ମନୋରଞ୍ଜନ

ପ୍ରଥମେ ଏହି ଅଭିନେତ୍ରୀଙ୍କୁ ଅଫର କରାଯାଇଥିଲା ଫିଲ୍ମ କୁଇନ୍ – Utkal Mail


ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କର ଚଳଚ୍ଚିତ୍ର ‘ତେଜସ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଆସନ୍ତାକାଲି ଫିଲ୍ମ ରିଲିଜ୍ ହେଉଥିବା ବେଳେ ରିଲିଜ୍ ପୂର୍ବରୁ କଙ୍ଗନାଙ୍କ ବ୍ଲକବଷ୍ଟର ଫିଲ୍ମ ‘କୁଇନ’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଫିଲ୍ମ ‘କୁଇନ୍’ ପାଇଁ କଙ୍ଗନା ପ୍ରଥମ ପସନ୍ଦ ନଥିଲେ। ବଲିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କୁ ଏହି ଫିଲ୍ମ ଅଫର କରାଯାଇଥିଲା। ହେଲେ ଅଭିନେତ୍ରୀ ମନା କରିବା ପରେ କଙ୍ଗନା ହାତକୁ ଏହି ଫିଲ୍ମ ଆସିଥିଲା, ଯେଉଁଥିରେ କାମ କରି ବଲିଉଡର କୁଇନ ପାଲଟିଥିଲେ କଙ୍ଗନା।

ମିଳିଥିବା ସୂଚନା ମୁତାବକ, ‘କୁଇନ୍’ ପ୍ରଥମେ କରୀନା କପୁର ଖ‌ାନଙ୍କୁ ଅଫର କରାଯାଇଥିଲା।  ହେଲେ ସେ କୌଣସି କାରଣରୁ ଫିଲ୍ମ କରିବାକୁ ମନା କରିିଥିଲେ। ଏବିଷୟରେ ନିଜେ କରୀନା ଏକ ସାକ୍ଷାତକାରରେ ଜଣାଇଥିଲେ। ତେବେ କଙ୍ଗନାଙ୍କୁ କୁଇନ୍ ଅଫର କରାଯିବା ପରେ ସେ ଏହାକୁ ଗ୍ରହଣ କରିଥିଲେ ଏବଂ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ।

ଏହି ଫିଲ୍ମ ପରେ ତାଙ୍କୁ ଅନେକ ମହିଳାଧର୍ମୀ ଫିଲ୍ମରେ କାମ କରିବାର ଅଫର ମିଳିଥିଲା। ‘ପଙ୍ଗା’, ‘ମଣିକର୍ଣ୍ଣିକା’, ‘ଜଜମେଣ୍ଟାଲ ହେ କ୍ୟା’ ଭଳି ଫିଲ୍ମ କରିଥିଲେ କଙ୍ଗନା। ଏବେ ପୁଣି ଥରେ ସେ ମହିଳାଧର୍ମୀ ଫିଲ୍ମ ‘ତେଜସ୍’ କରିଛନ୍ତି, ଯାହା ଆସନ୍ତାକାଲି ରିଲିଜ୍ ହେବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button