା ସଫଳ ହେଉ ମୁଁ ଚାହୁଁ ନଥିଲି’: ଗୌରୀ – Utkal Mail


ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନ ତାଙ୍କ ସ୍ତ୍ରୀ ଗୌରୀ ଖାନଙ୍କ ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ଦୁହିଁଙ୍କ ‌ଯୋଡ଼ିକୁ ଦର୍ଶକ ବେଶ ପସନ୍ଦ ବି କରନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଶାହରୁଖ ଓ ଗୌରୀଙ୍କ ପ୍ରେମକାହଣୀ ଆଜି ବି ଚର୍ଚ୍ଚାରେ ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି ପ୍ରାରମ୍ଭିକ ସମୟରେ ‌ସ୍ବାମୀ ଶାହରୁଖ ସୁପରଷ୍ଟାର ହୁଅନ୍ତୁ ବୋଲି ‌ଗୌରୀ ଚାହୁଁ ନଥିଲେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ ଗୌରୀ ଯେତେବେଳେ ଜାଣୁଥିଲେ କି ଶାହରୁଖ କୌଣସି ସିନେମା ସାଇନ କରିଛନ୍ତି ସେ ପ୍ରାର୍ଥନା କରୁଥିଲେ କି ସ୍ବାମୀ କରୁଥିବା ସିନେମା ଫ୍ଲପ ହୋଇଯାଉ। ତେବେ ଏହି କଥାକୁ ଯିଏ ଶୁଣୁଛନ୍ତି ସେ ଚମକି ପଡ଼ୁଛନ୍ତି। ତେବେ ଏହାପଛରେ ଏକ କାରଣ ରହିଛି। ଯାହାକୁ ନେଇ ଗୌରୀ ଏକ ସାକ୍ଷାତକାରରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି।

ଗୌରୀ କହିଛନ୍ତି, ‘ଶାହରୁଖ ମୁମ୍ବାଇ ଆସନ୍ତୁ ମୁଁ କାଦାପି ଚାହୁଁ ନଥିଲି। କାରଣ ଦିଲ୍ଲୀରେ ବସବାସ ପାଇଁ ମୋର ଇଚ୍ଛା ଥିଲା। ମୁମ୍ବାଇ ଆସିବା ଶାହରୁଖ ସିନେମା‌ରେ ବ୍ୟସ୍ତ ରହିବା ମୋ ପାଇଁ ଏକ ଆଘାତ ଭଳି ଥିଲା। ତେଣୁ ଶାହରୁଖ କରୁଥିବା ସିନେମା ବିଫଳ ହୋଇଯାଉ ବୋଲି ମୁଁ ପ୍ରାର୍ଥନା କରୁଥିଲୁ। କାରଣ ସେ ସମୟରେ ମୁଁ ସିନେମା କ’ଣ କିଛି ବୁଝି ନଥିଲି। ତେଣୁ ପୁଣିଥରେ ଦିଲ୍ଲୀ ଫେରିଯିବାକୁ ଚାହୁଁଥିଲି। ସେ ଯାହାବି ହେଉ ଶାହରୁଖଙ୍କୁ ଜୀବନସାଥୀ ଭାବେ ପାଇ ମୁଁ ବେଶ ଖୁସି ଅଛି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button