ପବିତ୍ର ନବରାତ୍ରୀରେ ଏହି 10 ଟି ମହତ୍ଵପୂର୍ଣ୍ଣ କାର୍ଯ୍ୟ ଉପରେ ଧ୍ୟାନ ରଖନ୍ତୁ, ନଚେତ ଘର ପ୍ରତି ଘୋର ସଙ୍କଟ ମାଡି ଆସିବ…

ହିନ୍ଦୁ ଧର୍ମରେ ଅନେକ ଓଷା ତଥା ପୂଜା ପର୍ବପର୍ବାଣୀ ପାଳିତ ହେବାର ଶାସ୍ତ୍ରମତ ବିଧି ରହିଛି । ସମସ୍ତ ଓଷାବାରର ଏକ ବିଶେଷ ହିଁ ମହତ୍ଵ ରହିଥାଏ । ତେବେ ବିଶେଷ କରି ନବରାତ୍ର ସମୟରେ ମା’ ଦୂର୍ଗାଙ୍କର ଭିନ୍ନ ଭିନ୍ନ ବେଶ ଧାରଣ ସାଙ୍ଗକୁ ପୂଜାରେ ପରିବେଶ ଉତ୍ସବ ମୁଖର ହୋଇ ଉଠିଥାଏ । ନବରାତ୍ରୀର ପବିତ୍ର 9 ଦିନ ଅନେକ ପୂଜା ସ୍ଥାନରେ ଧୂମଧାମରେ ମା’ ଙ୍କର ପୂଜା ଅର୍ଚନା କରାଯାଇଥାଏ । ତେବେ ଏହି ନବରାତ୍ରୀରେ ଆମକୁ କିଛି ବିଶେଷ ନିୟମ ଉପରେ ମଧ୍ୟ ଧ୍ୟାନ ରଖିବାକୁ ପଡିଥାଏ ।
1-ନବରାତ୍ରୀ ସମୟରେ ଯେଉଁ ମାନେ ପବିତ୍ର ମନରେ ମା’ ଦୂର୍ଗାଙ୍କର ଆରାଧନା କରିଥାନ୍ତି । ସେମାନଙ୍କ ଘରକୁ ମା’ ଙ୍କର ପ୍ରବେଶ ହୋଇଥାଏ । ହେଲେ ବିଶେଷ କରି ଏହି 9 ଦିନ ମାନ ଘରେ ଅଯଥା କଳହ, ଅଶାନ୍ତି ସୃଷ୍ଟି କରିବା ଉଚିତ ନୁହେଁ । ଶାନ୍ତିର ବାତାବରଣ ଥିବା ପରିବେଶକୁ ମା’ ଯିବାକୁ ପସନ୍ଦ କରିଥାନ୍ତି ।
2- ମହିଳା ମାନେ ମା’ ଦୂର୍ଗାଙ୍କର ଅଂଶ ହୋଇଥାନ୍ତି । ତେଣୁ ଯେଉଁ ଘରେ ମହିଳାଙ୍କୁ ଉଚିତ ସମ୍ମାନ କରାଯାଇଥାଏ । ସେହି ଘରେ ମା’ ଙ୍କର କୃପା ବୃଷ୍ଟି ହୋଇଥାଏ । ତେଣୁ ଖାଲି ଏହି ନବରାତ୍ରୀ ସମୟରେ ନୁହେଁ, ବଂର ଘରର ମହିଳା ମାନଙ୍କ ଉପରେ କୌଣସି ପ୍ରକାର ଅତ୍ୟାଚାର କି ତାଙ୍କୁ ଅପମାନ କରିବା ଅନୁଚିତ ।
3-ନବରାତ୍ରୀରେ କୌଣସି ପ୍ରକାର ଚମଡାର କପଡା ତଥା ବସ୍ତୁ ଏହି ଦିନ ମାନଙ୍କରେ ବ୍ୟବହାର କରିବାକୁ ବର୍ଜନ କରାଯାଇଛି । 4-ଏହି ସମୟରେ ନିଜର ନଖ, କେଶ ଆଦି କଟାକଟି ଉପରେ ମଧ୍ୟ ବାରଣ ରଖାଯାଇଥାଏ । 5- ଏହି ସମୟରେ ତାମସିକ ଭୋଜନ ନକରି ଶୁଦ୍ଧ ତଥା ସାତ୍ଵିକ ଭୋଜନ କରିବା ଉଚିତ । ଖଡୁରେ କୌଣସି ପ୍ରକାର ଆମିଷ ଭୋଜନ, ପିଆଜ, ରଶୁଣ ଓ ମଦ୍ୟପାନର ମଧ୍ୟ ସେବନ ଅନୁଚିତ ।
6-ନବରାତ୍ରୀର ପବିତ୍ର ଅବସରରେ କଳା ରଙ୍ଗର ବସ୍ତ୍ର ପରିଧାନ ଜମାରୁ ଶୁଭ ହୋଇନଥାଏ । ତେଣୁ କଳା ରଙ୍ଗ ବ୍ଯତୀତ ଅନ୍ୟାନ୍ୟ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । 7-ଏହି 9 ଦିନ ସମୟ ଚାଲୁଥିବା ମଧ୍ୟରେ ଦମ୍ପତ୍ତି ମାନେ ନିଜ ନିଜ ମଧ୍ୟରେ ଶାରୀରିକ ସମ୍ପର୍କ ବନାଇବା ମଧ୍ୟ ଅନୁଚିତ । 8-ଏହି ସମୟରେ ନବରାତ୍ରୀର ବ୍ରତ କରୁଥିବା ବ୍ରତଧାରୀ ମାନେ ବ୍ରତ ନିର୍ଦ୍ଦରିତ ଉପଯୁକ୍ତ ଖାଦ୍ୟର ସେବନ ଶୁଭ ହୋଇଥାଏ ।
9-ଏହି ପବିତ୍ର ସମୟରେ ମା’ ଙ୍କର ଯଥାବିଧି ପୂଜା କରିବା ଅସହ ଆଳତୀ କରିବା ମଧ୍ୟ ଅତ୍ୟନ୍ତ ଶୁଭ ମନା ଯାଇଥାଏ । 10-ନବରାତ୍ରୀ ସମୟରେ ମା’ ଙ୍କର ଫୋଟ ଅଥବା ମୂର୍ତ୍ତି ଖଣ୍ଡିତ ଅବସ୍ଥାରେ ରଖିବା ଅନୁଚିତ । ତେଣୁ ମା’ ଙ୍କର ନୂଆ ମୂର୍ତ୍ତି ଘରେ ଆଣି ଥାପନା କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ



